ଭୁବନେଶ୍ୱର,୧୩ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ଚାକିରି ଅଭାବ ଦେଖାଦେଇଥିବାବେଳେ ରାଜ୍ୟ ପୋଲିସ ବିଭାଗରେ ୪୭୭ ସବ୍ ଇନ୍ସପେକ୍ଟର(ଏସ୍ଆଇ) ଓ ୨୪୪ କନଷ୍ଟେବଳ ପଦବୀ ପୂରଣ ପାଇଁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ତେବେ ଏହି ସବୁ ପଦବୀ ପାଇଁ ଏଥର କିନ୍ନରମାନେ ମଧ୍ୟ ଆବେଦନ କରିପାରିବେ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତିି। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୨ଠାରୁ ଜୁଲାଇ ୧୫ତାରିଖ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ ଅନ୍ଲାଇନ ଜରିଆରେ ଆବେଦନ କରିପାରିବେ। ଯେଉଁମାନେ ଏସ୍ଆଇ ପଦବୀ ପାଇଁ ଆବେଦନ କରିବେ ସେମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍ ହୋଇଥିବ ଓ ୨୦୨୧ ଜାନୁୟାରୀ ୧ତାରିଖ ସୁଦ୍ଧା ସେମାନଙ୍କ ବୟସ ୨୧ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ ଅନୁସୂଚିତ ଜାତି/ଜନଜାତି, ଏସ୍ଇବିସି ଓ ମହିଳାଙ୍କ ପାଇଁ ବୟସ ସୀମାକୁ ୫ବର୍ଷ କୋହଳ କରାଯାଇଛି। ଏଥର ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିବା ଡିଜି କହିଛନ୍ତି। ଗୋଟିଏ ଲିଖିତ ପରୀକ୍ଷା ହେବ ଓ ସେଥିରେ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ। ସେହିପରି କମ୍ୟୁନିକେଶନ କନଷ୍ଟେବଳ ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ୨୦୨୧ ଜାନୁୟାରୀ ୧ ତାରିଖ ସୁଦ୍ଧା ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ା କମ୍ୟୁନିକେଶନ କନଷ୍ଟେବଳ ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ୨ ପାସ୍ ରହିଥିବ ଏବଂ ରାଜ୍ୟ ସରକାରଙ୍କ ଯେ କୌଣସି ସ୍ବୀକୃପ୍ତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେଶନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଏଥିସହ ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ ବୋଲି ଡିଜିପି ଅଭୟ ସୂଚନା ଦେଇଛନ୍ତି। ଓଡ଼ିଶା ପୋଲିସରେ ଯୋଗଦେଇ ସମାଜର ସେବା କରିବାକୁ ଆଗେଇ ଆସିବା ପାଇଁ ଡିଜି ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି। ଓଡ଼ିଶା ପୋଲିସ ସେବାରେ ପ୍ରଥମ ଥର ପାଇଁ କିନ୍ନରମାନଙ୍କୁ ଆବେଦନ କରିବାକୁ ସୁଯୋଗ ମିଳିଥିବାରୁ କିନ୍ନର ସମାଜ ବେଶ୍ ଉସତ୍ାହିତ ଅଛନ୍ତି।
ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା
ଭୁବନେଶ୍ୱର,୫।୬(ବ୍ୟୁରୋ): ‘ତୋତେ ବାହା ହେବି ବୋଲି ଘର ଛାତ ଡେଇଁ ପଳେଇ ଆସିଛି। ଆଉ ଘରକୁ ଫେରିବିନି। ତୁ ଯୋଉଠି କହିବୁ ସେଇଠି ରହିବି। ତୁ...
ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍
ବ୍ରହ୍ମପୁର ଅଫିସ,୫ା୬: ଜନୈକା ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି।...
କାର୍ରେ ପ୍ରେସ୍ ଲେଖି ଚାଲାଣ କରୁଥିଲେ କଫ ସିରପ୍
ବରଗଡ଼ ଅଫିସ୍,୨୫।୬: ପୋଲିସକୁ ଚଖ୍ମା ଦେବା ପାଇଁ କଫ ସିରପ୍ ଚାଲାଣରେ ବ୍ୟବହାର ହେଉଥିଲା ପ୍ରେସ୍ ଲେଖାଥିବା ଗାଡି। ବିଶେଷ ସୂତ୍ରରୁ ଖବର ପାଇ ଓଆର୦୨ବିଏଫ୍/୫୯୯୮...
ରାତି ପାହିଲେ ବାହାରିବେ ବରଯାତ୍ରୀ
ସମ୍ବଲପୁର,୧୪ା୬(ବ୍ୟୁରୋ): କରୋନା କଟକଣା ମଧ୍ୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି ଶେଷ ହୋଇଛି। ରାତି ପାହିଲେ ମହାଦେବଙ୍କ ବରଯାତ୍ରୀ ଲାଗି ପାରମ୍ପରିକ ବିଧି ହେବ।...
ଆଜିଠୁ ୟୁଟ୍ୟୁବ୍ରେ ପାଠ ପଢ଼ିବେ ପିଲା
ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାରଠାରୁ ପ୍ରଥମଥର ପାଇଁ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠପଢ଼ା ହେବ। ଗଣଶିକ୍ଷା ବିଭାଗ ରାଜ୍ୟରେ ଏହି ନୂଆ ପ୍ରୟୋଗ ଆରମ୍ଭ...
ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି
ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ।...
କରୋନା ଛଡ଼ାଇନେଲା ଜୀବିକା
ଖୋର୍ଦ୍ଧା ଅଫିସ,୨୦ା୬: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। ଏଥିସହ ସପ୍ତାହାନ୍ତ ଶଟ୍ଡାଉନ ରହିଛି। ପୂର୍ବରୁ ଲକ୍ଡାଉନ ସମୟରେ କେବଳ ୪ଘଣ୍ଟା...
ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ
ଭୁବନେଶ୍ବର,୧୯।୬: ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର...


