E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଆଇସିୟୁରେ ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ
8:55 amJune 5, 2021

ଚଣ୍ଡିଗଡ,୫।୬(ପି.ଟି.): କିମ୍ବଦନ୍ତୀ ଭାରତୀୟ ଆଥଲେଟ୍‌ ମିଲ୍‌ଖା ସିଂ କୋଭିଡ୍‌-୧୯ ଲଢେଇ ଜାରି ରଖିଛନ୍ତି। ସ୍ଥାନୀୟ ପିଜିଆଇଏମ୍‌ଇଆର ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟ୍‌ (ଆଇସିୟୁ)ରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫୋନରେ ତାଙ୍କ ସହ କଥା ହୋଇଛନ୍ତି। ଗୁରୁବାରଠାରୁ ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ଅପେକ୍ଷାକୃତ ଭଲ ରହିଛି ବୋଲି ହସ୍ପିଟାଲ ତରଫରୁ କୁହାଯାଇଛି। ଶରୀରରେ ଅକ୍ସିଜେନସ୍ତର କମିବା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବିଭିନ୍ନ ମେଡିକାଲ ପାରାମିଟର ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ପିଜିଆଇଏମ୍‌ଇଆର ମୁଖପାତ୍ର ପ୍ରଫେସର ଆଶୋକ କୁମାର କହିଛନ୍ତି। ଏକ ୩ ଜଣିଆ ଡାକ୍ତର ଦଳ ମିଲ୍‌ଖାଙ୍କ ଉପରେ ନଜର ରଖିଛନ୍ତି। ମିଲ୍‌ଖାଙ୍କ ପୁଅ ଜୀଭ ମଧ୍ୟ ପିତାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି କହିଛନ୍ତି ଓ ଫୋନ୍‌ରେ କଥା ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିତାଙ୍କ ସହ କଥା ହୋଇଥିବାରୁ ତାଙ୍କ କୃତଜ୍ଞତା ଜଣାଉଛି ବୋଲି ଜୀଭ ଟୁଇଟ କରି ଜଣାଇଛନ୍ତି।
ପୂର୍ବରୁ କରୋନ ସଂକ୍ରମଣ କାରଣରୁ ମିଲ୍‌ଖା ମୋହାଲିର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ରବିବାର ଛାଡ଼ ପାଇଥିଲେ। ତେବେ ଘରେ ସେ ଅକ୍ସିଜେନ ସପୋର୍ଟରେ ରହିଥିଲେ। ତାଙ୍କ ୮୨ ବର୍ଷୀୟା ପତ୍ନୀ ମଧ୍ୟ ସମାନ କାରଣ ପାଇଁ ଫୋର୍ଟିସ ହସ୍ପିଟାଲର ଆଇସିୟୁରେ କ୍ରମାଗତ ଭାବେ ରହିଆସୁଛନ୍ତି। ଦୁବାଇରୁ ମେ’ ୧୨ ତାରିଖରେ ଜୀଭ ଚଣ୍ଡିଗଡରେ ପହଞ୍ଚିଥିଲେ। ତାଙ୍କ ବଡ଼ ଭଉଣୀ ମୋନା ମିଲ୍‌ଖା ସିଂ ମଧ୍ୟ ଆମେରିକାରେ ଜଣେ ଡାକ୍ତର ଭାବେ ଅବସ୍ଥାପିତ। ସେ ମଧ୍ୟ ଏଠାରେ ପହଞ୍ଚିଛନ୍ତି। ଘରେ କାମ କରୁଥିବା ବ୍ୟକ୍ତିମାନଙ୍କଠାରୁ ମିଲ୍‌ଖା ସଂକ୍ରମିତ ହେବା ଆଶଙ୍କା କରାଯାଉଛି।
ଉଲ୍ଲେଖଥାଉ କି ମିଲ୍‌ଖା ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୬୦ ରୋମ ଅଲିମ୍ପିକ୍ସରେ ସେ ୪୦୦ ମିଟର ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତାଙ୍କର ଟାଇମିଂ ଜାତୀୟ ରେକର୍ଡ ଭାବେ ୩୮ ବର୍ଷଧରି ବଜାୟ ରହିଥିଲା। ୧୯୯୮ରେ ପରମଜିତ୍‌ ସିଂ ତାଙ୍କର ଏହି ରେକର୍ଡ ଭାଙ୍ଗିଥିଲେ। ମିଲ୍‌୦ଖା ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କୁ ୧୯୫୯ରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଭାରତୀୟ ଟି୨୦ ଟିମ୍‌ରୁ କାହିଁକି ବାହାର ହୋଇଥିଲେ ଦିନେଶ କାର୍ତ୍ତିକ; କାରଣ ନେଇ ଏଭଳି କହିଲେ…

ନୂଆଦିଲ୍ଲୀ,୫।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ...

