ଭାରତୀୟ କ୍ରିକେଟ୍ କଣ୍ଟ୍ରେଲ୍ ବୋର୍ଡ(ବିସିସିଆଇ)କୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ କୁହାଯାଏ। ବିସିସିଆଇ ଖେଳାଳିମାନଙ୍କୁ କୋଟି କୋଟି ଟଙ୍କା ବେତନ ଆକାରରେ ଦେଇଥାଏ। ପ୍ରତ୍ୟେକ ଖେଳାଳିଙ୍କୁ ବାର୍ଷିକ ଚୁକ୍ତି ହିସାବରେ ଟଙ୍କା ଦିଆଯାଇଥାଏ। ବୋର୍ଡ ଖେଳାଳିଙ୍କୁ ୪ଟି ଗ୍ରେଡ୍ରେ ବିଭକ୍ତ କରିଛି। ଗ୍ରେଡ୍ ଏ+, ଗ୍ରେଡ୍ ଏ, ଗ୍ରେଡ୍ ବି ଏବଂ ଗ୍ରେଡ୍ ସି। ଗ୍ରେଡ୍ ଏ+ ଖେଳାଳି ପ୍ରତିର୍ଷ ୭ କୋଟି ପାଉଥିବାବେଳେ ଗ୍ରେଡ ଏ ଖେଳାଳି ୫ କୋଟି, ଗ୍ରେଡ୍ ବି ଖେଳାଳି ୩ କୋଟି, ଗ୍ରେଡ୍ ସି ୧ କୋଟି ଟଙ୍କା ପାଇଥାନ୍ତି। ଏହି ରାଶି ଖେଳାଳିମାନଙ୍କୁ ପ୍ରତିବର୍ଷ ମିଳିବା ଥୟ। ସେମାନେ ମ୍ୟାଚ୍ ଖେଳନ୍ତୁ ଅବା ନ ଖେଳନ୍ତୁ। ଏହି ଟଙ୍କା ବ୍ୟତୀତ ଖେଳାଳିମାନଙ୍କୁ ମ୍ୟାଚ୍ ପିଛା ଫିସ୍ ମିଳିଥାଏ। କୁହାଯାଏ, ପ୍ରତି ଘଣ୍ଟାରେ ଅନ୍ତର୍ଜାତୀୟ ଭାରତୀୟ ଖେଳାଳି ୧ ଲକ୍ଷ ଟଙ୍କା କମାନ୍ତି। ଖେଳାଳି ଗୋଟିଏ ଟେଷ୍ଟ ମ୍ୟାଚ୍ ପିଛା ୧୫ ଲକ୍ଷ, ଗୋଟିଏ ଏକଦିବସୀୟ ୬ ଲକ୍ଷ ଏବଂ ଗୋଟିଏ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ନେଇଥାନ୍ତି। ଯଦି କୌଣସି ଖେଳାଳି ଶେଷ ଏକାଦଶରେ ସ୍ଥାନ ପାଆନ୍ତି ନାହିଁ ତେବେ ଏହି ରାଶିର ଅଧା ସେମାନଙ୍କୁ ମିଳିଥାଏ। ଖେଳାଳିମାନଙ୍କୁ ଏହା ବାଦ୍ ମଧ୍ୟ ଟଙ୍କା ମିଳିଥାଏ। ଏହାକୁ ବୋନସ୍ ଟଙ୍କା ମଧ୍ୟ କୁହାଯାଇଥାଏ। କୌଣସି ଐତିହାସିକ ଟେଷ୍ଟ ବିଜୟ ପରେ ଖେଳାଳିମାନଙ୍କୁ ଏହି ବୋନସ ଟଙ୍କା ଦିଆଯାଏ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍ ଆକାଶ ଚୋପ୍ରା ଏହା ସହ ଜଡିତ କିଛି ରୋଚକ ତଥ୍ୟ ଦେଇଛନ୍ତି। ଯଦି ଜଣେ ଖେଳାଳି ଦ୍ୱିଶତକ ସ୍କୋର କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୭ଲକ୍ଷ ଟଙ୍କା ମିଳିବ। ଏକ ଶତକ ସ୍କୋର କରିବାବେଳେ ୫ ଲକ୍ଷ ଟଙ୍କା ମିଳିଥାଏ। ଯଦି ଜଣେ ବୋଲର ୫ ଉଇକେଟ ନିଅନ୍ତି, ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ବୋନସ ମିଳିବ। ଏହି ଟଙ୍କା ମ୍ୟାଚ ଫି ର ଅଂଶ ନୁହେଁ।
ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍...
କାର୍ତ୍ତିକ, ପାର୍ଥିବ ଥାଉ ଥାଉ ଧୋନୀଙ୍କୁ କାହିଁକି ଦିଆଯାଇଥିଲା ସୁଯୋଗ
ନୂଆଦିଲ୍ଲୀ, ୨।୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୩ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ଆଉ ପଛକୁ ଫେରି ଚାହିଁ...
ଅମୋଲ ମଜୁମ୍ଦାର ମୁମ୍ବାଇ କୋଚ୍ ନିଯୁକ୍ତ
ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍ ଭାବେ...
ଧୋନୀ ଘୋଡ଼ା ସହିତ ଲଗାଇଲେ ରେସ୍ : ସାକ୍ଷୀ କଲେ ଭିଡ଼ିଓ ଶେୟାର…
ରାଞ୍ଚି,୧୩।୬: ଆପିଏଲ୍ ସ୍ଥଗିତ ହେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍.ଏସ୍. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ...
କେବେ ଅନ୍ତର୍ଜାତୀୟ କ୍ରିକେଟ୍କୁ କହିବେ ବାଏ ବାଏ; ଅଶ୍ୱିନଙ୍କ କଲେ ଖୁଲାସା
ସାଉଥମ୍ପଟନ,୨୦।୬: ଭାରତର ଭେଟେରାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡବ୍ଲୁଟିସି ଫାଇନାଲ ଖେଳୁଛନ୍ତି। ଏହି ସମୟରେ ସେ ନିଜ ସନ୍ୟାସ...
ଫ୍ରେଞ୍ଚ୍ ଓପନ ଟେନିସ: ଜୋକୋଭିଚ୍-ବେରେଟିନି କ୍ୱାର୍ଟର ଫାଇନାଲ
ପ୍ୟାରିସ, ୮।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ନମ୍ବର ଓ୍ବାନ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍। ୪ର୍ଥ ରାଉଣ୍ଡରେ...
ଦୋହାରେ ଭାରତୀୟ ମିଡ୍ ଫିଲ୍ଡର ଅନିରୁଦ୍ଧଙ୍କୁ କରୋନା
ନୂଆଦିଲ୍ଲୀ, ୬ା୬ (ପି.ଟି.)- ଭାରତୀୟ ଫୁଟ୍ବଲ ଦଳର ମିଡ୍ଫିଲ୍ଡର ଅନିରୁଦ୍ଧ ଥାପା କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍ ଟେଷ୍ଟରୁ ପଜିଟିଭ ଜଣାପଡ଼ିବା ପରେ ଦୋହାସ୍ଥିତ ଟିମ୍...
ଏକଦା ଅଣ୍ଡରଓ୍ବାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ଡ୍ରେସିଂ ରୁମ୍ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..
ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଟିମ୍କୁ ବିଶ୍ୱକପ୍ ଜିତାଇଥିବା ପ୍ରଥମ ଅଧିନାୟକ ହେଲେ କପିଲ ଦେବ। ସେ ଅନୁଶାସନକୁ ବ୍ରତ କରିଥିଲେ। ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନ...


