ନୂଆଦିଲ୍ଲୀ, ୩।୬(ଆଇଏଏନ୍ଏସ୍): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ। ସେମାନଙ୍କୁ କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଦିଆଯାଇଛି। ଏହା ଅଧୀନରେ ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍), ଆଇବି, ଡିଆର୍ଆଇ, ସିଇଆଇବି, ଇଡି, ଏନ୍ସିବି, ଏଆର୍ସି, ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ, ବିଏସ୍ଏଫ୍, ସିଆର୍ପିଏଫ୍, ଆଇଟିବିପି, ସିଆଇଏସ୍ଏଫ୍, ଏନ୍ଏସ୍ଜି, ଆସାମ ରାଇଫଲ୍ସ, ଏସ୍ଏସ୍ବି, ଆୟକର ଡିଜି (ତଦନ୍ତ), ଏନ୍ଟିଆର୍ଓ, ଏଫ୍ଆଇୟୁ, ଏସ୍ପିଜି, ଡିଆର୍ଡିଓ, ସୀମା ସଡ଼କ ଉନ୍ନୟନ ସଂସ୍ଥା, ଏନ୍ଏସ୍ସି, ସିବିଆଇ, ଏନ୍ଆଇଏ ଏବଂ ନାଟ୍ଗ୍ରୀଡ୍ ଆସୁଛି। ଏହି ନିୟମାବଳୀ କେନ୍ଦ୍ରୀୟ ବେସାମରିକ ସେବା (ପେନ୍ସନ) ସଂଶୋଧନ ନିୟମାବଳୀ, ୨୦୨୦ର ଅଂଶବିଶେଷ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବତନ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ଯେଉଁସବୁ ବିଷୟ ପ୍ରକାଶିତ କରାଯାଇପାରିବ ନାହିଁ, ସେଗୁଡ଼ିକ ହେଲା ଉକ୍ତ ସଂଗଠନର କାର୍ଯ୍ୟକ୍ଷେତ୍ର, କୌଣସି କର୍ମଚାରୀ ଓ ତାଙ୍କ ପଦବୀର ସୂଚନା ଏବଂ ସେଠାରେ କାର୍ଯ୍ୟ କରିଥିବା ହେତୁ ହାସଲ କରିଥିବା ଅଭିଜ୍ଞତା। ଏହା ବ୍ୟତୀତ ସମ୍ବେଦନଶୀଳ ସୂଚନା, ଯାହା ପ୍ରଘଟ କଲେ ଭାରତର ସାର୍ବଭୌମତ୍ୱ ଏବଂ ସଂହତି ପ୍ରଭାବିତ ହେବ, ଯଥା ସୁରକ୍ଷା, ରଣକୌଶଳ, ଦେଶର ବୈଜ୍ଞାନିକ ଓ ଅର୍ଥନୈତିକ ସ୍ବାର୍ଥ, ବାହାର ଦେଶ ସହ ସମ୍ପର୍କ କିମ୍ବା ଯାହା ପ୍ରକାଶ କରିବା ଦ୍ୱାରା ଅପରାଧକୁ ପ୍ରୋତ୍ସାହିତ କରିବ, ସେଗୁଡ଼ିକୁ ବିନା ଅନୁମତିରେ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ କରାଯିବାକୁ ଥିବା ପ୍ରସ୍ତାବିତ ବିଷୟ ସମ୍ବେଦନଶୀଳ କି ନୁହେଁ ଏବଂ ତାହା ସଂସ୍ଥାର କାର୍ଯ୍ୟ ପରିସର ମଧ୍ୟରେ ଆସୁଛି କି ନାହିଁ ସେ ସମ୍ପର୍କରେ ସଂସ୍ଥାର ମୁଖ୍ୟଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି।
ଚୋକ୍ସିଙ୍କ ପ୍ରତ୍ୟର୍ପଣ: ଖାଲି ହାତରେ ଫେରୁଛି ଭାରତର ପ୍ରତିନିଧି ଦଳ
ନୂଆଦିଲ୍ଲୀ,୪।୬ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ପ୍ରତ୍ୟର୍ପଣରେ ଆହୁରି ବିଳମ୍ବ ହେବ। ପିଏନ୍ବି ବ୍ୟାଙ୍କରୁ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଆଣିବାକୁ...
ପାଣି ପାଇଁ କରୋନା ସଂକ୍ରମଣ ଅବା ମୃତ୍ୟୁକୁ ନାହିଁ ଭୟ…
ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ...
ସନ୍ତାନ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳା, ଡାକ୍ତର କରିଦେଲେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର; ଆଉ ତା’ ପରେ…
ରାଞ୍ଚି,୨୦ା୬: ଜଣେ ମହିଳା ସଦର ହସ୍ପିଟାଲରେ ସନ୍ତାନ ପ୍ରସବ କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଡାକ୍ତରମାନେ କାହାକୁ କିଛି ନ ପଚାରି ମହିଳାଙ୍କର...
୨୦୨୨ରେ ଭୋଟ୍ ପ୍ରଚାର କରିବ ରୋବୋ
ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...
ମହିଳା ଆୟୋଗ ସଦସ୍ୟଙ୍କ ବିବାଦୀୟ ମନ୍ତବ୍ୟ: ଝିଅମାନଙ୍କୁ ମୋବାଇଲ୍ ଦେବା ଉଚିତ୍ ନୁହେଁ
ଆଲିଗଡ,୧୦।୬: ଉତ୍ତରପ୍ରଦେଶର ରାଜ୍ୟ ମହିଳା ଆୟୋଗର ସଦସ୍ୟ ମୀନା କୁମାରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ପବ୍ଲିକ ୱାର୍କର୍ସ ଗେଷ୍ଟ ହାଉସରେ ମହିଳାଙ୍କ ଉପରେ...
ବିହାର ବଢ଼ାଇଦେଲା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ,୧୧ା୬:ଦେଶରେ ବୁଧବାର କାରୋନା ଭାଇରସ୍ ସଂକ୍ରମଣଜନିତ ୬,୧୪୮ ମୃତ୍ୟୁ ଘଟିଛି। ମହାମାରୀ ଆସିବା ପରଠାରୁ ଦିନକ ଭିତରେ ସଂକ୍ରମିତଙ୍କ ଜୀବନ ଯିବାରେ ଏହା ସର୍ବାଧିକ। ତେବେ...
କରୋନା ମୃତକଙ୍କ ପରିବାରକୁ ଦେଇ ହେବନି ୪ ଲକ୍ଷ ସହାୟତା: ସତ୍ୟପାଠ ଦାଖଲ କଲେ ମୋଦି ସରକାର…
ନୂଆଦିଲ୍ଲୀ,୨୦।୬: କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦେଇ ହେବନି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ...
‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’
ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା...


