୮୦ ଦଶକରେ ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରୁଥିଲେ। ସେହି ସମୟରେ ଏପରି ଅନେକ ଫିଲ୍ମ ଥିଲା ଯେଉଁଥିରେ ଅଭିନେତା ନୁହନ୍ତି ବରଂ ଅଭିନେତ୍ରୀ ଲିଡ୍ ରୋଲ ନେଉଥିଲେ। ଏଥି ସହିତ, ଚଳଚ୍ଚିତ୍ରରେ ଭିଲେନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା। ଏହି ଅବଧିରେ ନିର୍ଦ୍ଦେଶକ ଅଶୋକ ଦେବ ମଧ୍ୟ ଅନେକ ଫିଲ୍ମ ନିର୍ମାଣ କରିଥିଲେ। ସେଥି ମଧ୍ୟରୁ ଫିଲ୍ମ ଥିଲା ‘ଡାକୁ ହସିନା’ ଅନ୍ୟତମ। ଏହି ଫିଲ୍ମରେ ଅଭିନେତ୍ରୀ ଜିନତ ଅମାନଙ୍କ ବ୍ୟତୀତ ରଜନୀକାନ୍ତ ଏବଂ ରାଜ୍ ମୁରଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ।
ଏହି ଫିଲ୍ମରେ ଯେତେବେଳେ ରାଜ୍ ମୁରଦଙ୍କୁ ଜିନତଙ୍କ ସହିତ ଏକ ବଳାତ୍କାର ସିନ୍ ଶୁଟିଂ କରିବାକୁ କୁହାଯାଇଥିଲା ସେତେବେଳେ ସେ ପଛକୁ ଫେରି ଯାଇଥିଲେ। କାରଣ ତାଙ୍କ ମନରେ କେବଳ ଗୋଟିଏ କଥା ଥିଲା ଯେ, ଜିନତ ସମ୍ପର୍କରେ ତାଙ୍କ ଭଉଣୀ ହେବେ।
ଫିଲ୍ମର ନିର୍ଦ୍ଦେଶକ ଅଶୋକ ତାଙ୍କୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସେ କହୁଥିଲେ ଯେ, ସେ କିପରି ତାଙ୍କ ଭଉଣୀ ସହିତ ବଳାତ୍କାର ଦୃଶ୍ୟ ଶୁଟିଂ କରିପାରିବେ। ବହୁ ମନାଇବା ପରେ ମଧ୍ୟ ଯେତେବେଳେ ମୁରଦ ରାଜି ହୋଇ ନ ଥିଲେ, ଜିନତ ତାଙ୍କ ସହ କଥା ହୋଇଥିଲେ । ତାଙ୍କୁ କହିଥିଲେ ଆମକୁ କାମ ଦେଖିବା ଉଚିତ ସମ୍ପର୍କ ନୁହେଁ ପରେ ରାଜି ହୋଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.