ନୂଆଦିଲ୍ଲୀ, ୨୨।୬: କୋଭିଡ୍-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଦାଏର ଜନସ୍ବାର୍ଥ ମାମଲାର ରାୟ ସଂରକ୍ଷିତ ରହିଛି। ପ୍ରତ୍ୟେକ ରାଜ୍ୟ କୋଭିଡ୍ ମୃତକଙ୍କ ପରିବାରକୁ ଦେଇଥିବା କ୍ଷତିପୂରଣର ସବିଶେଷ ବିବରଣୀ ଏବଂ ସେମାନେ କେଉଁ ପାଣ୍ଠିରୁ ଏହା ଦେଇଛନ୍ତି ତାହା ଜଣାଇବା ପାଇଁ ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଏମ୍.ଆର୍. ଶାହାଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଅବକାଶକାଳୀନ ଖଣ୍ଡପୀଠ ସୋମବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ କ୍ଷତିପୂରଣ ରାଶି ପ୍ରଦାନ କରୁଥିବା ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ। ଏଥିସହିତ କେନ୍ଦ୍ର ସରକାର ସମାନ କ୍ଷତିପୂରଣ ନୀତି ନିର୍ଦ୍ଧାରଣ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ପିଟିଶନର ଅଦାଲତଙ୍କୁ ଅନୁରୋଧ କରିଥିଲେ। ତୁଷାର ମେହେଟ୍ଟା, ବରିଷ୍ଠ ଆଇନଜୀବୀ ଏସ୍.ବି. ଉପାଧ୍ୟାୟ ଏବଂ ଅନ୍ୟ ଆଇନଜୀବୀମାନଙ୍କୁ ୩ ଦିନ ମଧ୍ୟରେ ଲିଖିତ ବିବରଣୀ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଆର୍ଥିକ ଅବସ୍ଥା ଭଲ ନ ଥିବା ଦର୍ଶାଇ କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଯୋଗାଇବାକୁ କେନ୍ଦ୍ର ସରକାର ପୂର୍ବରୁ ଅକ୍ଷମତା ପ୍ରକାଶ କରିଥିଲେ।
କ୍ଷତିପୂରଣ ନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ଏନ୍ଡିଏମ୍ଏ (ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ନିଷ୍ପତ୍ତି ନେଇଛି କି ବୋଲି ସୋମବାର ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ। ସମାନ କ୍ଷତିପୂରଣ ନୀତି ସମ୍ପର୍କରେ ବିଚାର କରାଯାଇପାରେ ବୋଲି ଖଣ୍ଡପୀଠ ମତ ଦେଇଥିଲେ। କ୍ଷତିପୂରଣ ଦେବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ କ୍ଷମତା ବାହାରେ ବୋଲି ରବିବାର କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଜଣାଇଥିଲେ। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ନିର୍ମାଣ, ସମସ୍ତଙ୍କୁ ଖାଦ୍ୟ ଯୋଗାଇବା, ସମସ୍ତଙ୍କ ପାଇଁ ଟିକାକରଣ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଷ୍ଟିମୁଲସ୍ ପ୍ୟାକେଜ୍ ଦେବାରେ ବ୍ୟୟ ହେଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସରକାର ଅର୍ଥ ନାହିଁ ବୋଲି ସଫେଇ ଦେବା ଅନିଚ୍ଛାକୃତ ପରିଣତି ବୋଲି ଖଣ୍ଡପୀଠ କହିଥିଲେ। ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୧୨ ଅନୁଯାୟୀ ବିପର୍ଯ୍ୟୟ ପରିଚାଳନା ନାମରେ କ୍ଷତିପୂରଣ ଭଳି ବୈଧାନିକ ଯୋଜନା ବ୍ୟୟକୁ ଚାପି ଦିଆଯାଇପାରିବ ନାହିଁ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କ୍ଷତିପୂରଣ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି କି ପ୍ରଶ୍ନରେ ମେହେଟ୍ଟା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କେତେକ ନିଷ୍ପତ୍ତି ସମ୍ପର୍କରେ କହିଥିଲେ। ତେବେ ଏନ୍ଡିଏମ୍ଏ ଏଭଳି ନିଷ୍ପତ୍ତି ନେଇଛି କି ନାହିଁ ସେ ଜାଣି ନ ଥିବା ଖଣ୍ଡପୀଠଙ୍କୁ ଜଣାଇଥିଲେ।
Posted inକରୋନା ଭାଇରସ୍, ଜାତୀୟ View All
ଭାଜପା-ବିଜେଡିର ଟୁଇଟ୍ ଯୁଦ୍ଧ
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...
ଭାକ୍ସିନ୍ ବେପାର: ଘରୋଇ ହସ୍ପିଟାଲରେ ଗୋଟିଏ ଡୋଜ୍ ଦାମ୍ ୯୦୦ରୁ ୧୪୦୦ ଟଙ୍କା…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। କେତେକ...
ସାବ୍ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ
ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ...
‘ଘରେ ଘରେ ମାସ୍କ’ କାର୍ଯ୍ୟକ୍ରମ
ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୩।୬(ବ୍ୟୁରୋ/ (ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବୁଧବାର ଏକାମ୍ର ନିର୍ବାଚନମଣ୍ଡଳୀର ଗଙ୍ଗନଗର କମ୍ୟୁନିଟି ସେଣ୍ଟରରେ ଘରେ ଘରେ ମାସ୍କ...
ସୋମବାରଠାରୁ ବାର୍-ପାର୍କ ଖୋଲା…
ନୂଆଦିଲ୍ଲୀ,୨୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏବେ ଧୀରେଧୀରେ ଅନ୍ଲକ୍ ଅନ୍ତର୍ଗତ କଟକଣା ହଟାଯାଉଛି। ସୋମବାରଠାରୁ ଦିଲ୍ଲୀରେ ବାର୍ ଏବଂ...
୩୯୦ଜଣଙ୍କୁ ନକଲି ଟିକା ଦେବା ଘଟଣାରେ ୪ଗିରଫ
ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ...
୧୮ରୁ ୪୪ ଟିକାକରଣ: ୭ ମ୍ୟୁନିସିପାଲିଟି, ୨ ଏନ୍ଏସିରେ ସୋମବାରରୁ ଆରମ୍ଭ ହେବ
ଭୁବନେଶ୍ୱର, ୧୯।୬(ବ୍ୟୁରୋ): ରାଜ୍ୟର ୭ ଜିଲାର ୭ ମ୍ୟୁନିସିପାଲିଟି ଓ ୨ ଏନ୍ଏସିରେ ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ସ୍ଥାନଗୁଡ଼ିକ...
ଏମ୍-ଯୋଗ ଆପ୍ ବହୁ ଭାଷାରେ ହେବ ଉପଲବ୍ଧ: ମୋଦି..
ନୂଆଦିଲ୍ଲୀ,୨୧।୬: ଏଣିକି ପୃଥିବୀବ୍ୟାପୀ ଏମ୍-ଯୋଗ ଆପ୍ ବହୁ ଭାଷାରେ ଉପଲବ୍ଧ ହେବ। ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ...


