ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱରଠାରେ ଇଣ୍ଡିଆନ ଅଏଲ ଏବଂ ଆପୋଲୋ ହସ୍ପିଟାଲ ସହଯୋଗରେ ଆୟୋଜିତ ୭ଦିନିଆ ‘କୋଭିଡ୍-୧୯ ଟିକାକରଣ ଶିବିର’କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଉଦ୍ଘାଟନ କରିଛନ୍ତି । ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ ବିତରଣ କରୁଥିବା କୋଭିଡ୍ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣରେ ସାମିଲ କରିବା ଏହାର ଉଦ୍ଦେଶ୍ୟ। ଇଣ୍ଡିଆନ ଅଏଲର ଚନ୍ଦ୍ରଶେଖରପୁରସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏହି ଶିବିରରେ ପ୍ରତିଦିନ ୨୦୦ ଡୋଜ୍ ଟିକାଦେବା ପାଇଁ ଯୋଜନା କରାଯାଇଛି। ଇଣ୍ଡିଆନ ଅଏଲ ନିଜସ୍ବ ଖର୍ଚ୍ଚରେ ଟିକାକରଣ ବ୍ୟବସ୍ଥା କରିଥିବା ବେଳେ ଆନୁଷଙ୍ଗିକ ସହଯୋଗ ଦେଇଥିବାରୁ ସିଆଇଆଇ ଏବଂ ଆପୋଲୋ ହସ୍ପିଟାଲକୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ଅବସର ନେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ
ଭୁବନେଶ୍ୱର, ୩୧।୫(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୋମବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ସେ ୧ବର୍ଷ ୧୦ମାସ ଧରି...
ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ
ଭୁବନେଶ୍ୱର,୩।୬: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ଲାଇଲ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ...
ରଥରେ ଲାଗିଲା ଅଖ
ପୁରୀ ଅଫିସ,୩ା୬: ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଭଁରୀ ଯାତ୍ରା। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ...
ରସୁଲଗଡ଼ ଓଭରବ୍ରିଜ୍ରେ ଦୁର୍ଘଟଣା: ପିସିଆର ଭ୍ୟାନକୁ ପଛରୁ ପିଟିଲା ଟ୍ରକ, ୨ ପୋଲିସ କର୍ମଚାରୀ ଆହତ
ଭୁବନେଶ୍ୱର,୧୬ା୬(ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ ଉପରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ପିସିଆର ଭ୍ୟାନକୁ ପଛ ପଟୁ ଏକ ମାଲ୍ବୋଝେଇ ଟ୍ରକ୍ ଧକ୍କା ଦେବାରୁ ଦୁର୍ଘଟଣାରେ ୨...
ବିନା ଭକ୍ତରେ ହେବ ସ୍ନାନ ପୂର୍ଣ୍ଣିମା
ପୁରୀ,୧୬।୬: ରଥଯାତ୍ରା ଭଳି ବିନା ଭକ୍ତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ବୁଧବାର ଅନୁଷ୍ଠିତ ପୁରୀ ମନ୍ଦିର ପ୍ରଶାସକ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।...
ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୯୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୮...
ଭାଗ୍ୟର ବିଡ଼ମ୍ବନା: ଗ୍ରାହକ ଉପରେ ଭୁଶୁଡ଼ିଲା ଦୋକାନ ଛାତ
ଜଳେଶ୍ୱର, ୨୦।୬: ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡ଼ ଝାଡ଼େଶ୍ୱରପୁର ସ୍କୁଲ ସାମ୍ନା ଏକ ପାଉଁରୁଟି ଦୋକାନ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ...
ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ: ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ
ଖଇରା,୧୦।୬- ପ୍ରେମ ନିବେଦନରେ ବିଫଳ ହେବାରୁ ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ ଯୁବକ। ବାଲେଶ୍ବର ଜିଲା ଖଇରା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି...


