E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ

ଜ୍ୱାଇଁଙ୍କ ମୁଣ୍ଡ କାଟି ଦେଇଥିଲେ ଶ୍ୱଶୁର
6:39 pmJune 26, 2021

ସୋରଡା,୨୬ା୬: ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ନୂଆଁଗଡ଼ ନିକଟ ନଦୀପଠାରୁ ପୋଲିସ ଗତ ମଙ୍ଗଳବାର ଭଗିଆ ବେହେରାଙ୍କ ମୁଣ୍ଡବିହୀନ ମୃତଦେହ ଜବତ କରିଥିଲା। ପୋଲିସ ଭଗିଆ ହତ୍ୟା ଘଟଣାର ଶନିବାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ମୃତକଙ୍କ ଶାଶୁ, ଶ୍ୱଶୁର ଏବଂ ସ୍ତ୍ରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶଶ୍ୱର କବିରାଜ ନାଇକ, ଶାଶୁ କିଶୋରୀ ଓ ସ୍ତ୍ରୀ ଝିଲି।

ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ, ଆଇଆଇସି ରମେଶ କୁମାର ପ୍ରଧାନଙ୍କ ସୂଚନା ଅନୁସାରେ, ସୁରମଣି ନିବାସୀ ଭଗିଆ ୯ ବର୍ଷ ତଳେ ଗୁଡିଢେପ ଗ୍ରାମର କବିରାଜଙ୍କ ଝିଅ ଝିଲିଙ୍କୁ ବିବାହ କରିଥିଲେ। ହେଲେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଏନେଇ ଝିଲି କିଛିଦିନ ତଳେ ପୁଅ ବାବୁଲା(୫) ଓ ଝିଅ ଶିବାନୀ (୬)ଙ୍କୁ ଧରି ପୁଷ୍ପନଗରରେ ଏକ ଘରଭଡ଼ା ନେଇ ରହୁଥିଲେ। ଗତ ୧୮ରେ ଭଗିଆ ଏକ ମାରଣାସ୍ତ୍ର ଧରି ସ୍ତ୍ରୀ ରହୁଥିବା ଭଡାଘରେ ପହଞ୍ଚିଥିଲେ। ଝିଲି ଏବଂ ତାଙ୍କର ମା’ ବାପା ମିଶି ଭଗିଆଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ସ୍ତ୍ରୀକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏପରିକି ଉତ୍‌କ୍ଷୀପ୍ତ ହୋଇ ଭଗିଆ ଶ୍ୱଶୁର କବିରାଜଙ୍କୁ ଆକ୍ରମଣ କରିଥିଲେ। ବାପାକୁ ସୁରକ୍ଷା କରିବାକୁ ଯାଇ ସ୍ତ୍ରୀ ଏକ ଛୁରୀରେ ଭାଗିଆଙ୍କୁ ଆକ୍ରମଣ କରିଥିଲେ। ଭଗିଆ ତଳେ ପଡିଯିବା ପରେ ଶ୍ୱଶୁର ଏକ କାତିରେ ମୁଣ୍ଡକୁ କାଟି ଅଲଗା କରିଦେଇଥିଲେ। ପରେ ଯୋଜନା ମୁତାବକ ମୁଣ୍ଡକୁ ଏକ ଜାଗାରେ ପୋତି ଦେଇ ଶରୀରକୁ ନଦୀପଟାରେ ଫିଙ୍ଗି ଦେଇଥିଲେ। ମୃତକଙ୍କ ଭାଇ ବିଦେଶୀ ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା (ନଂ. ୨୦୦ /୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ View All

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଚାଲିଛି ଶିଶୁଙ୍କ କୋଭିଡ୍‌ ଲକ୍ଷଣ ଯାଞ୍ଚ

  ଛତ୍ରପୁର,୧୩।୬(ଡି.ଏନ୍‌.ଏ.): ଆଗାମୀ ଦିନରେ କରୋନାର ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ...

ଭୋଟର ତାଲିକାରୁ ୩୪ ବାଦ୍‌

ଜଗତ୍‌ସିଂହପୁର ଅଫିସ,୪।୬: ଭୋଟର ତାଲିକାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସାମିଲ କରିବା ପାଇଁ ପ୍ରତ୍ୟେକ ବର୍ଷ ଉଦ୍ୟମ ହେଉଛି। ଏହା ଭିତରେ ସ୍ପେଶିଆଲ ସମରୀ ରିଭିଜନ୍‌...

ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିହତ

ମାଲକାନଗିରି/ଏମ୍‌ଭି୭୯,୧୮ା୬: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ ସମେତ ବହୁ ମାଓବାଦୀ ସାମଗ୍ରୀ ପୋଲିସ ଜବତ କରିଛି। ମିଳିଥିବା...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ସଞ୍ଜୟଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଇକିଆ୧୫।୬(ଡି.ଏନ୍‌.ଏ.): ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ସଞ୍ଜୟ ପ୍ରଧାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ରୀନଗରରୁ ଭୁବନେଶ୍ୱର ପରେ ନିଜ ଜନ୍ମ ମାଟି ରାଇକିଆ ବ୍ଲକର ବାଘରମା...

ବିନା ଭକ୍ତରେ ହେବ ସ୍ନାନ ପୂର୍ଣ୍ଣିମା

ପୁରୀ,୧୬।୬: ରଥଯାତ୍ରା ଭଳି ବିନା ଭକ୍ତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ବୁଧବାର ଅନୁଷ୍ଠିତ ପୁରୀ ମନ୍ଦିର ପ୍ରଶାସକ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।...

କରୋନାକୁ ହରାଇଲେ ମାସକର ଶିଶୁ

ନୂଆପଡ଼ା ଅଫିସ,୧୯।୫: କରୋନାର ଦ୍ୱିତୀୟ ଲହରରେ ଦିନକୁ ଦେଶରେ ୪ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସଙ୍କଟ ଜନକ ସ୍ଥିତିରେ ନୂଆପଡ଼ା ଜିଲାରୁ ଆସିଛି...

୭ରୁ କଟକଣାରେ ଚାଲିବ ହାଇକୋର୍ଟ

କଟକ ଅଫିସ୍‌,୫।୬: ମହାମାରୀ କୋଭିଡ୍‌ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ...

ସଂକ୍ରମଣ କମ୍‌ ଦେଖାଇବାକୁ ଷଡ଼ଯନ୍ତ୍ର

ବଇଣ୍ଡା,୧ା୬ କରୋନାକୁ କାବୁ କରିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମଧ୍ୟ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆମେରିକା କଥା ଶୁଣି ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା
Next Post Next post:
ଟିମ୍‌ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts