Categories: ଫୁରସତ

ପ୍ରେମ କରି ଚର୍ଚ୍ଚାରେ ବିଶ୍ୱର ଏହିସବୁ ଲୋକପ୍ରିୟ ନେତା

ନିକଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୱେଷ୍ଟମିଂଷ୍ଟର କ୍ୟାଥେଡ୍ରଲରେ ତାଙ୍କ ଗର୍ଲଫ୍ରେଣ୍ଡ କ୍ୟାରି ସାଇମଣ୍ଡସଙ୍କୁ ଗୁପ୍ତରେ ବିବାହ କରିଥିଲେ। ୫୬ ବର୍ଷ ବୟସରେ ବୋରିସ ତୃତୀୟ ଥର ବିବାହ କରିବାକୁ ନେଇ ବ୍ରିଟେନରେ ଅନେକ ଚର୍ଚ୍ଚା ହୋଇଥିଲା। ଏବେ ସେମାନଙ୍କର ବିବାହ ପ୍ରମାଣପତ୍ର ସାମ୍ନାକୁ ଆସିଛି। ବିବାହ ପ୍ରମାଣପତ୍ର ଅନୁଯାୟୀ, ପିଏମ ବୋରିସ ଜନସନ ଏବଂ ତାଙ୍କ ସ୍ତ୍ରୀ କ୍ୟାରି ସାଇମଣ୍ଡସଙ୍କ ବୟସ ମଧ୍ୟରେ ୨୩ ବର୍ଷର ପାର୍ଥକ୍ୟ ଅଛି। ଜନସନଙ୍କ ପୂର୍ବରୁ ପୂର୍ବରୁ ଅନେକ ଲୋକପ୍ରିୟ ନେତା ଅଛନ୍ତି ଯେଉଁମାନେ ନିଜଠାରୁ ବୟସରେ ବହୁ ସାନ ମହିଳାଙ୍କୁ ଭଲ ପାଇ ବିବାହ କରିଛନ୍ତି। ଜାନ୍ତbୁ ସେମିତି କିଛି ନେତାଙ୍କ ବିଷୟରେ…

କିମ ଜୋଙ୍ଗ ଉନ୍‌
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ବର୍ବରତାର କାହାଣୀ ସମଗ୍ର ବିଶ୍ୱ ଜାଣିଛି। କିମଙ୍କ ଜୀବନ ଯେତେ ରହସ୍ୟମୟ, ତା’ର ବିବାହ ମଧ୍ୟ ସେତିକି ରହସ୍ୟମୟ ଅଟେ। କିମ କେବେ ଓ କିପରି ବିବାହ କରିଥିଲେ ତାହା କେହି ଜାଣନ୍ତି ନାହିଁ। କିମ ଜୋଙ୍ଗ-ଉନଙ୍କ ରହସ୍ୟମୟ ଦୁନିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ତାଙ୍କ ସ୍ତ୍ରୀ ରି ସୋଲ ଜୁ। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୦୫ରେ ଏସୀୟ ଆଥଲେଟ୍ସ ଚାମ୍ପିଅନସିପ ସମୟରେ ରି ଦେଶର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ଆସିଥିଲେ। ତାଙ୍କୁ ୯୦ ଜଣ ଚିୟରଲିଡର ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ସମୟରେ କିମ ଜୋଙ୍ଗ-ଉନ ପ୍ରଥମେ ରି ସୋଲ ଜୁଙ୍କ ନଜରରେ ଆସିଥିଲେ ଏବଂ ଏଠାରେ ଦୁହେଁ ସାକ୍ଷାତ ହୋଇଥିଲେ। ୨୦୦୯ରେ ଉନ୍‌ ରିଙ୍କୁ ବିବାହ କରିଥିଲେ। ୨୦୧୦ରେ ଉଭୟଙ୍କ ଏକ ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ତେବେ ସରକାରୀ ଭାବେ ଏହାକୁ ସ୍ପଷ୍ଟ କରାଯାଇ ନାହିଁି।

ଇମାନୁଏଲ୍‌ ମାକ୍ରୋନ୍‌
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ପ୍ରେମ କାହାଣୀ ମଧ୍ୟ ଚର୍ଚ୍ଚାରେ ରହିଥିଲା। ବିଶେଷ କଥା ହେଉଛି ସେ ତାଙ୍କଠାରୁ ୨୪ ବର୍ଷ ବଡ ବ୍ରିଗିଟ ଟ୍ରୋଗନକ୍ସଙ୍କୁ ବିବାହ କରିଛନ୍ତି। ୬୪ ବର୍ଷିୟ ବ୍ରିଗିଟ ବିଦ୍ୟାଳୟରେ ମାକ୍ରୋନଙ୍କ ଶିକ୍ଷକ ଥିଲେ। ମାକ୍ରୋନ ତାଙ୍କଠାରୁ ୨୪ ବର୍ଷ ସାନ ଥିଲେ। ସେହି ସମୟ ମଧ୍ୟରେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ବିଶେଷ କଥା ହେଉଛି ବ୍ରିଗିଟଙ୍କ ଝିଅ ମାକ୍ରୋନଙ୍କ ସହପାଠୀ ଥିଲେ।

ଇମ୍ରାନ ଖାନ୍‌
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ରୋମାଣ୍ଟିକ ଜୀବନଶୈଳୀ ବିଷୟରେ ସମସ୍ତଙ୍କୁ ଜଣା। ସେ ୬୫ ବର୍ଷ ବୟସରେ ତୃତୀୟ ଥର ବିବାହ କରିଥିଲେ। ୪୦ ବର୍ଷର ବୁଶ୍‌ରା ଶାନ ପ୍ରଥମେ ଇସଲାମାବାଦର ଜଣେ ବରିଷ୍ଠ କଷ୍ଟମ୍ସ ଅଧିକାରୀଙ୍କୁ ବିବାହ କରିଥିଲେ। ଏହାପୂର୍ବରୁ ଇମ୍ରାନ ଖାନଙ୍କ ପ୍ରଥମ ବିବାହ ବ୍ରିଟିଶ ଜନ୍ମିତ ଜେମିମାଙ୍କ ସହ ହୋଇଥିଲା। ୨୦୦୪ରେ ଛାଡପତ୍ର ପରେ ଇମ୍ରାନ ଖାନ ଦ୍ୱିତୀୟ ଥର ପାଇଁ ଟିଭି ଉପସ୍ଥାପିକା ରେହମ ଖାନଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କ କେବଳ ୧୦ ମାସ ପର୍ଯ୍ୟନ୍ତ ଚାଲିଥିଲା।

ଡୋନାଲ୍ଡ ଟ୍ରମ୍ପ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ତାଙ୍କଠାରୁ ୨୪ ବର୍ଷ ସାନ ମଡେଲ ମେଲାନିଆଙ୍କୁ ବିବାହ କରିଛନ୍ତି। ଟ୍ରମ୍ପ ଏବଂ ମେଲାନିଆ ଟ୍ରମ୍ପଙ୍କ ପ୍ରେମ କାହାଣୀ ୧୯୯୮ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ଟ୍ରମ୍ପଙ୍କୁ ୫୨ବର୍ଷ ଏବଂ ମେଲାନିଆଙ୍କୁ ୨୮ ବର୍ଷ ବୟସ ହୋଇଥିଲା। ୨୦୦୪ରେ, ଟ୍ରମ୍ପ ୧.୫ ମିଲିୟନ ଡଲାରର ହୀରା ମୁଦି ପିନ୍ଧାଇ ବିବାହ ପାଇଁ ମେଲାନିଆଙ୍କୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ଦୁହେଁ ବିବାହ କରିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.