ଯାଜପୁର ଅଫିସ,୯ା୬:ଯାଜପୁର ଜିଲାରେ ଗତ ୨୧ ତାରିଖରୁ ରବି ଧାନ କିଣା ଆରମ୍ଭ ହୋଇଛି। ହେଲେ ଏହି କାରବାରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ଟୋକନ ମିଳିଛି, ମୋବାଇଲକୁ ଏସ୍ଏମ୍ଏସ୍ ଆସିଛି। ହେଲେ ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ଫେରାଇ ଦିଆଯାଇଛି। କୋରେଇ ବ୍ଲକ ଧନେଶ୍ୱର ଓ କୋରେଇ ପ୍ୟାକ୍ସରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି। ଏ ସଂକ୍ରାନ୍ତରେ ଚାଷୀମାନେ କୃଷି ମନ୍ତ୍ରୀ, କୃଷି ସଚିବ, ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଡାକ ଓ ମେଲ୍ ଯୋଗେ ଅଭିଯୋଗପତ୍ର ପ୍ରେରଣ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୫୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ମୋବାଇଲକୁ ତା୩୧ା୫ା୨୦୨୧ରିଖରେ ଧାନ ବିକ୍ରି କରିବାକୁ ମେସେଜ ଆସିଥିଲା। ହେଲେ ଆବଶ୍ୟକ ମଣ୍ଡି ବ୍ୟବସ୍ଥା ନ ଥିବାରୁ ସେମାନେ ଧାନ ବିକ୍ରି କରିପାରି ନ ଥିଲେ। ପୁଣି ୭ା୬ା୨୦୨୧ରେ ନିର୍ଦ୍ଧାରିତ କ୍ରୟ ଦିନଠାରୁ ୭ ଦିନ ବିତି ଯାଇଥିଲେ ହେଁ ଧାନ ବିକ୍ରି କରିବାକୁ ଆସୁ ନାହାନ୍ତି, ୫ ଦିନ ମଧ୍ୟରେ ମଣ୍ଡିକୁ ଆସି ଧାନ ବିକ୍ରି କରନ୍ତୁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ପଞ୍ଜୀକୃତ ଚାଷୀଙ୍କ ମୋବାଇଲକୁ ମେସେଜ ଆସିଛି। କିନ୍ତୁ ପ୍ରଥମ ମେସେଜ ଆସିବା ଦିନଠାରୁ ଚାଷୀମାନେ ମଣ୍ଡିକୁ ଧାନ ବିକ୍ରି କରିବାକୁ ଯାଉଥିଲେ ହେଁ ସୋସାଇଟି ସମ୍ପାଦକ ଟାର୍ଗେଟ ନ ଥିବା କହି ଫେରାଇ ଦେଉଛନ୍ତି। ଜଣେ ଚାଷୀଙ୍କ ଟୋକନରେ ଥିବା ପରିମାଣଠାରୁ କମ୍ ଧାନ କିଣି ଅବଶିଷ୍ଟ ଧାନକୁ ହେର୍ଫେର୍ କରୁଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ଚାଷୀମାନେ ଅଭିଯୋଗ ଆଣିଛନ୍ତି। ତେଣୁ ଧାର୍ଯ୍ୟ ପରିମାଣ ଅନୁସାରେ ଧାନ କ୍ରୟ କରିବାକୁ ବିଜୟ କୁମାର ବୋଇତେଇ, ଚୈତନ୍ୟ ବେହେରା, ମାମିନା ସାହୁ, ରାଜେନ୍ଦ୍ର କୁମାର ବେହେରା, ମାଳତି ବେହେରା, ମିୟ ସାହୁ, କବିତା ସାହୁ, ସୌମ୍ୟରଞ୍ଜନ ସାହୁ, ଆନନ୍ଦଚନ୍ଦ୍ର ସାହୁ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି। ନଚେତ୍ ଚାଷୀମାନେ ବାଧ୍ୟ ହୋଇ ଧନେଶ୍ୱର-କୋରେଇ ମୁଖ୍ୟ ରାସ୍ତାରେ ଧାନବସ୍ତା ରଖି ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଚଳିତ ବର୍ଷ ପ୍ରାରମ୍ଭରୁ ରବି ଧାନ ସଂଗ୍ରହରେ ବିଭ୍ରାଟ ଦେଖାଦେଇଛି। ଏଥର ୧୦,୨୦୦ କୁଇଣ୍ଟାଲ ରବି ଧାନ ସଂଗ୍ରହ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିପାଇଁ ୭ ବ୍ଲକର ୨୩ ପ୍ୟାକ୍ସ(ପ୍ରାଥମିକ ସେବା ସମବାୟ ସମିତି) ଓ ୭ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଭାଗ ନେଉଛନ୍ତି। ହେଲେ ଅଧିକାଂଶ ଚାଷୀ ଧାନ ଅମଳ କରି ଖଳାରେ ରଖି ଟୋକନ ଅପେକ୍ଷାରେ ରହିଛନ୍ତି। ଲଗାଣ ବର୍ଷା ସେମାନଙ୍କୁ କ୍ଷତିଗ୍ରସ୍ତ କରିଛି। ବିଭିନ୍ନ ସ୍ଥାନରୁ ଋଣ କରି ଚାଷ କରିଥିବା ଚାଷୀ ବିପୁଳ ପରିମାଣରେ କ୍ଷତି ସହିଛି। ଏପରିକି କରୋନା ମହାମାରୀ ରବି ଧାନ ଚାଷକୁ ପ୍ରଭାବିତ କରିଛି। ଏଭଳିସ୍ଥଳେ ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ ସରକାର ଯଦି ନ କିଣନ୍ତି ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯିବ ବୋଲି ଚାଷୀମାନେ କୋହଭରା କଣ୍ଠରେ କହିଛନ୍ତି।
