E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା, ରାଜ୍ୟ

ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
8:31 amJune 3, 2021

କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥାଏ। ୩୦୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଇଚ୍ଛାପୁରରେ ଶ୍ରୀଜୀଉଙ୍କ ରଥ ଗଡୁଥିବା ବେଳେ କରୋନା କଟକଣା ପାଇଁ ଗତବର୍ଷ ଏହି ରଥଯାତ୍ରା ପ୍ରତୀକାତ୍ମକ ଭାବେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଅନୂକୁଳ ହୋଇଥିଲେ ମଧ୍ୟ ଶ୍ରୀବଳଦେବଜୀଉଙ୍କ ରଥ ଗଡିବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ତେବେ ପୁରୀରେ ଗତବର୍ଷ ରଥଯାତ୍ରା ଶ୍ରଦ୍ଧାଳୁଙ୍କ ବିନା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କେନ୍ଦ୍ରାପଡ଼ାରେ ସେପରି ରଥଯାତ୍ରା ସେବାୟତ ଓ ଜିଲା ପ୍ରଶାସନ ପରିଚାଳନାରେ କରିବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ବରିଷ୍ଠ ସେବାୟତ ନୃସିଂହ ପ୍ରସାଦ ପତ୍ରୀ କହିଛନ୍ତି, ବିଶ୍ୱର ସର୍ବୋଚ୍ଚ ରଥ ମଧ୍ୟରେ ବ୍ରହ୍ମ ତାଳଧ୍ୱଜର ମାନ୍ୟତା ଅଛି। ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜିତ ହୋଇ ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି। ଏହି ରଥଯାତ୍ରା ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ଜଡ଼ିତ। କରୋନା କଟକଣା ପାଇଁ ଗତବର୍ଷ ରଥଯାତ୍ରାକୁ ମନ୍ଦିର ମଧ୍ୟରେ ସୀମିତ ରଖାଯାଇଥିଲା। ମାତ୍ର ଏହା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୁଃଖ ଦେଇଥିଲା। ଚଳିତବର୍ଷ ରଥଯାତ୍ରା ପାଇଁ କାଠ ଅନୂକୂଳ ସହ ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିଛି। ଦେବୋତ୍ତର କମିଶନ ଓ ରାଜ୍ୟ ସରକାର ଏ ସମ୍ପର୍କରେ ଆଲୋଚନା କରି ରଥଯାତ୍ରାକୁ ଅନୁମତି ଦେବାକୁ ସେବାୟତ ସଂଘ ପକ୍ଷରୁ ଦାବି କରାଯାଇଛି। ଅନ୍ୟତମ ସେବାୟତ ଗଗନ ପତ୍ରୀ କହିଛନ୍ତି, ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୨ରେ ସବୁଠି ରଥଯାତ୍ରା ହେଉଥିବାବେଳେ ୧୩ ତାରିଖରେ ବ୍ରହ୍ମ ତାଳଧ୍ୱଜ ରଥ ଗଡ଼ିବ। ଏ ନେଇ ଶ୍ରଦ୍ଧାଳୁଙ୍କ ସହ ସେବାୟତ ପ୍ରସ୍ତୁତ ଅଛନ୍ତି। କରୋନା ମହାମାରୀକୁ ଆଳ କରି ଗତବର୍ଷ ପରି ଚଳିତବର୍ଷ ରଥଯାତ୍ରାକୁ ବନ୍ଦ କଲେ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ କରିବ। ଏହା ବ୍ୟତୀତ ଜିଲା ପ୍ରଶାସନ ପକ୍ଷରୁ ମହାମାରୀର ପରିଚାଳନା ସୁସଙ୍ଗଠିତ ଭାବେ ଚାଲିଛି। ଏଥିପାଇଁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ସେପରି ଗୁରୁତର ରୂପ ନେଇନାହିଁ। କୋଭିଡ୍‌-୧୯ର ନିୟମ ମାନି ମୟୂରଭଞ୍ଜ ଜିଲାର ବାରିପଦାଠାରେ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନିଆଯାଇଛି। ଆବଶ୍ୟକ ପଡିଲେ ତୁଳସୀ କ୍ଷେତ୍ରାଧିପତିଙ୍କ ରଥ ଗଡ଼ିବାକୁ ଆଇନର ଆଶ୍ରୟ ନିଆଯିବ। ଏ ସମ୍ପର୍କରେ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ରଥଯାତ୍ରା ପାଇଁ ଆନୁସଙ୍ଗିକ ପ୍ରକ୍ରିୟା ଜାରି ରହିଛି। ରଥଖଳା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖାଯାଇ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା, ରାଜ୍ୟ View All

