ବେଜିଂ, ୧୭ା୬: ଚାଇନାର ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ କରୋନା ଭୂତାଣୁ ଲିକ୍ ହୋଇଥିବା କଥା ଭୁଲ୍ ବୋଲି କହିଛନ୍ତି ଚାଇନା ବ୍ୟାଟ୍ ଓମ୍ୟାନ ଭାବେ ପରିଚିତ ଡା. ଶି ଝେଙ୍ଗଲି। କରୋନାଜନିତ ସ୍ବାସ୍ଥ୍ୟ ସଙ୍କଟ ପାଇଁ ତାଙ୍କ ଇନ୍ଷ୍ଟିଚ୍ୟୁଟ୍କୁ ବଦନାମ କରାଯାଉଥିବା ସେ କହିଛନ୍ତି। ବାଦୁଡି କରୋନା ଭାଇରସ୍ ଉପରେ ଗବେଷଣା କରୁଥିବା ଶି ଝେଙ୍ଗଲି ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି, କୌଣସି ଘଟଣା ଘଟି ନ ଥିଲେ ଏହାର ପ୍ରମାଣ କିପରି ଦିଆଯାଇପାରିବ। ଗତ ମାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କରୋନା ଭୂତାଣୁର ମୂଳ ଜାଣିବାକୁ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚରେ ଚାଇନା ଲାବ୍ରୁ ଭାଇରସ୍ ବାହାରିଥିବା ଦିଗକୁ ମଧ୍ୟ ତଦନ୍ତ ପରିସରକୁ ନେବାକୁ କହିଥିଲେ। ୨୦୧୭ରେ ଶି ଏବଂ ତାଙ୍କ ସହଯୋଗୀ ଉହାନ୍ ଲାବେରେଟୋରିରେ ପରୀକ୍ଷଣ ବେଳେ ବିଭିନ୍ନ ପ୍ରକାର ନମୁନା ନେଇ ହାଇବ୍ରିଡ୍ ବ୍ୟାଟ୍ କରୋନା ଭୂତାଣୁ ସୃଷ୍ଟି କରିଥିବା ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏହି ହାଇବ୍ରିଡ୍ କେତେମାତ୍ରାରେ ସଂକ୍ରାମକ ଏବଂ ନୂଆ ରୂପ ଧାରଣ କରିବାରେ କିପରି ସଫଳ ହେଉଛି ତାହା ଉପରେ ଗବେଷଣା କରାଯାଉଥିଲା ବୋଲି ଏହି ଖବରକାଗଜ କହିଛି। ତେବେ ଏପରି କୌଣସି ଗବେଷଣା କରାଯାଇ ନ ଥିଲା ବୋଲି ଶି କହିଛନ୍ତି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ତୃତୀୟ ଲହରର ମୁକାବିଲା ପ୍ରସ୍ତୁତି: ଦେଶରେ ନିର୍ମାଣ ହେବ ୫୦ମଡ୍ୟୁଲାର ହସ୍ପିଟାଲ
ନୂଆଦିଲ୍ଲୀ,୧୪।୬: ସାରା ଦେଶରେ କରୋନା ଭାଇରସ୍ ଆତଙ୍କ ଜାରି ରହିଛି। ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଥମିବାର...
ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟ ଭୟ
ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍ର ରୂପ ନେଇଛି। ଏହି ଷ୍ଟ୍ରେନ୍ ବ୍ରିଟେନରେ ଆତଙ୍କ...
ପୁରୁଷଙ୍କ ଗର୍ଭରେ ଶିଶୁ, ଏପରି କିପରି ହୁଏ, ଜାଣନ୍ତୁ…
ଲଣ୍ଡନ,୮।୬: ମହିଳାଙ୍କ ଗର୍ଭରେ ଶିଶୁ ସୃଷ୍ଟି ପାଇଁ ପ୍ରକୃତି ସମସ୍ତ ପ୍ରକାର ସୁବିଧା ସୁଯୋଗ ଖଞ୍ଜି ଦେଇଛି। ତେବେ ପୁରୁଷଙ୍କ ଶରୀରରେ ଏଭଳି ସ୍ଥିତି ସୃଷ୍ଟି...
କୋଭିଡ୍ ମୂଳକୁ ଖୋଜ
ଓ୍ବାଶିଂଟନ, ୧ା୬: କୋଭିଡ୍-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ...
ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୮ହଜାର ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର...
ଆସୁଛି ଆଉ ଏକ କରୋନା ଟିକା ‘ନୋଭାଭାକ୍ସ’: ୯୦% ପ୍ରଭାବଶାଳୀ
ଓ୍ବାଶିଂଟନ୍,୧୪।୬: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହାକୁ ରୋକିବା ପାଇଁ...
ଏଲିଜାବେଥ୍ଙ୍କ ଜନ୍ମଦିନ ସମ୍ମାନ ତାଲିକାରେ ଭାରତୀୟ ବଂଶୋଦ୍ଭବ
ଲଣ୍ଡନ, ୧୩ା୬: କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଭାରତୀୟ ବଂଶୋଦ୍ଭବ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନାଁ ବ୍ରିଟେନ ମହାରାଣୀ ଏଲିଜାବେଥ୍ ୨ୟଙ୍କ ଜନ୍ମଦିନ ସମ୍ମାନ ତାଲିକାରେ...
୧୮ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା…
କାବୁଲ,୧୫।୬: ଆଫଗାନିସ୍ତାନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ହେଲମଣ୍ଡ୍ ପ୍ରଦେଶର ନହର-ଇ-ସାରାଜ ଏବଂ ନାଦ ଆଲି ଜିଲାରେ ହୋଇଥିବା ଆତଙ୍କବାଦ ବିରୋଧୀ ଅପରେଶନ୍ରେ...


