ହରିଦ୍ୱାର,୨।୬: କରୋନାର ପ୍ରଥମ ଲହର ସମୟରେ ଯେତେବେଳେ ସମଗ୍ର ଦେଶ ଭାକ୍ସିନକୁ ନେଇ ଚର୍ଚ୍ଚା କରୁଥିଲା, ସେତେବେଳେ ଯୋଗଗୁରୁ ବାବା ରାମଦେବ କରୋନିଲ ଔଷଧ ତିଆରି କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। କେବଳ ସେତିକି ନୁହେଁ, କରୋନିଲ ଲଞ୍ଚ ସମୟରେ ପତଞ୍ଜଳୀ ପକ୍ଷରୁ ଦାବି କରାଯାଇଥିଲା ଯେ, କରୋନା ସଂକ୍ରମଣ ସମୟରେ ଏହି ଔଷଧ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେବ। ତେବେ କରୋନା ଚିକିତ୍ସା ପାଇଁ କରୋନିଲ ଔଷଧ ପରେ ଏବେ ପତଞ୍ଜଳୀ ଖୁବ୍ଶୀଘ୍ର ବଜାରରେ ବ୍ଲାକ୍ ଫଙ୍ଗସ୍ର ଔଷଧ ଉପଲବ୍ଧ କରାଇବାକୁ ଯାଉଛି। ପତଞ୍ଜଳୀ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବ୍ଲାକ୍ ଫଙ୍ଗସ୍ ଔଷଧ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ସ୍ତରରେ କରାଯାଉଛି। ଏନେଇ ପତଞ୍ଜଳୀ ଯୋଗପୀଠର ଏମ୍ଡି ଆଚାର୍ଯ୍ୟ ବାଳକୃଷ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଚିକିତ୍ସାରେ କରୋନିଲ ଔଷଧ ପ୍ରଭାବଶାଳୀ ପ୍ରମାଣିତ ହେବା ପରେ ବର୍ତ୍ତମାନ ବ୍ଲାକ୍ ଫଙ୍ଗସ୍ର ଔଷଧ ପ୍ରସ୍ତୁତ କରାଯାଇଛି। ଏତଦ୍ ବ୍ୟତୀତ ସେ କହିଛନ୍ତି, ଏହି ଔଷଧକୁ ପ୍ରୟୋଗ କରାଯିବା ସମୟରେ ପଜିଟିଭ୍ ଫଳାଫଳ ସାମ୍ନାକୁ ଆସିଥିଲା। ତେବେ ଏହି ଆୟୁର୍ବେଦିକ ଔଷଧ ବ୍ଲାକ୍ ଫଙ୍ଗସ୍ ସମେତ ଅନ୍ୟ ଫଙ୍ଗସ୍ରେ ମଧ୍ୟ ପ୍ରଭାବ ପକାଇବ।
Posted inକରୋନା ଭାଇରସ୍, ଜାତୀୟ View All
ମିଥ୍ୟା ଜାତିଗତ ପ୍ରମାଣପତ୍ର ପାଇଁ ଫସିଲେ ଏମ୍ପି
ମୁମ୍ବାଇ,୮।୬: ମିଥ୍ୟା ଜାତିଗତ ପ୍ରମାଣପତ୍ର ଦାଖଲ କରିବା ମହାରାଷ୍ଟ୍ରର ସ୍ବାଧୀନ ଏମ୍ପି ନବନୀତ କୌର ରାଣାଙ୍କୁ ମହଙ୍ଗା ପଡ଼ିଛି। ଏଥିନେଇ ବମ୍ବେ ହାଇକୋର୍ଟ ତାଙ୍କ ଉପରେ...
୨୩ ଯାଏ ଝୁଲିଲା ଗ୍ଲୋବାଲ ଟେଣ୍ଡର
ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣ ରୋକିବାକୁ ଟିକା ହିଁ ଏକମାତ୍ର ବିକଳ୍ପ। ତେବେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଧିମେଇ ଯାଇଛି। ଦୈନିକ ମାତ୍ର ୫୦ରୁ ୬୦...
ପୁଣି ବିପଦ ମାଡ଼ି ଆସୁଛି: ଭାରତରେ ମାରାତ୍ମକ ନୂଆ ଭାରିଆଣ୍ଟ୍ ଚିହ୍ନଟ…
ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ବିପଦ ଉପରେ ପୁଣି...
ଦିନକୁ ୧ କୋଟିଙ୍କୁ ଟିକା ଦିଅ: କଂଗ୍ରେସ
ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ...
ଜୁଲାଇ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ
ଲକ୍ଷ୍ନୌ,୧୬।୬: କରୋନାର ଦ୍ୱିତୀୟ ଲହର ଉତ୍ତରପ୍ରଦେଶରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତେବେ କିଛି ଜିଲାକୁ ଛାଡ଼ିଦେଲେ ଅନ୍ୟ...
୫ ବର୍ଷରୁ କମ୍ ବୟସ୍କ ଛୋଟପିଲା ମାସ୍କ୍ ପିନ୍ଧିବା ନୁହେଁ ଜରୁରୀ: ଡିଜିଏଚଏସ୍…
ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...
ସଂସଦରେ ଯୋଗ ଶିକ୍ଷା ଦେବେ ପ୍ରଜ୍ଞା
ଜୁନ୍ ୨୧ରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଲୋକ ସଭା ସେକ୍ରେଟାରିଏଟ୍ ପକ୍ଷରୁ ସାଂଦସମାନଙ୍କୁ ଯୋଗ ଶିକ୍ଷାର ଆୟୋଜନ କରାଯାଇଛି।...
ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ
ନୂଆଦିଲ୍ଲୀ,୧।୬: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ୍(ସିବିଏସ୍ଇ) ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ନେଇ ସମୀକ୍ଷା କରିବା...