ଏ ସଂକ୍ରାନ୍ତରେ ଏଆରସିସି ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ରବି ଧାନ ସଂଗ୍ରହରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଏଥିପାଇଁ ଜିଲାପାଳଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ଧାନ କିଣାରେ ଟାର୍ଗେଟ ଆସିବା ପରେ ଏହି ସମସ୍ୟାର ନିଶ୍ଚିତ ଭାବେ ସମାଧାନ ହେବ।
Posted inଆମ ଜିଲା ଖବର, ଯାଜପୁର View All
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଚାଲିଛି ଶିଶୁଙ୍କ କୋଭିଡ୍ ଲକ୍ଷଣ ଯାଞ୍ଚ
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଆଗାମୀ ଦିନରେ କରୋନାର ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ...
ଜୁଏଲାରି ମାଲିକଙ୍କ ଘରେ ପଶିଲେ ଦୁର୍ବୃତ୍ତ: ୧୦ ରାଉଣ୍ଡ ଗୁଳି ଚାଳନା, ୩ ଗୁରୁତର ୩ ଆହତ
ବାହାନଗା, ୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଜଣେ ଜୁଏଲାରି ମାଲିକଙ୍କ ଘରୁ ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଘର ଭିତରେ...
ୱାର୍ଡମେମ୍ବରଙ୍କ ଘର ଉପରେ ବୋମାମାଡ଼
ସାଲେପୁର, ୮।୬(ଡି.ଏନ୍.ଏ.): ସାଲେପୁର ଥାନା ଅଧୀନ ବାରିଗୋଳ ଗ୍ରାମର ଓ୍ବାର୍ଡମେମ୍ବରଙ୍କ ଘର ଉପରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ମୋକିମ୍ ଖାଁଙ୍କ ଘର...
ବାପା-ପୁଅଙ୍କୁ ଛୁରାମାଡ଼, ନାବାଳକଙ୍କ ସମେତ ୩ ଅଟକ
ପୁରୁଷୋତ୍ତମପୁର,୧୧ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପାରିବାରିକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥରେ...
ପୁଅର ମୃତଦେହ ଛୁଇଁଲେନି ବାପା
ବୌଦ୍ଧ,୨୧।୬: ପୁଅର ମୃତ୍ୟୁ ପରେ ବାପା ମୃତଦେହ ଛୁଇଁଲେନି କି ସଂସ୍କାର ପାଇଁ ନେଲେନାହିଁ। ଫଳରେ ପୁତ୍ରବଧୂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଝାଶୁଝା କରିବାରୁ...
ସିଏମ୍ସି ପାଇଁ କୋହଳ ନିୟମ
କଟକ ଅଫିସ,୨୩ା୬:ମୋଟର ଯାନ ଆଇନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛି କଟକ ମହାନଗର ନିଗମ( ସିଏମ୍ସି)। ସିଏମ୍ସି ପକ୍ଷରୁ ଚାଲୁଥିବା ଆମ୍ବୁଲାନ୍ସ ଦୀର୍ଘ ୯ବର୍ଷ ହେବ...
ବେଦାନ୍ତର ଅସୁରକ୍ଷିତ ଓସ୍ତପାଳ ଖଣି: ଡିଜିଏମ୍ଏସ୍ର ତଦନ୍ତ ଆରମ୍ଭ
ଯାଜପୁର ଅଫିସ, ୧୮ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ କମ୍ପାନୀ ଦ୍ୱାରା ଗତ ପ୍ରାୟ ୬ ମାସ ହେବ କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ୍...
ବଚସାରୁ ହତ୍ୟା
ସମ୍ବଲପୁର,୧୦ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଜାତୀୟ ରାଜପଥ କଡରେ ଥିବା ପଞ୍ଚମୁଖି ଢ଼ାବାରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଢ଼ାବା କର୍ମଚାରୀଙ୍କୁ...


