ବମ୍ବେ: ଲୁଚିଛପି ବିବାହ କରିଛନ୍ତି ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ। ଆଦିତ୍ୟ ଧରଙ୍କୁ ସେ ବିବାହ କରିଥିବା ନେଇ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଥିଲେ। ପୂର୍ବରୁ ଉଭୟଙ୍କ ସମ୍ପର୍କକୁ ନେଇ କେହି ଟେର ପାଇ ନ ଥିବା ବେଳେ ହଠାତ ବିବାହ ଅନେକଙ୍କୁ ଚକିତ କରିଥିଲା। ଅପରପକ୍ଷେ ପ୍ରଶଂସକମାନେ ୟାମିଙ୍କ ଜୀବନସାଥୀ କିଏ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା…
ଆଦିତ୍ୟ ଧର ହିନ୍ଦି ଚଳଚ୍ଚିତ୍ରଜଗତର ଜଣାଶୁଣା ନାମ। ନିର୍ଦ୍ଦେଶକ ଭାବେ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍’ ଆଦିତ୍ୟଙ୍କର ଡେବ୍ୟୁ ଫିଲ୍ମ ଥିଲା। ଏଥିନିମନ୍ତେ ତାଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ହେବା ସହ ଲେଖକ ଏବଂ ଗୀତିକାର ମଧ୍ୟ। ୧୯୮୩ ମାର୍ଚ୍ଚ ୧୨ରେ ଜନ୍ମିତ ଆଦିତ୍ୟ କାବୁଲ ଏକ୍ସପ୍ରେସ, ତେଜ, ଆକ୍ରୋଶ, ହାଲ ଏ ଦିଲ ଭଳିି ଫିଲ୍ମ ଲାଗି ଡାଏଲଗ୍, ସ୍କ୍ରିନ ପ୍ଲେ ଏବଂ ଲିରିକ୍ସ ରାଇଟର ଭାବେ କାମ କରିଛନ୍ତି।
ୟାମିଙ୍କ ସହ ପ୍ରେମକାହାଣୀକୁ ଯଦି ଦେଖାଯାଏ ତେବେ ଆଦିତ୍ୟଙ୍କ ଡେବ୍ୟୁ ଫିଲ୍ମରେ ଅଭିନେତା ବିକ୍କି କୌଶଲଙ୍କ ସହ ନଜର ଆସିଥିଲେ ସେ। ଏହାର ଶୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲେ। ପରେ ଉଭୟ ବନ୍ଧୁ ହେବା ପରେ ଧିରେ ଧିରେ ନିକଟତର ହୋଇଥିଲେ। ହେଲେ ଉଭୟଙ୍କ ମଧ୍ୟରେ କିଛି ଚାଲିଥିବା କଥା ସାର୍ବଜନିକ ହୋଇ ନ ଥିଲା। ଏବେ ୟାମି ଆଦିତ୍ୟଙ୍କ ହାତ ଧରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି କହିଲେ ଚଳେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.