କେନ୍ଦୁପତ୍ର ବାନ୍ଧି ଶୋଇଥିଲେ: ଦଳିଦେଲା ଦନ୍ତା, ଚାଲିଗଲା ଜୀବନ

ରେଢ଼ାଖୋଲ,୨୦।୬(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତର ଗାଡୁମୁଣ୍ଡା କେନ୍ଦୁପତ୍ର ଫଡିରେ ଶନିବାର ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର...

୭ରୁ କଟକଣାରେ ଚାଲିବ ହାଇକୋର୍ଟ

କଟକ ଅଫିସ୍‌,୫।୬: ମହାମାରୀ କୋଭିଡ୍‌ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ...

ବର୍ଷାରେ ଧୋଇଗଲା ଡାଇଭର୍ସନ

କେନ୍ଦୁଝର, ୧୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତା ଲଘୁଚାପ ବର୍ଷାରେ ଧୋଇଯାଇଛି। ଏନେଇ ନରଣପୁର ବ୍ରାହ୍ମଣୀପାଳ ଯୋଗାଯୋଗ ବିଚ୍ଛିନ୍ନ...

‘ୟାସ୍‌’ କ୍ଷୟକ୍ଷତି ୬୧୦ କୋଟି

ଭୁବନେଶ୍ୱର, ୩।୬(ବ୍ୟୁରୋ): ବାତ୍ୟା ‘ୟାସ୍‌’ କାରଣରୁ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ତନ୍ମଧ୍ୟରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଏବଂ ୯୦ କୋଟି...

ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍‌। ଏଭଳି ଏକ...

ଟିକା ପ୍ରମାଣପତ୍ର ନ ଲଗାଇଲେ ଏଥର ଖୋଲିବନି ଦୋକାନ

ଛତ୍ରପୁର,୨୨।୬(ଡି.ଏନ୍‌.ଏ.): କୋଭିଡର ତୃତୀୟ ଲହରଠାରୁ ବର୍ତ୍ତିବା ପାଇଁ ସମସ୍ତ ଗଞ୍ଜାମ ଜିଲାବାସୀଙ୍କ ଟିକାକରଣ ଜରୁରୀ। ତେଣୁ ଟିକାକରଣ କାର୍ଯ୍ୟକ୍ରମର ସଫଳ ଓ ସଠିକ ପରିଚାଳନା ହେବା...

ଲକ୍‌ଡାଉନ୍‌ରେ ବଢ଼ିଛି ମାଦକଦ୍ରବ୍ୟ କାରବାର

ଜଗତ୍‌ସିଂହପୁର ଅଫିସ,୧୪ା୬: କରୋନା ଭୂତାଣୁ (କୋଭିଡ୍‌-୧୯)ର ବ୍ୟାପକ ସଂକ୍ରମଣ ଯୋଗୁ ସାରା ରାଜ୍ୟ ସମେତ ଜଗତ୍‌ସିଂହପୁର ଜିଲାରେ ଲକ୍‌ଡାଉନ ନିୟମ କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁ ଅତ୍ୟାବଶ୍ୟକ...

ଦ୍ୱାଦଶ ମୂଲ୍ୟାୟନ ସୂତ୍ରକୁ ମୋହର

ଭୁବନେଶ୍ୱର,୨୩।୬(ବ୍ୟୁରୋ)କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବଂ କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ସିଇ) ଦ୍ୱାଦଶ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏହି ଦେଶରେ କେବଳ ଶୋଇବା ପାଇଁ ମିଳିଥାଏ ଚାକିରି
Next Post Next post:
ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts