E-Paper
  • logo
  • Wednesday 1st April 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inକେନ୍ଦ୍ରାପଡ଼ା

ଜଳୁଛି ପେଟ, ଅନ୍‌ଲାଇନ ପାଠକୁ ପଚାରେ କିଏ
9:05 amJune 28, 2021June 28, 2021

ମହାକାଳପଡ଼ା,୨୮ା୬(ଡି.ଏନ୍‌.ଏ.): କରୋନା ମାଡ଼ରେ ବିଦ୍ୟାଳୟ ବନ୍ଦ ଯୋଗୁ ପିଲାମାନେ ପାଠପଢା ଭୁଲି ଗଲେଣି। ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ଶିକ୍ଷାକୁ ରୀତିମତ ମୁଖ୍ୟ ଶ୍ରୋତକୁ ଆଣିବାକୁ ନୂଆ ଯୋଜନା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସ୍ମାର୍ଟ ମୋବାଇଲ୍‌ ଫୋନରେ ୟୁଟ୍ୟୁବ ମାଧ୍ୟମରେ ଦଶମ ଯାଏ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଅନେକ ଅଞ୍ଚଳରେ ବିଦ୍ୟୁତ୍‌, ସର୍ଭର, ସ୍ମାର୍ଟ ଫୋନ, ପରିଚାଳନା, ଆର୍ଥତ୍କ ଆଦି ଅନେକ ସମସ୍ୟା ଦେଖା ଦେବା ସମ୍ଭାବନା ରହିଛି।
ମୋବାଇଲ ୟୁଟ୍ୟୁବ୍‌ରେ ପିଲାଙ୍କୁ ଶିକ୍ଷା ପ୍ରଦାନକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଏହି ଶିକ୍ଷାକୁ ପିଲାମାନେ କେତେ ଗ୍ରହଣ କରୁଛନ୍ତି ଆଗାମୀ ଦିନ କହିବ। ଅନେକ ପିଲାଙ୍କ ପରିବାରରେ ସ୍ମାର୍ଟ ମୋବାଇଲ୍‌ ସାତସପନ। ଗରିବ ପରିବାରରେ ପିଲାମାନେ ଅର୍ଥ ଅଭାବ ଯୋଗୁ ଭୋକ ଉପାସରେ ସମୟ ଅତିବାହିତ କରୁଛନ୍ତି। ଏମାନଙ୍କ କହିବା କଥା ପେଟ ଜଳୁଥିବା ବେଳେ ଭୋକ ଚିନ୍ତା ଖାଉଛି। ପାଠ ଓ ମୋବାଇଲ୍‌ କଥା ପଚାରେ କିଏ। ଏ ହେଉଛି କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗଁା ଜଙ୍ଗଲଘେରି ଜନଜାତିମାନଙ୍କ ପରିବାର କାହାଣୀ। ଏହି ପରିବାରରେ ଚାଷ ଜମି ନାହିଁ। ଜଙ୍ଗଲ, ନଦୀ, ସମୁଦ୍ରରୁ ମାଛ କଙ୍କଡା ଧରି ପରିବାର ପ୍ରତିପୋଷଣ କରିଥାନ୍ତି। ମୋବାଇଲ ଏମାନଙ୍କ ପାଇଁ ସାତସପନ। ବ୍ଲକର ପେଟଛେଲା ପଞ୍ଚାୟତର ଆଦିବାସୀ ଶବର ସମ୍ପ୍ରଦାୟ ଜଙ୍ଗଲଘେରି ଗଁାର ଚିତ୍ର। ଏ ହେଉଛି କେତେଜଣ ପାଠପଢା ପିଲାଙ୍କ ପରିବାରର କାହାଣୀ। ପିଲାମାନେ ଘରଠାରୁ ଦୂରରେ ଥିବା ସ୍କୁଲରେ ନାଁ ଲେଖାଇ ଥିଲେ। କରୋନାରେ ପାଠପଢ଼ା ଛାଡ଼ି ମାଛ, କଙ୍କଡା ସ୍ଥାନୀୟ ବଜାରରେ ବିକି ପରିବାରର ଭୋକ ମେଣ୍ଟଇବାକୁ ପଡ଼େ। ତେଣୁ ସରକାରଙ୍କ ସ୍ମାର୍ଟ ଶିକ୍ଷା ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ। କେତେଜଣ ଏହି ଜନଜାତି ପିଲାଙ୍କୁ ଭେଟି ପଚାରିବାରୁ ସେମାନେ କୁହନ୍ତି, ଅଭାବୀ ସଂସାରରେ ପେଟକୁ ମୁଠେ ଖାଇବାକୁ ଦାନା ନାହିଁ। ଦିନେ ଖାଇଲେ ଦିନେ ଉପବାସ ରହୁଛୁ। ଟଙ୍କା କେଉଁଠୁ ଆସିବ ଯେ, ସ୍ମାର୍ଟ ମୋବାଇଲ୍‌ ଓ ଟିଭି ଦେଖି ପଢିବୁ। ବ୍ଲକର ସିଂପଡ଼ା, ଲୁଣିମାଠିଆ, ପନ୍ଦରମାଇଲି, ଜମ୍ବୁ, ସୁନିତି, ବାର ନମ୍ବର, ଆଖୁଗଡା, ବାଘୁଆମେଦ ଭଳି ଆଦିବାସୀ ବହୁଳ ଅଞ୍ଚଳ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳିଛି। ଯଦି ରାଜ୍ୟ ସରକାର ଏହି ଜନଜାତି ପରିବାର ପିଲାଙ୍କୁ ସ୍ମାର୍ଟ ଶିକ୍ଷା ପାଇଁ ମୋବାଇଲ୍‌ ପ୍ରଦାନ ଓ ତାଲିମ ଦେବାର ବ୍ୟବସ୍ଥା କରନ୍ତେ ସେମାନେ ପାଠ ପଢା ପ୍ରତି ମନ ବଳାନ୍ତେ। ନଚେତ ସରକାରଙ୍କ ଅନ୍‌ଲାଇନ ସ୍ମାର୍ଟ ଶିକ୍ଷା ଯୋଜନା ଫେଲ୍‌ ମାରିବ ବୋଲି ଅଞ୍ଚଳର କେତଜଣ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଶିକ୍ଷାବିତ ପ୍ରମୁଖ ମତ ପ୍ରକାଶ କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inକେନ୍ଦ୍ରାପଡ଼ା View All

