ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ୟାମି ଗୌତମ। ହିମାଚଳ ପ୍ରଦେଶରେ ଆୟୋଜିତ ଉତ୍ସବରେ ପରିବାରଲୋକଙ୍କ ଗହଣରେ ଆଦିତ୍ୟ ଧରଙ୍କ ହାତ ଧରିଥିଲେ ସେ। ଉଭୟ ଅନେକ ସମୟ ଧରି ନିଜର ସମ୍ପର୍କକୁ ଲୋକଲୋଚନକୁ ଆଣି ନ ଥିବାରୁ ପ୍ରଶଂସକ ହଠାତ୍ ଚମକି ପଡ଼ିଥିଲେ। ଏପରିକି ତାଙ୍କର ବିବାହ ଫଟୋ ଶେୟାର ହେବା ମାତ୍ରକେ ଭାଇରାଲ ହୋଇଥିଲା। ସମସ୍ତଙ୍କୁ ୟାମିଙ୍କ ବ୍ରାଇଡାଲ ଲୁକ୍ ବେଶ୍ ଆକର୍ଷିତ କରିଥିଲା।
ବିବାହ ପାଇଁ ନାଲି ରଙ୍ଗକୁ ବାଛିଥିଲେ ୟାମି। ସେ ତାଙ୍କର ମା’ଙ୍କ ୩୩ ବର୍ଷ ପୁରୁଣା ଶାଢ଼ିକୁ ବିବାହ ପୋଷାକ ଭାବେ ବାଛିଥିଲେ। ଉକ୍ତ ପାରମ୍ପରିକ ଶାଢ଼ିରେ ସୁନାର ସୁନ୍ଦର କାମ କରାଯାଇଥିଲା। ଦେଖିବାକୁ ସାଧାସାଧା ଲାଗିଲେ ହେଁ ୟାମି ଏହାକୁ ଫ୍ଲୋରାଲ୍ ବ୍ଲାଉଜ୍ ସହ ମିଶାଇ ପିନ୍ଧିଥିଲେ। ଏହାଛଡ଼ା ସେ ଆଇ ମା’ ଦେଇଥିବା ଲାଲ ରଙ୍ଗର ଓଢ଼ଣୀ ମୁଣ୍ଡରେ ପକାଇଥିଲେ। ସୁନାର ହାର, ମଥାମଣି ଏବଂ ଚୁଡ଼ି ପିନ୍ଧିବା ପରେ ୟାମି କୌଣସି ଅପସରୀଙ୍କଠାରୁ କମ୍ ଲାଗୁ ନ ଥିଲେ।
ତେବେ ବିବାହ ଭଳି ସ୍ମରଣୀୟ ଦିନ ଲାଗି ୟାମି ମା’ଙ୍କ ଶାଢ଼ିକୁ ବାଛିଥିବାକୁ ଅନେକ ପ୍ରଶଂସା କରୁଛନ୍ତି। ଏଥିରୁ ସେ ମାଙ୍କୁ କେତେ ଭଲ ପାଆନ୍ତି, ପରିବାରକୁ କେତେ ଗୁରୁତ୍ୱ ଦିଅନ୍ତି ଜଣାପଡ଼ୁଛି ବୋଲି ଚର୍ଚ୍ଚା ହେଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.