ପୁରୀ ଅଫିସ,୭ା୬: ଶ୍ରୀଜଗନ୍ନାଥ ମେଡିକାଲ ଓ କଲେଜ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟରାସ୍ତା ବିପଦସଙ୍କୁଳ ହୋଇ ପଡ଼ିଛି। ରାସ୍ତା ନିର୍ମାଣ ପାଇଁ ସଂଲଗ୍ନ ଜମିରୁ ବେଆଇନ ଭାବେ ମାଟି ଖୋଳି ନିଆଯାଇଛି। ଫଳରେ ପ୍ରାୟ ୨କି.ମି. ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ୱରେ ୧୦ ଫୁଟ୍ରୁ ଅଧିକ ଗଭୀର ଗାତ ହୋଇଛି। ଏଥିଯୋଗୁ ଯାତାୟାତ ବେଳେ ମଣିଷ ଓ ପଶୁ ପଡ଼ିଯାଇ ପ୍ରାଣ ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ରାସ୍ତା ପାର୍ଶ୍ୱସ୍ଥ ଓପିଟିସିଏଲ୍ର ବିଦ୍ୟୁତ ଟାୱାର ତଳୁ ମଧ୍ୟ ମାଟି ତାଡ଼ି ନିଆଯାଇଛି। ତେଣୁ ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଟାଓ୍ବାର ଯେକୌଣସି ସମୟରେ ଗଳିପଡ଼ିବାର ଆଶଙ୍କା ରହିଛି। ଏହି ବେଆଇନ ମାଟି ଖନନ କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଶ୍ରୀଜଗନ୍ନାଥ ମେଡିିକାଲ ଓ କଲେଜକୁ ଲାଗି ବାଲୁଖଣ୍ଡ ଅଭୟାରଣ୍ୟ ରହିଛି। ତେଣୁ ରାସ୍ତା ନିର୍ମାଣ ପାଇଁ ସଂଲଗ୍ନ ଜମିରୁ ମାଟି ଖୋଳାଯିବା ପଛରେ ଅନିୟମିତତା ହିଁ କାରଣ ବୋଲି ସ୍ଥାନୀୟ ଲୋକେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତ କରି ଏବଂ ଅନ୍ୟପଟେ ଶକ୍ତି ବିଭାଗ କିମ୍ବା ଓପିଟିସିଏଲ୍ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ ବିନା ସମ୍ପୃକ୍ତ ଠିକାଦାର ଏଭଳି କାର୍ଯ୍ୟ କରିଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ସାମାଜିକକର୍ମୀ ଚିନ୍ମୟ ଦାସ କହିଛନ୍ତି, ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନେ କିଭଳି ଏହି କାର୍ଯ୍ୟ ସମ୍ପର୍କରେ ଜାଣିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ହୋଇଛି। ଠିକ୍ ଭାବେ କାର୍ଯ୍ୟ ତଦାରଖ କରାଯାଇ ନ ଥିବା ଏଥିରୁ ପ୍ରମାଣ ମିଳୁଛି। ଉକ୍ତ ରାସ୍ତା ସମସ୍ତଙ୍କ ପାଇଁ ସମସ୍ୟା ବଢ଼ାଇବ। ଅନ୍ୟପକ୍ଷରେ ସମ୍ପୃକ୍ତ ଠିକାଦାର କହିଛନ୍ତି, ରାସ୍ତାକଡ଼ରେ ଥିବା ମାଟିକୁ ତାଙ୍କ ସଂସ୍ଥା ଖୋଳିନାହିଁ। ବାଲି ଓ ମାଟି ମାଫିଆମାନେ ମାଟି ଉଠାଇ ନେଇଛନ୍ତି। ଏନେଇ ପୂର୍ତ୍ତ ବିଭାଗର ବରିଷ୍ଠ ଉନ୍ନୟନ ଅଧିକାରୀ ଘନଶ୍ୟାମ ପଣ୍ଡାଙ୍କୁ ପଚାରିବାରେ କହିଛନ୍ତି, ସମ୍ପୃୃକ୍ତ ରାସ୍ତା ନିର୍ମାଣ ପାଇଁ ୫ରୁ ୧୦ କି.