ଗ୍ରାମାଞ୍ଚଳଠାରୁ ଜବରଦଖଲ ସହରରେ ଅଧିକ

କେନ୍ଦ୍ରାପଡ଼ା ଅଫିସ,୧୧।୬: ସହର ରାସ୍ତାରେ ସର୍ବଦା ଟ୍ରାଫିକ ଜାମ୍‌। ପାଣିନାଳ ଉପରେ ଘର। ବର୍ଷା ହେଲେ ଘରେ ପାଣି ପଶୁଛି। ମାତ୍ର ୫ ବର୍ଷ ପୂର୍ବରୁ...

ନକଲି ଡାକ୍ତରଙ୍କ ଚିକିତ୍ସାରେ ୨ ମୃତ୍ୟୁ ଅଭିଯୋଗ

ମହାକାଳପଡ଼ା,୪।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସୁନୀତି ପଞ୍ଚାୟତ ଓ କେବୀ ଦାଣ୍ଡୁଆ ପଞ୍ଚାୟତ...

୧୫ ହଜାର ହେକ୍ଟରରୁ ଅଧିକ ବେଆଇନ ଘେରି

କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୨୧।୬: (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଜାତୀୟ ଉଦ୍ୟାନ ଭିତରକନିକାରେ ଥିବା ୧୪୧ ବେଆଇନ ଚିଙ୍ଗୁଡ଼ି ଘେରିକୁ ଗତ ୧୭ ତାରିଖରେ ରାଜସ୍ବ,...

ନଦୀଭିତ୍ତିକ ବନ୍ଦର ସ୍ବପ୍ନ

କେନ୍ଦ୍ରାପଡ଼ା ଅଫିସ, ୧୪।୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପବ୍ଲିକ୍‌-ପ୍ରାଇଭେଟ୍‌-ପାର୍ଟନରଶିପ୍‌ (ପିପିପି) ମୋଡ୍‌ରେ...

ଓଡ଼ିଶା ତଟକୁ ସୁରକ୍ଷା ଦେବ ବନାନୀ

କେନ୍ଦ୍ରାପଡ଼ା ଅଫିସ,୭।୬: ଜାତୀୟ ଉଦ୍ୟାନ ଭିତରକନିକା ନିକଟରେ ମେ’ ୨୬ରେ ହୋଇଥିବା ସାମୁଦ୍ରିକ ଝଡ଼ ୟାସ୍‌ର ବେଗ ଘଣ୍ଟା ପ୍ରତି ୧୪୫ କି.ମି.ରୁ ଅଧିକ ଥିଲା।...

ଅଜଣା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ୨ବର୍ଷର ଶିଶୁ ପୁତ୍ର ଗୁରୁତର

ମହାକାଳପଡ଼ା,୨୬।୬(ଡି.ଏନ୍‌.ଏ): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନ ଜମ୍ବୁ ପଞ୍ଚାୟତରେ ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି। ମା’ ମୃତଦେହ ପାଖରେ ପଡ଼ିରହିଛି ଗୁରୁତର ଶିଶୁପୁତ୍ର।...

ଅଣ୍ଡାକୁ ଶତ୍ରୁ କବଳରୁ ଜଗିଛି ମା’ କୁମ୍ଭୀର

ମହାକାଳପଡ଼ା,୧୪ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ନଦୀ ଓ ଯୋର ଆଦି ସ୍ଥାନରେ କୁମ୍ଭୀରଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ। ବିଶେଷକରି ଉପକୂଳ ଅଞ୍ଚଳର...

ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା

କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆମ୍ବଗଛ ଉପରେ ଭାଲୁ
Next Post Next post:
ବଙ୍ଗ ନବାବମହଲ ଅଳଙ୍କାରରେ କୁଳତୁଙ୍ଗମାଢ଼

Leave a comment

Cancel reply

Your email address will not be published. Required fields are marked *

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts