ଭୁବନେଶ୍ୱର,୧୨ା୬(ବ୍ୟୁରୋ): ନିକଟରେ କେନ୍ଦ୍ର ସରକାର ଧାନ ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। ସାଧାରଣ ଧାନର କୁଇଣ୍ଟାଲ ପିଛା ଏମ୍ଏସ୍ପି ମାତ୍ର ୭୨ ଟଙ୍କା ବୃଦ୍ଧି କରାଯାଇଥିବାବେଳେ ଅଣଧାନ ଫସଲ ରାଶି, ବିରି, ଚିନାବାଦାମ, ଯଅ, ବାଜରା, ସୂର୍ଯ୍ୟମୁଖୀ, ରାଗି ଆଦିର କୁଇଣ୍ଟାଲ ପିଛା ଏମ୍ଏସ୍ପି ୩୦୦ରୁ ୪୫୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିରେ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, କର୍ନାଟକ ଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଭଳି ଉତ୍ତରଭାରତ ରାଜ୍ୟଗୁଡିକକୁ ଯଥେଷ୍ଟ ଅଧିକ ଗୁରତ୍ୱ ଦିଆଯାଇଛି। ଏହି ମୂଲ୍ୟ ବୃଦ୍ଧି ପଛରେ କେନ୍ଦ୍ରର ରାଜନୈତିକ ଚାଲ ରହିବା ନେଇ ଚର୍ଚ୍ଚା ହେଉଛି।
ଆଉ କିଛି ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗତ କିଛି ମାସ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ଭାଜପା ପରିଚାଳିତ କେନ୍ଦ୍ର ସରକାରର ନିଦ ହଜାଇ ଦେଇଥିବାବେଳେ ଅଣ ଧାନ ଫସଲ ଏମ୍ଏସ୍ପି ବହୁ ଗୁଣା ବଢ଼ାଇ ନିର୍ବାଚନ ହେବାକୁ ଥିବା ଉତ୍ତରଭାରତ ରାଜ୍ୟଗୁଡିକରୁ ରାଜନୈତିକ ଫାଇଦା ହାସଲ କରିବାକୁ ଉଦ୍ୟମ କରିଛି। ଧାନର ଏମ୍ଏସ୍ପି ନାମକୁମାତ୍ର ବଢ଼ାଇ ଏକ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ ଓଡ଼ିଶାର ଚାଷୀଙ୍କ ଦାବିକୁ କର୍ଣ୍ଣପାତ କରି ନାହାନ୍ତି। ସ୍ବାମୀନାଥନ କମିଟି ଅନୁମୋଦନ ଅନୁଯାୟୀ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ଦେବାକୁ ସୁପାରିସ୍ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ନେଇ କ୍ଷମତାକୁ ଆସିଥିବା ଭାଜପା ଧାନ ଚାଷୀଙ୍କୁ ଅଣଦେଖା କରିଛି। ନିଜର ରାଜନୈତିକ ଫାଇଦା ପାଇଁ ଓଡ଼ିଶା ସରକାର ମଧ୍ୟ ଚାଷୀଙ୍କୁ ବଳି ପକାଇବାକୁ ପଛାଇ ନାହାନ୍ତି। ଧାନର ଏମ୍ଏସ୍ପି କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ ଭାଜପା ସମେତ ସବୁ ଦଳର ସମ୍ମତି କ୍ରମେ ୨୦୧୭ ମାର୍ଚ୍ଚ ୨୫ରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ(ରିଜୋଲ୍ୟୁଶନ) ପାରିତ ହୋଇଥିଲା। ଓଡ଼ିଶା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବିଧାୟକ ଦଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନିଷ୍ପତ୍ତି ହୋଇଥିଲା। ବାଚସ୍ପତିଙ୍କ ପକ୍ଷରୁ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ବିଜେଡି ଏମ୍ପିମାନେ ମଧ୍ୟ ପାର୍ଲାମେଣ୍ଟରେ ଏହି ଦାବି ବାରମ୍ବାର ଉଠାଇଥିଲେ। ଏହି ସଂକଳ୍ପକୁ ୪ ବର୍ଷ ବିତିଗଲାଣି। ଇତିମଧ୍ୟରେ ଧାନ ବିହନଠାରୁ ଆରମ୍ଭ କରି ସାର, ଔଷଧ, କୃଷି ଉପକରଣ ଆଦିର ଦରବୃଦ୍ଧି ହୋଇଗଲାଣି। ରାଜ୍ୟ ସରକାର ୪ ବର୍ଷ ତଳର ସେହି ପୁରୁଣା ସଂକଳ୍ପ ଆଧାରରେ ଧାନର ଏମ୍ଏସ୍ପି ୨୯୩୦ ଟଙ୍କା କରିବାକୁ ଦାବି କରିଛନ୍ତି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ଦାବି କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ବିଧାନସଭାରେ ସର୍ବସମ୍ମତି କ୍ରମେ ଯେଉଁ ରିଜୋଲ୍ୟୁଶନ ପାସ୍ କରାଯାଇଥିଲା ସେହି ଦାବି ଅନୁଯାୟୀ ପ୍ରଥମେ କେନ୍ଦ୍ର ସରକାର ୨୯୩୦ ଟଙ୍କା ଦିଅନ୍ତୁ। ରାଜ୍ୟ ଭାଜପା ମଧ୍ୟ ଏହି ଦାବି ଉପରେ ସହମତ ହେଇଛି। ଏହି ଦାବିକୁ ପୁନର୍ବାର ଦୋହରା ନ ଗଲେ ସେହି ସଂକଳ୍ପର କୌଣସି ମୂଲ୍ୟ ରହିବ ନାହିଁ। ପ୍ରଥମେ ଧାନର ଏମ୍ଏସ୍ପି ୨୯୩୦ ଟଙ୍କା ଦିଅନ୍ତୁ। ଆଗକୁ ପଞ୍ଜାବ ଓ ଉତ୍ତର ପ୍ରଦେଶରେ ନିର୍ବାଚନ ଆସୁଥିବାରୁ କେନ୍ଦ୍ର ସରକାର ସେହି ରାଜ୍ୟଗୁଡିକୁ ଖୁସି କରିବାକୁ ଅଣଧାନ ଫସଲ ଦରବୃଦ୍ଧି କରିଥିବା ବେଳେ ଓଡ଼ିଶା ଚାଷୀଙ୍କୁ ହତାଦର କରିଛନ୍ତି।
କସିବଣୀ ଗାଁକୁ ଛୁଇଁନି କରୋନା
କୁଆମରା,୧୧।୬(ଡି.ଏନ.ଏ.)- ଦୁଇବର୍ଷ ହେଲା ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଆମରା ପଞ୍ଚାୟତ...
ଯୁକ୍ତ ଦୁଇ ମୂଲ୍ୟାୟନ, ରେଜଲ୍ଟ ନେଇ ମନ୍ତ୍ରୀ ଦେଲେ ଏହି ସୂଚନା
ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ବର୍ତ୍ତମାନ କେମିତି ମୂଲ୍ୟାୟନ ହେବ ଏବଂ କେବେ...
ବାଡେଇ ବାଡେଇ ଥାନାରେ ଛାଡିଲେ
ଭଦ୍ରକ ଅଫିସ, ୨୦।୬: ଏଟିଏମ୍ କାର୍ଡରେ ଟଙ୍କା ଉଠାଣକୁ ନେଇ କଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରି ଥାନା ପର୍ଯ୍ୟନ୍ତ ନିଆଗଲା।...
ବିଆର୍ପିଏଲ୍: ଟୋପାଏ ପ୍ରଦୂଷଣ
ଯାଜପୁର ଅଫିସ,୨୧ା୬: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍ (ବିଆର୍ପିଏଲ୍) ନିଜ କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡ଼ିବା ନେଇ ଏକ ମାମଲା...
ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଜୋର ଧରିଲା ରାଜନୀତି
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଯିବାକୁ ନେଇ ଜୋର ଧରିଲା ରାଜନୀତି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ବାଦ୍ଦେଇ କେବଳ...
ହ୍ରାସ ପାଉଛି ସବୁଜ ହୀରା ସଂଗ୍ରହ
ଆଠମଲ୍ଲିକ,୪ା୬(ଡି.ଏନ.ଏ.) ସବୁଜ ହୀରା ବା କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ପ୍ରତିବର୍ଷ ସରକାର କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି। ଏଥିପାଇଁ ସେମାନଙ୍କୁ କେରି ହିସାବରେ ଅର୍ଥ ପ୍ରଦାନ ସହ...
ନଦୀଭିତ୍ତିକ ବନ୍ଦର ସ୍ବପ୍ନ
କେନ୍ଦ୍ରାପଡ଼ା ଅଫିସ, ୧୪।୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପବ୍ଲିକ୍-ପ୍ରାଇଭେଟ୍-ପାର୍ଟନରଶିପ୍ (ପିପିପି) ମୋଡ୍ରେ...
ଜାତୀୟ ସେରୋ ସର୍ଭେରେ ରାୟଗଡ଼ାରୁ ୫୦୦ ନମୁନା ସଂଗ୍ରହ
ରାୟଗଡ଼ା ଅଫିସ/ଗୁଣପୁର,୧୯ା୬: ଗଞ୍ଜାମ, କୋରାପୁଟ ସମେତ ରାୟଗଡ଼ା ଜିଲାରେ ୧୭ ତାରିଖରୁ ୪ର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ଆରମ୍ଭ ହୋଇଥିଲା। ରାୟଗଡ଼ା ଜିଲାରେ ଶନିବାର...


