ରୁଷିଆର ଜଣେ ମହିଳା ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହୋଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ୨୩ ବର୍ଷୀୟା କ୍ରିଷ୍ଟିନାଙ୍କ ସ୍ବାମୀ ଜଣେ କୋଟିପତି। ତାଙ୍କ ସ୍ବାମୀ ଚାହାନ୍ତି ଗୋଟିଏ ବଡ଼ ପରିବାର। ୫୭ ବର୍ଷୀୟ ଗ୍ୟାଲିପ୍ ଆଗରୁ ବିବାହ କରିଥିଲେ। କ୍ରିଷ୍ଟିନାଙ୍କ ସହ ତାଙ୍କର ପରେ ଦେଖାସାକ୍ଷାତ ହୋଇଥିଲା।
କ୍ରିଷ୍ଟିନା କହିଛନ୍ତି ଏହି ୨୦ ପିଲାଙ୍କ ମା’ ହେବା ପାଇଁ ସେ ସରୋଗେସିର ସାହାରା ନେଇଥିଲେ। ଏହା ପୂର୍ବରୁ ତାଙ୍କ ସ୍ବାମୀଙ୍କର ଏକ ୬ ବର୍ଷର ପିଲା ଥିଲା। ତାଙ୍କର ୨୦ ସନ୍ତାନ ଏବଂ ପୂର୍ବରୁ ଥିବା ସନ୍ତାନକୁ ମିଶାଇ ବର୍ତ୍ତମାନ ୨୧ ଜଣ। ସେ ସରୋଗେସି ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହା ପରେ ତାଙ୍କ ପରିବାର ତୀବ୍ର ଭାବରେ ବିସ୍ତାର ହେଲା।
ହାବେଳିରେ ରହୁଥିବା ଏହି କୋଟିପତି ପରିବାର ପ୍ରତି ସପ୍ତାହରେ ୫୩ ପ୍ୟାକେଜ ବେବି ଫର୍ମୂଲା ବ୍ୟବହାର କରନ୍ତି। କ୍ରିଷ୍ଟିନା କୁହନ୍ତି ସମସ୍ତ ପିଲାଙ୍କ ପାଇଁ ସପ୍ତାହରେ ତାଙ୍କର ୩ରୁ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। କେବେ କେବେ ଏହା ଅଧିକ ଏବଂ କମ୍ ମଧ୍ୟ ହୋଇଥାଏ। ପିଲାମାନଙ୍କ ସହ ଏହି କୋଟିପତି ଦମ୍ପତି ବେଶ୍ ହସଖୁସିରେ ସମୟ ବିତାଉଥିବା କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.