ମି ଦୂରରୁ ମାଟି ଆଣି ପକାଇବା ପାଇଁ କୁହାଯାଇଛି। ରାସ୍ତା ନିର୍ମାଣ ଲାଗି ଅନୁମତି ଥିବାବେଳେ ରାସ୍ତାକଡ଼ରୁ ମାଟି ତାଡ଼ିନିଆଯିବା ବେଆଇନ କାର୍ଯ୍ୟ। ମାତ୍ର ଏଭଳି ହୋଇଛି କି ନାହିଁ ସେ ନେଇ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ। ସେହିପରି ଓପିଟିସିଏଲ୍ ଟାୱାର ତଳୁ ମାଟି ଖୋଳାଯିବା ସମ୍ପର୍କରେ ବିଭାଗୀୟ ବରିଷ୍ଠ ଉନ୍ନୟନ ଅଧିକାରୀ କହିଛନ୍ତି, ଏ ନେଇ କୌଣସି ଅଭିଯୋଗ ମିଳିନାହିଁ। ତଥାପି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
Posted inଆମ ଜିଲା ଖବର, ପୁରୀ View All
ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ
ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ...
ପାନୀୟ ଜଳ ସମସ୍ୟାକୁ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିଲେ ଗ୍ରାମବାସୀ
ଗଞ୍ଜାମ,୧୦।୬(ଡି.ଏନ୍.ଏ.): ଗଞ୍ଜାମ ସହରରେ ପାନୀୟ ଜଳ ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି l ଏନେଇ ଗ୍ରାମବାସୀ ଜନସ୍ବାସ୍ଥ୍ୟ ବିଭାଗକୁ ବାରମ୍ବାର ଅବଗତ କରାଇଥିଲେ...
ରାଗି ଘରୁ ଚାଲିଆସିଥିଲେ, ଆଜି ଗଛରେ ଝୁଲୁଥିଲା ମୃତଦେହ
ଚୌଦ୍ୱାର,୪ା୬(.): କଟକ ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ଚୌଦ୍ୱାର ଇଟୁଆ ରାସ୍ତାରେ ଗାଲା ପୋଲ ତଳେ ଥିବା ବିରୂପା ନଦୀପଠାରୁ ଝୁଲନ୍ତା ମୃତ ଦେହ ଜବତ...
ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ରାସ୍ତାରେ ଆବର୍ଜନା
କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ...
ଅଙ୍ଗ ନଦୀରେ ପୋଲ ନିର୍ମାଣ କରିବାକୁ ସରକାରଙ୍କ ଘୋଷଣା
ବରଗଡ଼ ଅଫିସ,୧୮।୬: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଲଖମରା ଏବଂ ଚର୍ଦାପାଲି ଗ୍ରାମ ଦେଇ ପ୍ରବାହିତ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର...
ରଥଖଳାରେ ସେବାୟତ ହାତାହାତି
ପୁରୀ ଅଫିସ,୪ା୬: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ। ରଥ କାମରେ ବିଶ୍ୱକର୍ମା ମହାରଣା ନିୟୋଜିତ ହୋଇଛନ୍ତି। ତେବେ ଏହି ପବିତ୍ର କାମ...
ଅତ୍ୟଧିକ କାର୍ଯ୍ୟ ଚାପରେ ଜୀବନ ହାରିଲେ ମହିଳା ଯନ୍ତ୍ରୀ
ଭଞ୍ଜନଗର,୨୪ା୬: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ମହିଳା ଯନ୍ତ୍ରୀ ଜେ. ଅନିତା(୩୩) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନିର୍ବାହୀ ଯନ୍ତ୍ରୀଙ୍କ...
ରେକର୍ଡ ନିଶାରେ ଦିବ୍ୟଜ୍ୟୋତି
କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...


