E-Paper
  • logo
  • Wednesday 1st April 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମେଟ୍ରୋ, ରାଜ୍ୟ

ଟିକା ଗ୍ଲୋବାଲ ଟେଣ୍ଡରକୁ ଧକ୍କା
7:50 amJune 2, 2021

ଭୁବନେଶ୍ୱର,୨ା୬(ବ୍ୟୁରୋ):ରାଜ୍ୟ ସରକାର ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ କୋଭିଡ୍‌ ଟିକା ଯୋଗାଇବାକୁ ଘୋଷଣା କରିଛନ୍ତି। ହେଲେ ଟିକା ସଂଗ୍ରହ କରିବା ଏବେ ସରକାରଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। କେନ୍ଦ୍ର ସରକାର ଆବଶ୍ୟକତା ଅନୁଯାୟୀ ଟିକା ଯୋଗାଇ ପାରୁ ନ ଥିବାବେଳେ ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଟିକା କିଣା ଟେଣ୍ଡରକୁ ଧକ୍କା ଲାଗିଛି। ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ଅନୁମତି ବିନା କୌଣସି ବିଦେଶୀ ଟିକା ପ୍ରସ୍ତୁତ କମ୍ପାନୀ ଟେଣ୍ଡରରେ ଭାଗ ନେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ଥିଲା। ଏପରି କି ଗତ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ବିଶ୍ୱସ୍ତରୀୟ ଟେଣ୍ଡର ପାଇଁ ସର୍ତ୍ତରେ କେତେକ କୋହଳ କରିଥିଲେ। ହେଲେ ଡିସିଜିିଆଇ ଅନୁମତି ଆବଶ୍ୟକ ପଡୁଥିବାରୁ ବିଦେଶୀ କମ୍ପାନୀ ଏହି ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିବା ଜଣାପଡିଛି। ଫଳରେ ରାଜ୍ୟ ସରକାର ମଙ୍ଗଳବାର ଏନେଇ ଟେଣ୍ଡର ସର୍ତ୍ତରେ ସଂଶୋଧନ ଆଣିଛନ୍ତି। ପୂର୍ବରୁ ଟେଣ୍ଡର ଆବେଦନ ପାଇଁ ଡିସିଜିଆଇ ଅନୁମୋଦନ ବାଧ୍ୟତାମୂଳକ ଥିଲା।
ଏଣିକି ବିଡରମାନେ ଡିସିଜିଆଇର ପ୍ରାକ୍‌ ଅନୁମୋଦନ ବିନା ଆବଶ୍ୟକ କାଗଜପତ୍ର ସହିତ ଟେଣ୍ଡରରେ ସିଧାସଳଖ ଅଂଶଗ୍ରହଣ କରିପାରିବେ। ତେବେ ଆବେଦନ ପାଇଁ ଟିକା ଉତ୍ପାଦନ କମ୍ପାନୀ ଯୁକ୍ତରାଷ୍ଟ୍ର ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ(ୟୁଏସ୍‌ଏଫ୍‌ଡିଏ) କିମ୍ବା ୟୁରୋପିଆନ ମେଡିସିନ ଏଜେନ୍ସି(ଇଏମ୍‌ଏ) ବା ବ୍ରିଟେନର ମେଡିସିନ୍ସ ଆଣ୍ଡ ହେଲ୍‌ଥକେୟାର ପ୍ରଡକ୍ଟସ ରେଗୁଲେଟୋରି ଏଜେନ୍ସି(ଏମ୍‌ଏଚ୍‌ଆର୍‌ଏ) କିମ୍ବା ଜାପାନର ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସେସ ଏଜେନ୍ସି(ପିଏମ୍‌ଡିଏ) କିମ୍ବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ତାଲିକାଭୁକ୍ତ ହୋଇଥିବାର କାଗଜପତ୍ର ଦାଖଲ କରିବା ଆବଶ୍ୟକ। ଏଥିସହିତ ଟେଣ୍ଡରରେ ଯୋଗ୍ୟତା ଅର୍ଜନ କରିଥିବା କମ୍ପାନୀ ଡିସିଜିଆଇ ଅନୁମୋଦନ ଆଣିବା ପରେ ତାକୁ ପର୍ଚେଜ ଅର୍ଡର ଦିଆଯିବ ବୋଲି ସଂଶୋଧିତ ନିର୍ଦ୍ଦେଶାବଳୀରେ କୁହାଯାଇଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ସ୍ବଦେଶୀ ଟିକା କମ୍ପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକ ରାଜ୍ୟ ସରକାର ଡାକିଥିବା ପ୍ରି ଟେଣ୍ଡର ବିଡିଂରେ ଅଂଶଗ୍ରହଣ କରି ନାହାନ୍ତି। ସେମାନଙ୍କ ଉପରେ ଟିକା ଉତ୍ପାଦନ ପାଇଁ ପ୍ରବଳ ଚାପ ପଡୁଥିବାରୁ ଟେଣ୍ଡରରେ ଭାଗ ନେଇ ନ ଥିବା ଜଣାପଡ଼ିଛି। ଏଭଳିସ୍ଥିତିରେ ଟେଣ୍ଡର ପ୍ରକ୍ରିିୟା ସଫଳ ହେଉ ନ ଥିବାରୁ ରାଜ୍ୟ ସରକାର ଟିକା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଟିକା ଯୋଗାଗଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଟିକାର ଖର୍ଚ୍ଚ ବହନ କରିବେ ବୋଲି ଜଣାଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ମଙ୍ଗଳବାର ଚିଠି ଲେଖିଛନ୍ତି।
ନବ ଚିଠରେ ଉଲ୍ଲେଖ କରିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ବିଶ୍ୱର ଅନେକ ଦେଶ ବହୁମୁଖୀ ସଂକ୍ରମଣର ସମ୍ମୁଖୀନ ହେଉଛନ୍ତି। ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଟିକାକରଣ ଏହି ମହାମାରୀ କବଳରୁ ଲୋକଙ୍କୁ ରକ୍ଷା କରିବାର ଏକମାତ୍ର ବାଟ। ଯଥା ସମ୍ଭବ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ପଡ଼ିବ। ଟିକାକରଣ ଆରମ୍ଭରୁ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ରାଜ୍ୟରେ ୬୧,୦୬,୪୧୫ ଲୋକଙ୍କୁ ଗୋଟିଏ ଲେଖାଏ ଟିକାକରଣ କରାଯାଇଛି। ଗତ ଏପ୍ରିଲ ଠାରୁ ରାଜ୍ୟରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯାଇ ଆସୁଛି। ଦିନକୁ ୩ଲକ୍ଷ ଲୋକଙ୍କୁ ଟିକା ଦେବା ବ୍ୟବସ୍ଥା ଥିବାବେଳେ ଟିକା ଅଭାବରୁ ବର୍ତ୍ତମାନ ଏହା ୬୦ରୁ ୭୦ହଜାରକୁ ଖସି ଆସିଛି। କେନ୍ଦ୍ର ସରକାର ୧୮ରୁ ୪୪ ବର୍ଷ ଲୋକଙ୍କ ପାଇଁ ସିଧାସଳଖ ଟିକା କିଣିବା ପାଇଁ ଅନୁମତି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆରୁ ୨୨୦ ଲକ୍ଷ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକରୁ ୧୦.୩୪ ଲକ୍ଷ ଟିକା କିଣିବାକୁ ଅର୍ଡର ଦେଇଥିଲେ। ତେବେ ସିଧାସଳଖ ଟିକା କିଣିବାରେ ସମସ୍ୟା ଦେଖା ଦେବାରୁ ଓଡ଼ିଶା ସରକାର ମେ ୧୦ତାରିଖରେ ବସିଥିବା କ୍ୟାବିନେଟ ବୈଠକରେ ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ବାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରି ବିଡିଂ ଟେଣ୍ଡରରେ ଟିକା କମ୍ପାନୀମାନେ ଅଂଶ ଗ୍ରହଣ କରୁ ନ ଥିବା ଦେଖାଯାଉଛି। ଏପରିକି ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଟେଣ୍ଡର କରିବାରେ ସଫଳ ହୋଇପାରି ନାହାନ୍ତି। ଗଣମାଧ୍ୟମ ସୂତ୍ର ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ଡକାଯାଉଥିବା ଟେଣ୍ଡରରେ କୌଣସି କମ୍ପାନୀ ଅଂଶ ଗ୍ରହଣ କରୁ ନାହାନ୍ତି। ଫାଇଜର ଓ ମଡର୍ନା ଭଳି ଅନ୍ତର୍ଜାତୀୟ କମ୍ପାନୀ ରାଜ୍ୟ ସହ ଚୁକ୍ତି ନ କରି କେନ୍ଦ୍ର ସରକାରଙ୍କ ସହ ଚୁକ୍ତି କରିବାକୁ ଚାହୁଁଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କଠାରୁ ଅନୁମତି ନେବାପରେ ରାଜ୍ୟକୁ ଟିକା ଯୋଗାଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବଦଳରେ କେନ୍ଦ୍ର ସରକାର ବିଶ୍ୱସ୍ତରରୁ ଟିକା କିଣି ରାଜ୍ୟଗୁଡ଼ିକୁ ଯୋଗାଇବାକୁ ନବ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣାରେ ଟିକା ଦେବାକୁ ଘୋଷଣା କରିଥିବାରୁ ଟିକା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ପ୍ରସ୍ତୁତ ବୋଲି ନବ କହିଛନ୍ତି। ଏଥିସହିତ ଇଣ୍ଟରନେଟ୍‌ ସୁବିଧା ନ ଥିବା ଜିଲାଗୁଡ଼ିକ ପାଇଁ ଅନ୍‌ଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ ନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ଯୁକ୍ତ ୨ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ଅଧିକାଂଶ ଦେଶରେ ଲୋକଙ୍କ ଜୀବନ ବଞ୍ଚାଇବା ସହ ଆର୍ଥିକ ଅବସ୍ଥାରେ ମଧ୍ୟ ସୁଧାର ଆଣୁଛି। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣକୁ ଏଡ଼ାଇବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଶେଷ କରିବା ଦରକାର। ଏସବୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନବ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inମେଟ୍ରୋ, ରାଜ୍ୟ View All

