ସମ୍ବଲପୁର,୧୦ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଜାତୀୟ ରାଜପଥ କଡରେ ଥିବା ପଞ୍ଚମୁଖି ଢ଼ାବାରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଢ଼ାବା କର୍ମଚାରୀଙ୍କୁ ଅନ୍ୟ ଦୁଇ ସହଯୋଗୀ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଏପରି କି ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ମୃତକଙ୍କ ମୁହଁ ପୋଡିଦେଇଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବୁର୍ଲା ଥାନା ଗେଟ କଲୋନୀର ଶରତ ଜେନା (୩୫)। ମାଲିକାନା ଜାହିରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ପୋଲିସ ଘଟଣାସ୍ଥଳରୁ ରକ୍ତାଭିଜା କୁରାଢ଼ି ଜବତ ସହ ରକ୍ତ ନମୁନା ସଂଗ୍ରହ କରିଛି। ଏ ନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୩୪୬/୨୧) ରୁଜୁ ହୋଇଛି। ଘଟଣାସ୍ଥଳରେ ବୁର୍ଲା ଥାନା ଅଧିକାରୀ କମଳଲୋଚନ ପଣ୍ଡା, ସାଇଣ୍ଟିଫିକ୍ ଟିମ୍ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରେ ଢ଼ାବାରେ କାର୍ଯ୍ୟରତ ବରଗଡ ଜିଲା ବରାହଗୁଡାର ମୁନା ନନ୍ଦ ଓ ସୁରୁ ବେହେରାଙ୍କୁ ପୋଲିସ ଗିରଫ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ବୁର୍ଲା ଥାନାଧିକାରୀ ପଣ୍ଡା କହିଛନ୍ତି, ପଞ୍ଚମୁଖି ଢ଼ାବାରେ ମୁନା, ସୁରୁ ଓ ଶରତ କାମ କରୁଥିଲେ। ଲକଡାଉନ ଜାରି ରହିଥିବାରୁ ଢ଼ାବାରେ ଠିକ୍ ଭାବେ ବ୍ୟବସାୟ ହେଉ ନ ଥିଲା। ମାଲିକଙ୍କ ଦେହ ଅସୁସ୍ଥ ହେବାରୁ ସେ ମଧ୍ୟ ନିୟମିତ ଆସିପାରୁ ନ ଥିଲେ। ବୁଧବାର ରାତିରେ ୩ଜଣ ଏକାଠି ଦେଶୀ ଓ ବିଦେଶୀ ମଦ ପିଇଥିଲେ। ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଶରତଙ୍କୁ ଅଧିକ ନିଶା ହୋଇଥିଲା। ଏହାର ସୁଯୋଗ ନେଇ ମୁନା ଓ ସୁରୁ ତାଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଶରତଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
Posted inଆମ ଜିଲା ଖବର, ରାଜ୍ୟ, ସମ୍ବଲପୁର View All
ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଜେଠୱା
କଟକ ଅଫିସ, ୨୬।୬: ଭିଜିଲାନ୍ସ ନିର୍ଦ୍ଦେଶକଭାବେ ବରିଷ୍ଠ ଆଇପିଏସ୍ ଅଫିସର ଯଶୱନ୍ତ ଜେଠୱା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ବିଭାଗର ପୂର୍ବତନ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୮।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୪୫ ଜଣଙ୍କ ଜୀବନ...
ଓଡ଼ିଶାରେ ନକଲି ଔଷଧ କାରବାର ପୁରୁଣା
ଭୁବନେଶ୍ୱର,୧୫।୬(ବ୍ୟୁରୋ): କୋଭିଡ୍-୧୯ ସଂକ୍ରମଣକୁ ନେଇ ଜୀବନ ଜୀବିକା ସହ ଲଢ଼େଇ ଚାଲିଥିବା ବେଳେ ନକଲି ଔଷଧ କାରବାର ରାଜ୍ୟର ଜନସାଧାରଣଙ୍କୁ ବିପଦ ମୁହଁକୁ ଠେଲି ଦେଇଛି।...
କାର୍ରେ ପ୍ରେସ୍ ଲେଖି ଚାଲାଣ କରୁଥିଲେ କଫ ସିରପ୍
ବରଗଡ଼ ଅଫିସ୍,୨୫।୬: ପୋଲିସକୁ ଚଖ୍ମା ଦେବା ପାଇଁ କଫ ସିରପ୍ ଚାଲାଣରେ ବ୍ୟବହାର ହେଉଥିଲା ପ୍ରେସ୍ ଲେଖାଥିବା ଗାଡି। ବିଶେଷ ସୂତ୍ରରୁ ଖବର ପାଇ ଓଆର୦୨ବିଏଫ୍/୫୯୯୮...
ତାରାତାରିଣୀ ଛକରେ ୩ ଅଟୋକୁ ଧକ୍କା ଦେଲା ବାଲି ଟ୍ରକ୍; ପୋଲିସ ଭୟରେ ଡ୍ରାଇଭର ଚମ୍ପଟ
ପୁରୁଷୋତ୍ତମପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରା ତାରିଣୀ ଛକଠାରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତ ଗତିରେ ଆସୁଥିବା ଏକ ବାଲିବୋଝେଇ ଟ୍ରକ୍(ଓଆର୍ ୦୯ଏଫ୍ ୯୩୯୫)...
ଅସୁରକ୍ଷିତ ବେଦାନ୍ତ ଖଣି ତଦନ୍ତ ଆଜିଠୁ
ଯାଜପୁର ଅଫିସ,୧୭ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ରହିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ...
କାଳ ହେଲା ମର୍ନିଂ ଓ୍ବାକ୍
ଭଞ୍ଜନଗର/ବୁଗୁଡ଼ା,୧୦।୬: ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ପ୍ରାତଃ ଭ୍ରମଣରେ ଯାଉଥିବା...
ଧାର, କରଜ ବଢ଼ିଲାଣି ସେଲୁନ ଖୋଲିବାକୁ ଅନୁମତି ଦିଅ
ବଡଗାଁ,୧୭ା୬: ସୁନ୍ଦରଗଡ଼ ଜିଲା ବଡଗାଁ ବାରିକ ସମାଜ ପକ୍ଷରୁ ଗୁରୁବାର ବୈଠକ କରି ସେଲୁନ ଖୋଲିବାକୁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।...


