ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ମୁଦ୍ରାନୀତି କମିଟି(ଏମ୍ପିସି) ବୈଠକ ବୁଧବାରଠାରୁ ଆରମ୍ଭ ହୋଇଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ୪ ଜୁନ୍ରେ ଏହାର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବ। ଚଳିତ ଥର ରିଜର୍ଭ ବ୍ୟାଙ୍କ ରେପୋ ସମେତ ଅନ୍ୟ କୌଣସି ହାରରେ ପରିବର୍ତ୍ତନ କରିବ ନାହିଁ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଏପ୍ରିଲରେ ମଧ୍ୟ ଏମ୍ପିସି ରେପୋ ହାରରେ କୌଣସି ପରିବର୍ତ୍ତନ କରି ନ ଥିଲା। ଯଦି ଚଳିତ ଥର ମଧ୍ୟ ରେପୋରେ କୌଣସି ପରିବର୍ତ୍ତନ ନ ହୁଏ ତେବେ ୬ ଥର ପାଇଁ ରେପୋ ହାର ଅପରିବର୍ତ୍ତିତ ରହିବ। କରୋନା ଯୋଗୁ ବଜାର ବର୍ତ୍ତମାନ ଆହ୍ବାନପୂର୍ଣ୍ଣ ରହିଛି। ସେହିଭଳି ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ନଜରରେ ରଖି ସ୍ଥିତାବସ୍ଥା ବଜାୟ ରଖିବ ବୋଲି କୁହାଯାଉଛି। ବର୍ତ୍ତମାନ ରେପୋ ୪% ହାରରେ ରହିଛି। ସେହିଭଳି ରିଭର୍ସ ରେପୋ ୩.୫% ହାରରେ ରଖାଯାଇଛି।
ଏନ୍ଟିପିସି ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା
ଭୁବନେଶ୍ୱର: ଦେଶର ଅଗ୍ରଣୀ ନବରତ୍ନ କମ୍ପାନୀ ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ(ଏନ୍ଟିପିସି)କୁ ପ୍ରଥମ ଥର ପାଇଁ ୨୦୨୧-ରାଷ୍ଟ୍ର ନିର୍ମାତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ନିଯୁକ୍ତିଦାତାର ସମ୍ମାନ ମିଳିଛି।...
ଡାକ ବିଭାଗର ବିଶେଷ ରଦ୍ଦକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଚଳିତ ମାସ ୨୧ରେ ବିଶ୍ୱ ଯୋଗ ଦିବସର ମହତ୍ତ୍ୱ ପ୍ରତିପାଦନ ନିମିତ୍ତ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ବିଶେଷ ରଦ୍ଦକରଣ (ସ୍ପେଶାଲ କ୍ୟାନସେଲେଶନ)...
ପ୍ରଭାବିତ ହେବନି କୃଷି କ୍ଷେତ୍ର
ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଯୋଗୁ ଦେଶର କୃଷି କ୍ଷେତ୍ର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ...
କୋଲ୍ ଇଣ୍ଡିଆ ଦେଇପାରେ ଅତିରିକ୍ତ ଡିଭିଡେଣ୍ଡ
ନୂଆଦିଲ୍ଲୀ: କୋଲ୍ ଇଣ୍ଡିଆ ଏହାର ଅଂଶୀଦାରଙ୍କୁ ୨୦ରୁ ୨୫ ପ୍ରତିଶତ ଅତିରିକ୍ତ ଡିଭିଡେଣ୍ଡ ଦେଇପାରେ। ସୋମବାର ହେବାକୁ ଥିବା କମ୍ପାନୀର ବୋର୍ଡ ବୈଠକରେ ଏ ନେଇ...
୫ ଟ୍ରିଲିୟନ ଡଲାର ଜିଡିପି ଲକ୍ଷ୍ୟ କଷ୍ଟସାଧ୍ୟ
ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୮୩ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି। ଏହି ଅବଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୩%...
ମଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସ୍ସିଏଆଇ
ଭୁବନେଶ୍ୱର: କରୋନା ମହାମାରୀରେ ନିୟନ୍ତ୍ରଣ ଓ ସୁରକ୍ଷିତ ଭାବେ ମଲ୍ଗୁଡ଼ିକୁ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଶପିଂ ସେଣ୍ଟର ଆସୋସିଏଶନ ଅଫ୍ ଇଣ୍ଡିଆ...
ତେଲ ଦରରୁ ଏବେ ମିଳିବନି ଆଶ୍ୱସ୍ତି
ନୂଆଦିଲ୍ଲୀ: କରୋନା କାଳରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଜନିତ ଚିନ୍ତାରେ ରହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ତେଲ ଦର ବର୍ତ୍ତମାନ ୧୦୦ ଟଙ୍କା...
ଜୁନ୍ରେ ବଢ଼ିଲାଣି ୧୩ଥର ପେଟ୍ରୋଲ ୨୬, ଡିଜେଲ ୮ ପଇସା ବୃଦ୍ଧି
ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୬ଦିନକର ବିରତି ପରେ ପୁଣି ଥରେ ତୈଳ ଦରରେ ପରିବର୍ତ୍ତନ ହୋଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍ (ଆଇଓସିଏଲ୍)...


