ବାରିପଦା ଅଫିସ, ୨୨।୬-ମହାମାରୀ କରୋନା ଯୋଗୁ କିଣା ବିକା ହୋଇ ନ ପାରି ମୟୂରଭଞ୍ଜ ଜିଲାର ୨୧ ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କାର ଟସର ପଡ଼ିରହିଛି । ଦୀର୍ଘ ଦିନ ଧରି ଜମା ହୋଇରହିବାରୁ ଏହାର ଗୁଣାତ୍ମକ ମାନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଏହି ଚାଷ ଉପରୁ ଚାଷୀ ମୁଁହ ଫେରାଇବାକୁ ବସିଲେଣି।
ଜିଲାରେ ଥିବା ଆଦିବାସୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଟସର ଚାଷକୁ ଗୁରୁତ୍ୱ ଦିଆଯାଇଥିଲା । ଚାଷ କରି ରେଶମ ଉତ୍ପାଦନ ତଥା ରେଶମ ଚାଷକୁ ଉପାର୍ଜନର ପନ୍ଥା ରୂପେ ଚାଷୀମାନେ କିପରି ଗ୍ରହଣ କରିବେ ସେଥିପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରୀୟ ଟସର ବୋର୍ଡ ଦ୍ୱାରା ୧୯୭୫ରେ ବାଙ୍ଗରିପୋଷିଠାରେ ଏକ ଗବେଷଣା ସମ୍ପ୍ରସାରଣ କେନ୍ଦ୍ର ଖୋଲାଯାଇଥିଲା। ଲାଭଜନକ ଟସର ଚାଷକୁ ଉପାର୍ଜନର ପନ୍ଥା ଭାବେ ଅଞ୍ଚଳବାସୀ ଆପଣାଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସମୟରେ ବାଙ୍ଗିରିପୋଷି ଟସର ସମବାୟ ସମିତିରେ ୭୪ଲକ୍ଷ ଟଙ୍କାର ଟସର ବିକ୍ରି ନ ହୋଇ ପଡ଼ିରହିଛି। ଜିଲାର ମୋରଡ଼ା, ଶୁଳିଆପଦା, କୁଳିଅଣା, ସାରସକଣା, ବାରିପଦା, ବିଶୋଇ, ଠାକୁରମୁଣ୍ଡା, ଶାମାଖୁଣ୍ଟା ଓ କପ୍ତିପଦା ବ୍ଲକରେ କାର୍ଯ୍ୟ କରୁଥିବା ୨୧ଟି ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କା ମୂଲ୍ୟର ଟସର ପଡ଼ିରହିଛି। ଏଠାକାର ଟସରର ଉଚ୍ଚ ଗୁଣାତ୍ମକ ମାନ ରହୁଥିବାରୁ ଓଡ଼ିଶାର ବିଭିନ୍ନ ଜିଲାରୁ ବୁଣାକାର ସୋସାଇଟିମାନେ ଆସି ଟସର କିଣିଥାନ୍ତି ବୋଲି ଆମ୍ବଡ଼ିହାର ଚାଷୀ ମଙ୍ଗଳା ସୋରେନ ଓ ଉପରବେଡ଼ାର କାହ୍ନୁଚରଣ ମାରାଣ୍ଡି କହିଛନ୍ତି।
ରାଜ୍ୟରେ କେବଳ ସରକାରୀ ଭାବେ ଟସର କିଣାବିକା ହୋଇଥାଏ। ଉତ୍ପାଦିତ ଟସର ବିଭାଗୀୟ ବିପଣନ ବିଭାଗ ଭୁବନେଶ୍ୱରଙ୍କ ମାଧ୍ୟମରେ ବିଭିନ୍ନ ବୁଣାକାର ସୋସାଇଟି କିଣିଥାନ୍ତି। କରୋନା କଟକଣା ପାଇଁ କିଣାବିକା ବନ୍ଦ ଥିବାରୁ ବୁଣାକାର କୋ ଅପରେଟିଭ୍ ସୋସାଇଟି ସେସବୁ କିଣିବା ପାଇଁ ଆସୁନାହାନ୍ତି। ଫଳରେ ଦୀର୍ଘ ଦିନ ରହିବା ଦ୍ୱାରା ତା’ର ଗୁଣବତ୍ତା ନଷ୍ଟ ହେବାକୁ ବସିଲାଣି। ପଡ଼ୋଶୀ ପଶ୍ଚିମବଙ୍ଗ ଓ ବିହାରରେ ଖୋଲା ବଜାରରେ କିଣାବିକା ଥିବାରୁ ସେଠାରେ ସ୍ବାଭାବିକ ବିକ୍ରି ଚାଲିଛି। ତେବେ ଟସର ବିକ୍ରି ନ ହେଲେ ମଧ୍ୟ ଓଡ଼ିଶା ଟସର ଆଣ୍ଡ ସିଲ୍କ ଫେଡ଼େରଶନ ପକ୍ଷରୁ ଚାଷୀଙ୍କୁ ଅଗ୍ରୀମ ପ୍ରାପ୍ୟ ମିଳିସାରିଛି। ଜିଲାରେ ଟସର ଚାଷରୁ ମୋଟ ୩୦ହଜାର ଲୋକ ଉପକୃତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ପ୍ରତିଶତ ଆଦିବାସୀ ବର୍ଗର ଓ ୮ପ୍ରତିଶତ ଅନ୍ୟାନ୍ୟ ବର୍ଗର। ତେବେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମସ୍ୟା ଯୋଗୁ ଜିଲାରେ ଟସର ଉତ୍ପାଦନ ହ୍ରାସ ଘଟୁଛି ବୋଲି ଦାନାଦାର ଗ୍ରାମର ଚାଷୀ ମୁକୁଳ ନାଏକ ପ୍ରକାଶ କରିଛନ୍ତି । ଅତୀତରେ ଦୈନିକ ସହସ୍ରାଧିକ ପରିବାର ରେଶମ ଉତ୍ପାଦନକୁ ମୁଖ୍ୟ ବୃତ୍ତି ଭାବେ ବାଛି ପରିବାର ପ୍ରତିପୋଷଣ ଓ ଜୀବିକା ନିର୍ବାହ କରିବା ପାଇଁ ପ୍ରଶିକ୍ଷଣ ନେଉଥିଲେ। ଏପରିକି ଉକ୍ତ କେନ୍ଦ୍ରକୁ ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ତଥା ରାଞ୍ଚିିସ୍ଥିତ କେନ୍ଦ୍ରୀୟ ଟସର ଗବେଷଣା କେନ୍ଦ୍ରରୁ ବହୁ ଛାତ୍ରୀଛାତ୍ର ଓ ଗବେଷକମାନେ ଆସିଥାନ୍ତି। ଏବେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ଶ୍ରମିକ ସମସ୍ୟା ପାଇଁ ଟସର ଚାଷୀ ଚାଷ କାର୍ଯ୍ୟ କରିବାକୁ ଭୟ କରୁଛନ୍ତି । ୩୦ହଜାର ଚାଷୀଙ୍କ ମଧ୍ୟରୁ ବର୍ତ୍ତମାନ ୭ହଜାର ଚାଷୀ ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରୁଛନ୍ତି। ଟସର ଚାଷ ଏକ ଲାଭପ୍ରଦ ଚାଷ ହୋଇଥିଲେ ମଧ୍ୟ ଦିନକୁ ଦିନ ଉତ୍ପାଦନ ହ୍ରାସ ଘଟିବା ଯୋଗୁ ଏହା ଅସ୍ତିତ୍ୱ ହରାଇବାର ଆଶଙ୍କା ଦେଖାଦେଲାଣି। ରେଶମ ଚାଷର ବିକାଶ ଓ ଟସର ଚାଷୀଙ୍କ ସ୍ଥିତି ସୁଦୃଢ଼ କରିବାକୁ ଉତ୍ପାଦନଠାରୁ ଆରମ୍ଭ କରି ମାର୍କେଟିଂ ପର୍ଯ୍ୟନ୍ତ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ଜାମୁକୁଣ୍ଡାର ମହେନ୍ଦ୍ର ସିଂ, କଳାପାଣିର ପାନିକା ସିଂ, ସାମାୟ ସିଂ ଏବଂ ଆମ୍ବଡ଼ିହାର ରମେଶ ହାଁସଦା ପ୍ରମୁଖ ଅଗ୍ରଣୀ ଚାଷୀ ଦାବି କରିଛନ୍ତି ।
ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି
ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ।...
୪ ବର୍ଷର ପୁରୁଣା ଦାବି ଏବେ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ନିକଟରେ କେନ୍ଦ୍ର ସରକାର ଧାନ ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। ସାଧାରଣ ଧାନର କୁଇଣ୍ଟାଲ ପିଛା ଏମ୍ଏସ୍ପି...
ଅନ୍ଲକ୍ ଅଙ୍କକଷା
ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ ଏବେ ଲକ୍ଡାଉନ ଓ ଶଟ୍ଡାଉନ୍ ଜାରି ରହିଛି। ପ୍ରାୟ ଦେଢ଼ ମାସ ହେବ ଜୀବନ ଓ ଜୀବିକାକୁ ନେଇ ଲୋକେ ବିଭିନ୍ନ...
ବିଷ୍ଣୁପଦଙ୍କ କବିତା ସଙ୍କଳନ ଉନ୍ମୋଚିତ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବରିଷ୍ଠ ଅମଲାତନ୍ତ୍ରୀ ବିଷ୍ଣୁପଦ ସେଠୀଙ୍କ ଇଂଲିଶ କବିତା ସଙ୍କଳନ ‘ବିୟଣ୍ଡ ହିୟର୍ ଆଣ୍ଡ୍ ଅଦର ପୋଏମ୍ସ’କୁ ଉନ୍ମୋଚନ କରିଛନ୍ତି।...
ବିନା ଭକ୍ତରେ ହେବ ସ୍ନାନ ଯାତ୍ରା
ପୁରୀ ଅଫିସ,୧୨ା୬: ଚଳିତମାସ ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ତେବେ କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ...
ଅବସର ନେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ
ଭୁବନେଶ୍ୱର, ୩୧।୫(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୋମବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ସେ ୧ବର୍ଷ ୧୦ମାସ ଧରି...
ବୋମାମାଡ଼ କରି ବିଜେଡି ନେତା ଗିରଫ
ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...
୮ ଦିନର ବିବାହରେ ଏମିତି କ’ଣ ହେଲା
ଚମ୍ପୁଆ,୧୯।୬: ମାତ୍ର ୮ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ସ୍ବାମୀ ସ୍ତ୍ରୀ ଟ୍ରାକ୍ଟରରେ ଦିନ ମଜୁରିଆ ଭାବେ କାମ କରି ଚଳୁଥିଲେ। ଶୁକ୍ରବାର...


