ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଛି। ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସକାଳ ୯ଟାରୁ ସାଢ଼େ ୧୦ଟା ଯାଏ ଏବଂ ନବମ ଓ ଦଶମ ପିଲାଙ୍କ ପାଠପଢ଼ା ସକାଳ ୧୦ଟା ୪୫ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲୁଛି। ଏଥିସହିତ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ବି ଅନ୍ଲାଇନ ପାଠପଢ଼ା ହେଉଛି। ତେବେ ପ୍ରଥମ ଦିନରେ ଅନ୍ଲାଇନରେ ପାଠପଢ଼ା କେମିତି ଚାଲିଛି ତାହାର ତଦାରଖ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପରେ ସେ କହିଛନ୍ତି, ୟୁଟ୍ୟୁବ୍ କ୍ଲାସ ପରେ ଛାତ୍ରୀଛାତ୍ରଙ୍କ ପ୍ରତି ମାସେ କିମ୍ବା ଦୁଇମାସରେ ଇଣ୍ଟରନାଲ ଆସେସ୍ମେଣ୍ଟ ହୋଇ ଇ-ମୂଲ୍ୟାୟନ କରାଯିବ। ତେବେ ବିଭିନ୍ନ ସ୍ଥାନରେ ଛାତ୍ରୀଛାତ୍ର ଅନ୍ଲାଇନ୍ ପାଠପଢ଼ାରୁ ବଞ୍ଚତ୍ତ ହୋଇଥିବାରୁ ସେମାନଙ୍କ ପାଖରେ ଏହି ସୁବିଧା କିପରି ପହଞ୍ଚତ୍ପାରିବ ସେଥିପାଇଁ ବିଭାଗ ପଦକ୍ଷେପ ନେବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଯୋଗୁ ପାଠପଢ଼ା ବ୍ୟାହତ ହେଇଛି। ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିଛନ୍ତି। ଫଳରେ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ବ୍ୟାହତ ହୋଇଛି। ଶିକ୍ଷାବର୍ଷର ତିନିମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀରେ କ୍ଲାସ୍ରୁମ୍ ଶିକ୍ଷାଦାନ ହୋଇପାରି ନାହିଁ। ଏପରିସ୍ଥିତିରେ ବିକଳ୍ପ ପଦକ୍ଷେପ ସ୍ବରୂପ ସୋମବାରଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁବ୍ରେ ପାଠପଢ଼ା ଆରମ୍ଭ ହୋଇଛି। କିନ୍ତୁ ସବୁ ପିଲାଙ୍କ ପାଖରେ ଏହି ଶିକ୍ଷାଦାନ ପହଞ୍ଚତ୍ବା ସହଜ ନ ଥିବାରୁ ପ୍ରଥମ ଦିନରୁ ଦେଖାଯାଇଥିଲା ସମସ୍ୟା। ସହରାଞ୍ଚଳରେ ପିଲାମାନେ ସୁବିଧା ପାଉଥିବାବେଳେ ଗ୍ରାମାଞ୍ଚଳରେ ପିଲାମାନେ ବହୁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଇଣ୍ଟରନେଟ ସମସ୍ୟା ସହ ଅଧିକାଂଶ ଛାତ୍ରୀଛାତ୍ରଙ୍କ ନିକଟରେ ମୋବାଇଲ ନାହିଁ କି କମ୍ପ୍ୟୁଟର ନାହିଁ। ତେଣୁ ସରକାର ଏହି ପ୍ରୟାସ କେତେ ଦୂର ସଫଳ ହେବ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ସରକାର ଅନ୍ଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା କରିଥିଲେ ମଧ୍ୟ ମାତ୍ର ୬୦% ପିଲା ଏହାର ସୁବିଧା ପାଇପାରିଥିଲେ।
ଏମିତି ବି ମାଡ଼ିଆସେ ମୃତ୍ୟୁ
କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ...
ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୪୦୫ ଜଣ...
ମଦ୍ରାସା ପରୀକ୍ଷାରେ ସମସ୍ତେ ପାସ୍
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବୀର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଭୁବନେଶ୍ୱର ୟୁନିଟ୍-୯ ସ୍ଥିତ ଉର୍ଦ୍ଦୁଭବନ ପରିସରରେ...
ଆଜି ଆଉ ୪୦ ଜୀବନ ନେଲା କରୋନା, ୩୮୦୦ ଟପିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୦ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ଅଧିକ ସଂଖ୍ୟାରେ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ହେବ
ଭୁବନେଶ୍ୱର, ୨୨।୬(ବ୍ୟୁରୋ):ଓଡ଼ିଶାର ବିଭିନ୍ନ ଜିଲାରେ ଅଧିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପିଏମ୍ଏଫ୍ଏମ୍ଇ ରାଜ୍ୟ କୋର୍ ଗ୍ରୁପ୍ ବୈଠକରେ ନିଷ୍ପତ୍ତି ହୋଇଛି। ଅଣୁ,...
ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୯୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୮...
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରସ୍ତାବିତ...
ଭାଗ୍ୟର ବିଡ଼ମ୍ବନା: ଗ୍ରାହକ ଉପରେ ଭୁଶୁଡ଼ିଲା ଦୋକାନ ଛାତ
ଜଳେଶ୍ୱର, ୨୦।୬: ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡ଼ ଝାଡ଼େଶ୍ୱରପୁର ସ୍କୁଲ ସାମ୍ନା ଏକ ପାଉଁରୁଟି ଦୋକାନ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ...


