‘ରିଅଲ ଲାଇଫ ହିରୋ’, ‘ଗଡ ଅଫ ଆର୍ଥ’ ଆଜିକାଲି ଲୋକମାନେ ଏହି ନାମରେ ଅଭିନେତା ସୋନୁ ସୁଦଙ୍କୁ ଜାଣିଛନ୍ତି। ସୋନୁ ୨୦୨୦ କରୋନା ସମୟରେ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ତାଙ୍କୁ ଘରେ ପହଞ୍ଚାଇଥିଲେ। ଆଜି ବି ଲୋକେ ତାଙ୍କୁ ସାହାଯ୍ୟ ମାଗିଲେ ସେ ସଙ୍ଗେ ସଙ୍ଗେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ତେବେ ସୋନୁ କହିଛନ୍ତି ଯେ, ସେ ନିଜେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।, ତେଣୁ ସେ ଅନ୍ୟମାନଙ୍କ କଷ୍ଟ ସେ ବୁଝିଛନ୍ତି। ନିକଟରେ ଅଭିନେତା ସୋନୁଙ୍କ ଫଟୋ ପତ୍ରିକା ଷ୍ଟାର ଡଷ୍ଟ କଭର ପେଜରେ ସ୍ଥାନ ପାଇଛି। ଅଭିନେତା ଏହାକୁ ଶେୟାର କରି ତାଙ୍କର ସଂଘର୍ଷଗୁଡ଼ିକୁ ମନେ ପକାଇଛନ୍ତି।
ସୋନୁ ଲେଖିଛନ୍ତି, ‘ଗୋଟିଏ ଦିନ ଥିଲା, ଯେତେବେଳେ ମୁଁ ଷ୍ଟାରଡଷ୍ଟ ଅଡିଶନ ପାଇଁ ପଞ୍ଜାବରୁ ମୋର କିଛି ଫଟୋ ପଠାଇଥିଲି। କିନ୍ତୁ ମୋତେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଆଜି ଏହି ସୁନ୍ଦର କଭର ପେଜ୍ ପାଇଁ ମୁଁ ଷ୍ଟାର ଡଷ୍ଟଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। କୃତଜ୍ଞତା। ’
ତେଣୁ ସୋନୁ ଉପରେ ଷ୍ଟାର୍ ଡଷ୍ଟର ଏହି କଭର ଷ୍ଟୋରି ସହିତ କ୍ୟାପଶନରେ ଲେଖା ଅଛି, ‘ପ୍ରକୃତ ହିରୋ ସୋନୁ ସୁଦ୍ ’ବାକି ରିଲ ହିରୋମାନଙ୍କଠାରୁ ଷ୍ଟାରଡମ ଛଡ଼ାଇ ନେଲେ’ ଅଭିନେତାଙ୍କ ପୋଷ୍ଟ ଉପରେ ଲୋକମାନେ ଭଲ ମନ୍ତବ୍ୟ ଦେଉଛନ୍ତି। ତାଙ୍କର କାର୍ଯ୍ୟଗୁଡ଼ିକ ପ୍ରଶଂସା କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.