ଟୋକିଓ ଅଲିମ୍ପିକ୍ସ: ୨ ଓଡ଼ିଆଙ୍କୁ ଟିକେଟ

ନୂଆଦିଲ୍ଲୀ,୧୮।୬: ଟୋକିଓ ଅଲମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍‌ର ୧୬ଜଣିଆ ସ୍କ୍ବାଡ୍‌ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ସେମାନେ...

ପିଏସ୍‌ଏଲ୍‌ରୁ ଓହରିଲେ ଡୁପ୍ଲେସି

ଆବୁଧାବି, ୧୭।୬(ପି.ଟି.)-  ପାକିସ୍ତାନ ସୁପରଲିଗ୍‌ (ପିଏସ୍‌ଏଲ) ଅବସରରେ କନକ୍‌ସନ (ସଂଘାତ)ର ସମ୍ମୁଖୀନ ହୋଇଥିବା ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ...

କ୍ରିକେଟର ବ୍ଲକବଷ୍ଟର ମାସ ଆରମ୍ଭ: ୨୪ ଦିନରେ ନିଅନ୍ତୁ ୧୮ ଅନ୍ତର୍ଜାତୀୟ ମ୍ୟାଚ୍‌ର ମଜା

କ୍ରିକେଟର ବ୍ଲକବଷ୍ଟର ମାସ ଜୁନ ୨ରୁ ଆରମ୍ଭ ହେଉଛି। କ୍ରିକେଟ୍‌ ଦର୍ଶକମାନେ ଜୁନ ମାସରେ ୨୪ ଦିନ ଅନ୍ତର୍ଜାତୀୟ କ୍ରିକେଟ ଉପଭୋଗ କରିପାରିବେ। ଏଥିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପୂର୍ବରୁ ସାକ୍ଷାତକାର ନେଲେ ସ୍ତ୍ରୀ, ବୁମ୍‌ରା ପଚାରିଲେ- ମୁଁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି କି?

ସାଉଥାମ୍ପଟନ,୧୭।୬: ଚଳିତ ବର୍ଷ ଫେବୃୟାରୀରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଲୋକପ୍ରିୟ ଟେଲିଭିଜନ ଉଦ୍‌ଘୋଷିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ଉଭୟ ବିବାହ ପର୍ଯ୍ୟନ୍ତ...

ବ୍ରାଜିଲ କୋଚ୍‌ ଟିଟେଙ୍କୁ ଜରିମାନା

ସାଓ ପାଉଲୋ,୨୫।୬: କୋଭିଡ୍‌-୧୯ ମହାମାରୀ ଭୟାବହତା ଜାରି ରହିଥିବା ବେଳେ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନକୁ ସମାଲୋଚନା କରିବା ବ୍ରାଜିଲ କୋଚ୍‌ ଟିଟେଙ୍କୁ ଭାରି...

୨୮ ବର୍ଷ ବୟସରେ ଅବସର ନେଲେ ଭାରତୀୟ କ୍ରିକେଟର

ମୁମ୍ବାଇ, ୧।୬: ସୁଯୋଗ ଅଭାବରୁ ୨୮ ବର୍ଷ ବୟସରେ ସମିତ ପଟେଲ ଭାରତୀୟ କ୍ରିକେଟରୁ ଅସବର ନେଇଛନ୍ତି। ୨୦୧୨ରେ ତାଙ୍କ ପ୍ରତିନିଧିତ୍ୱରେ ୧୯ ବର୍ଷରୁ କମ୍‌...

ଟିମ୍‌ ଇଣ୍ଡିଆର ୩ ବ୍ୟାଟ୍ସ୍‌ମ୍ୟାନ୍‌ ଆଇସିସିର ଟପ୍‌ ୧୦ରେ…

ନୂଆଦିଲ୍ଲୀ,୧୦।୬: ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟନଶିପ୍‌ରେ ଭାରତ ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର ଆସିଛି। ଆଇସିସି ପକ୍ଷରୁ ଟେଷ୍ଟ୍‌ ର଼୍ୟାଙ୍କିଙ୍ଗ୍‌...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କୋଚ୍‌ ଟୁଚେଲଙ୍କ କାର୍ଯ୍ୟକାଳ ବଢ଼ାଇଲା ଚେଲସି
Next Post Next post:
ଫ୍ରେଞ୍ଚ୍‌ ଓପନ ଟେନିସ: ଚତୁର୍ଥ ରାଉଣ୍ଡରେ ଜେଭରେଭ, ନିଶିକୋରି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts