ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ ପହଞ୍ଚତ୍ଛି। ‘ମିଶନ ଚୋକ୍ସି’ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍)ର ଦୁଇଜଣ ଲେଖାଏ ଅଧିକାରୀ ସାମିଲ ଅଛନ୍ତି। ବୁଧବାର ଚୋକ୍ସିଙ୍କୁ କୋର୍ଟରେ ହାଜର କରାଯିବାବେଳେ ଉକ୍ତ ଟିମ୍ ଡୋମିନିକାର ସରକାରୀ ଓକିଲମାନଙ୍କୁ ସହାୟତା ଦେବେ। ଇତିମଧ୍ୟରେ କାରିବିଆନ୍ ଦ୍ୱୀପ ରାଷ୍ଟ୍ର ଚୋକ୍ସିଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଆସିବାରେ ଲାଗିଛି। ଚୋକ୍ସିଙ୍କୁ ଖସାଇ ଆଣିବା ଲାଗି ତାଙ୍କ ଭାଇ ଚେତନ ଚୋକ୍ସି ଡେମିନିକାର ବିରୋଧୀ ଦଳ ନେତାଙ୍କୁ ଲାଞ୍ଚ ଦେଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ମାମଲା ସେଠାରେ ରାଜନୈତିକ ପ୍ରସଙ୍ଗ ପାଲଟିଛି।
୨୦୧୮ରେ ପିଏନ୍ବିର ୧୩,୫୦୦ କୋଟି ଟଙ୍କା ଋଣ ଜାଲିଆତି ମାମଲା ପଦାକୁ ଆସିବା ପରେ ୬୨ ବର୍ଷୀୟ ହୀରା ବ୍ୟବସାୟୀ ଚୋକ୍ସି ଆଣ୍ଟିଗୁଆ ଯାଇ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ। ନିକଟରେ ଡୋମିନିକାରେ ପୋଲିସ ତାଙ୍କୁ ଠାବ କରି ହାଜତରେ ରଖିଛି। ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ବୁଧବାର ଏକ ସ୍ଥାନୀୟ କୋର୍ଟରେ ହେବ। ଚୋକ୍ସିଙ୍କୁ ହାଜର କରାଯିବାବେଳେ ୮ ଜଣିଆ ଭାରତୀୟ ଟିମ୍ ଅଦାଲତରେ ଉପସ୍ଥିତ ରହିବ। ଡୋମିନିକାର ସରକାରୀ ଓକିଲଙ୍କୁ ଟିମ୍ ସଦସ୍ୟମାନେ ସହାୟତା ଦେବ। ଏଥିପାଇଁ ଉକ୍ତ ଟିମ୍ ଶୁକ୍ରବାରଠାରୁ ସେଠାରେ ପହଞ୍ଚତ୍ ପ୍ରସ୍ତୁତି ଚଳାଇଛି। କାରିବିଆନ୍ ମିଡିଆ ଆଉଟ୍ଲେଟ୍ ଆସୋସିଏଟ୍ସ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ପଳାତକ ବ୍ୟବସାୟୀ ଚୋକ୍ସିଙ୍କ ବଡ଼ଭାଇ ଚେତନ ଚିନୁଭାଇ ଚୋକ୍ସି ଗତ ୨୯ ତାରିଖରେ ଡୋମିନିକା ବିରୋଧୀ ଦଳ ନେତା ଲେନୋକ୍ସ ଲିଣ୍ଟୋନଙ୍କୁ ଭେଟିଥିଲେ। ୩୦ରେ ଚେତନଙ୍କ ଘରେ ଉଭୟଙ୍କ ମଧ୍ୟରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଭାଇଙ୍କ ମୁକ୍ତି ପାଇଁ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଲେ ଆସନ୍ତା ନିର୍ବାଚନ ପାଇଁ ପାଣ୍ଠି ଯୋଗାଇବାକୁ ସେ ବିରୋଧୀ ଦଳ ନେତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ପାଣି ପାଇଁ କରୋନା ସଂକ୍ରମଣ ଅବା ମୃତ୍ୟୁକୁ ନାହିଁ ଭୟ…
ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ...