ବିନା ଭକ୍ତରେ ଶେଷ ହେଲା ବଳଦେବଜୀଉଙ୍କ ସ୍ନାନୋତ୍ସବ

କେନ୍ଦୁଝର,୨୪।୬(ସ୍ବ.ପ୍ର): କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବସ୍ନାନ ଉତ୍ସବ କୋଭିଡ କଟକଣା ମଧ୍ୟରେ ଗୁରୁବାର ପାଳିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ରୀତିନୀତିରେ ଶ୍ରୀ...

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ଭୁବନେଶ୍ୱର,୨।୬: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବୁଧବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ...

ଟିକା ପ୍ରାଇସ୍‌ ବିଡିଂ ୯ରେ

ଭୁବନେଶ୍ୱର,୫।୬(ବ୍ୟୁରୋ): ଟିକା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ) ପକ୍ଷରୁ ଡକାଯାଇଥିବା ଗ୍ଲୋବାଲ ଇ-ଟେଣ୍ଡରରେ ୨ ଜଣ ବିଡର ଅଂଶଗ୍ରହଣ କରିଛନ୍ତି। ସେମାନଙ୍କର ବିଡ୍‌କୁ...

ବର୍ଷାରେ ଧୋଇଗଲା ଡାଇଭର୍ସନ

କେନ୍ଦୁଝର, ୧୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତା ଲଘୁଚାପ ବର୍ଷାରେ ଧୋଇଯାଇଛି। ଏନେଇ ନରଣପୁର ବ୍ରାହ୍ମଣୀପାଳ ଯୋଗାଯୋଗ ବିଚ୍ଛିନ୍ନ...

ହତାଶାରେ ବିତୁଛି ଶିଳ୍ପୀ, ବୁଣାକାରଙ୍କ ଜୀବନ

ଭୁବନେଶ୍ୱର, ୫।୬ (ବ୍ୟୁରୋ): ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି। କୋଭିଡ୍‌...

୪ ଜିଲାରେ ହେବ ଅଣଧାନ ଫସଲ

ଭୁବନେଶ୍ୱର, ୧ା୬(ବ୍ୟୁରୋ): ଚଳିତ ଖରିଫ୍‌ରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକ୍ଟର ଚାଷଜମିରେ ଫସଲର ବିବିଧୀକରଣର ଏକ ପାଇଲଟ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାକୁ...

ନକଲି ଔଷଧ ଧରିବ ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୬।୬(ବ୍ୟୁରୋ): କରୋନା ମହାମାରୀ ଭଳି ଘଡ଼ିସନ୍ଧି ସମୟରେ ରାଜ୍ୟରେ ନକଲି ଔଷଧ କାରବାର ଚାଲିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୭...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ପ୍ରାଣୀଟିଏ ପାଇଁ ଜୀବନକୁ ବାଜି ଲଗାଇ ଦେଉଛନ୍ତି ଯୁବକ,ଭିଡିଓ ଭାଇରାଲ
Next Post Next post:
ଧରିତ୍ରୀ କାର୍ଟୁନ୍‍ – Dharitri Cartoon

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts