ଦୀପିକା-ଯୁବରାଜଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକ୍‌ଅପ୍‌

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସର୍ବଦା ସମ୍ପର୍କ ରହିଆସିଛି। ଅଭିନେତ୍ରୀ ଏବଂ କ୍ରିକେଟ୍‌ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସବୁବେଳେ ଲାଗି ରହିଥାଏ। ଅନେକ କଳାକାର କ୍ରିକେଟର୍‌ଙ୍କୁ ବିବାହ କରିଛନ୍ତି। ଏପରି ଅନେକ କଳାକାର ଅଛନ୍ତି ଯିଏ କି କ୍ରିକେଟ୍‌ରଙ୍କ ସହ ସମ୍ପର୍କରେ ଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି। ଏପରି ଏକ ଯୋଡି ହେଉଛନ୍ତି ଦୀପିକା ପାଦୁକୋନ ଏବଂ ଯୁବରାଜ ସିଂ। ଏହି ଦୁଇଜଣ ପରସ୍ପରକୁ ଖୁବ କମ ସମୟ ପାଇଁ ପରସ୍ପରକୁ ଡେଟ କରିଥିଲେ। ଯୁବରାଜ ସିଂ ଏବଂ ଦୀପିକା ପାଦୁକୋନ ପ୍ରଥମେ ୨୦୦୭ ଟି -୨୦ ବିଶ୍ୱକପ ପରେ ସାକ୍ଷାତ ହୋଇଥିଲେ। ପ୍ରଥମ ସାକ୍ଷାତ ପରେ ଦୁହେଁ ଭଲ ବନ୍ଧୁ ହେଲେ। ଉଭୟ ପ୍ରାୟତଃ ଡେଟରେ ଯାଉଥିବାର ଦେଖାଯାଉଥିଲା। ଦୀପିକା ପାଦୁକୋନ ପ୍ରେମିକ ଯୁବରାଜ ସିଂଙ୍କ ପାଇଁ ଏକ ବଡ଼ ପାର୍ଟିର ଆୟୋଜନ କରିଥିଲେ। ଅନେକ ଗୁଜବ ଥିଲା ଯେ ଦୀପିକା ଯୁବରାଜ ସିଂଙ୍କ ସ୍ବଭାବ ଦେଖି ତାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କିଛି ସମୟ ପରେ ଯୁବରାଜ ସିଂ ଏକ ସାକ୍ଷାତକାରରେ ଦୀପିକା ପାଦୁକୋନଙ୍କ ସହ ତାଙ୍କର ବ୍ରେକଅପ ବିଷୟରେ କହିଥିଲେ। ସେ କହିଥିଲେ ଯେ, ଆମେ ପରସ୍ପରକୁ ପସନ୍ଦ କରୁଥିଲୁ ଏବଂ ଅଧିକ ଜାଣିବାକୁ ଚାହୁଁଥିଲୁ। କିନ୍ତୁ ଆମେ ପରସ୍ପରକୁ ଜାଣିବା ପାଇଁ ସମୟ ବିତାଇ ନାହୁଁ। ବ୍ରେକ୍‌ଅପ୍‌ ପରେ ପରେ ସେ ଆଗକୁ ବଢିଥିଲେ। ଯୁବରାଜ ସିଂଙ୍କ ସହ ବ୍ରେକଅପ ହେବା ପରେ ଦୀପିକା ପାଦୁକୋନ ଆଗକୁ ବଢିିଥିଲେ ଏବଂ ସେହି ସମୟରେ ରଣବୀର କପୁରଙ୍କ ସହ ସମ୍ପର୍କ ଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.