‘କୋର୍ଟରେ ସମୟ ନଷ୍ଟ ନ କରି ମହାମାରୀର ଉପଶମ ଖୋଜ’
ନୂଆଦିଲ୍ଲୀ, ୩।୬ : ଏଲୋପାଥି ଔଷଧ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରାମଦେବଙ୍କ ବିରୋଧରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା (ପିଆଇଏଲ୍) ଦାଖଲ କରିଥିଲା...
‘ପୁରୁଷଙ୍କ ପାଇଁ ଘରୋଇ ହିଂସା ଆଇନ ନ ଥିବା ଦୁର୍ଭାଗ୍ୟଜନକ’
ଚେନ୍ନାଇ, ୩ା୬: ଘରୋଇ ହିଂସାର ଶିକାର ହେଉଥିବା ପୁରୁଷମାନେ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି। ହେଲେ ଏ ନେଇ ଆଇନ ନ ଥିବା ଦୁର୍ଭାଗ୍ୟଜନକ ବୋଲି...
ମେ’ ମାସରେ ରାଜଧାନୀରେ ୯୩୦୦ ଆକ୍ରାନ୍ତଙ୍କ ମୃତ୍ୟୁ: ପ୍ରତିଦିନ ୩୦୦ ଅନ୍ତିମ ସଂସ୍କାର…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...
୮ ଭାଇଭଉଣୀଙ୍କ ସହ ପିତାମାତାଙ୍କୁ କରି ଦିଆଯାଇଥିଲା ହତ୍ୟା, ପାକିସ୍ତାନରୁ ଭାରତ ଚାଲି ଆସି କୀର୍ତ୍ତିମାନ ରଚିଥିଲେ…
ନୂଆଦିଲ୍ଲୀ,୧୯।୬: କିମ୍ବଦନ୍ତୀ ଧାବକ ମିଲ୍ଖା ସିଂହଙ୍କ ପରଲୋକ ସହ ଏକ ଯୁଗର ଅବସାନ ହୋଇଛି। ଶୁକ୍ରବାର ରାତିରେ ସେ ଶେଷ ନିଶ୍ୱାସ ନେଇଥିବା ଖବର ଜଣାପଡ଼ିବା...
ଦିଲ୍ଲୀପ କୁମାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି…
ମୁମ୍ବାଇ,୬।୬: ବଲିଉଡ୍ ଅଭିନେତା ଦିଲ୍ଲୀପ୍ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସେ ନିଶ୍ୱାସ ନେବାରେ...
୭୦ କୋଭି୍ଡ ଅନାଥଙ୍କ ଦାୟିତ୍ୱ ନେଲା ଲକ୍ଷ୍ନୌ ୟୁନିଭର୍ସିଟି
ଲକ୍ଷ୍ନୌ, ୧୭ା୬: ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ ୟୁନିଭର୍ସିଟି କରୋନାରେ ରୋଜଗାରିଆ ମାତାପିତାଙ୍କୁ ହରାଇଥିବା ୭୦ ଅନାଥ ପିଲାଙ୍କ ଦାୟିତ୍ୱ ନେଇଛି। ଏଥିସହ ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ,...
ଟିକା ଦିଅ, ଇଲିଶି ନିଅ
ନୂଆଦିଲ୍ଲୀ, ୨୪।୬: ଭାରତର ଇଲିଶି ଚାହିଦା ମେଣ୍ଟାଇବା ପାଇଁ ବାଂଲାଦେଶରୁ ଏହି ମାଛକୁ ଆମଦାନୀ କରାଯାଇଥାଏ। ତେବେ ଭାରତ ପଡ଼ୋଶୀ ଦେଶକୁ କୋଭିଡ୍ ଟିକା ଯୋଗାଇବାରେ...


