ତେହରାନ, ୩ା୬: ଇରାନ ନୌସେନାର ବୃହତ୍ତମ ଯୁଦ୍ଧ ଜାହାଜରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗିଯିବା ସହ ଏହା ଗଲ୍ଫ ଅଫ୍ ଓମାନରେ ବୁଡ଼ିଯାଇଛି। ଏପରି ଘଟିବା ପଛର କାରଣ ଜଣାପଡିନାହିଁ। ଏକ ଦ୍ୱୀପର ନାଁ ଅନୁସାରେ ଜାହାଜର ନାମ ଖର୍ଗ ରଖାଯାଇଥିଲା। ଏହା ଇରାନ ପାଇଁ ମୁଖ୍ୟ ତୈଳ ଟର୍ମିନାଲ ଭାବେ କାମ କରୁଥିଲା। ନିଆଁ ଲିଭାଇବାକୁ ଉଦ୍ୟମ ସତ୍ତ୍ୱେ ଅଗ୍ନିଶମ ଅଧିକାରୀ ବିଫଳ ହୋଇଥିଲେ। ଫଳରେ ଜାହାଜଟି ଇରାନ ବନ୍ଦର ଜାସ୍କ ନିକଟରେ ବୁଡ଼ିଯାଇଥିଲା। ତେବେ ଜାହାଜ ଚାଳକଙ୍କ ସମେତ ସେଥିରେ ଥିବା ଅନ୍ୟ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଜାହାଜ ଜଳୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ମହାକାଶ ସାଟେଲାଇଟ ଏହାର ଫଟୋ ଉତ୍ତୋଳନ କରିଛି। ଏହି ଜାହାଜ ୧୯୭୭ ମସିହାରେ ବ୍ରିଟେନରେ ନିର୍ମିତ ହୋଇଥିଲା। ୧୯୮୪ ମସିହାରେ ଏହା ଇରାନ ନୌସେନାରେ ସାମିଲ ହୋଇଥିଲା।
Posted inଅନ୍ତର୍ଜାତୀୟ View All
ଯେଉଁ ଲ୍ୟାବ୍ରୁ କରୋନା ବ୍ୟାପିଥିଲା, ତାକୁ ମିଳିବ ପୁରସ୍କାର
ବେଜିଂ,୨୪।୬: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାର ଦେଢ ବର୍ଷରୁ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ମହାମାରୀ କାରଣରୁ କୋଟି କୋଟି ଲୋକଙ୍କ ଜୀବନ...
ମହିଳାଙ୍କ ପୋଷାକ ପାଇଁ ଦେଶରେ ବଢୁଛି ବଳାତ୍କାର : ପ୍ରଧାନମନ୍ତ୍ରୀ
ଇସ୍ଲାମାବାଦ,୨୧।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ବୟାନକୁ ନେଇ ସବୁବେଳେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ ମହିଳାଙ୍କ ଉପରେ ଏକ ବିବାଦୀୟ...
୩.୫ ଘଣ୍ଟାରେ ନ୍ୟୁୟର୍କରୁ ଲଣ୍ଡନ
ନ୍ୟୁୟର୍କ, ୫।୬: ଆମେରିକାର ନ୍ୟୁୟର୍କରୁ ବ୍ରିଟେନ ରାଜଧାନୀ ଲଣ୍ଡନକୁ ବିମାନରେ ଯାତ୍ରା କରିବାକୁ ହେଲେ ମାତ୍ର ୩.୫ ଘଣ୍ଟା ଲାଗିବ। ଏହି ଅନ୍ତର୍ଜାତୀୟ ଯାତ୍ରାକୁ ସୁଗମ...
ଭାକ୍ସିନ୍ର ୨ ଡୋଜ୍ ନେଇ ବି ସହରରେ ୪୦୦୦ ଜଣଙ୍କୁ କରୋନା…
ଓ୍ବାଶିଂଟନ,୨୩।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାକ୍ସିନ୍ ପ୍ରଦାନ କରାଯାଉଛି। ଆମେରିକାର ମାସାଚୁସେଟସ୍ ସହରରେ କରୋନା ଭାକ୍ସିନ୍ର ୨ ଡୋଜ୍ ନେବା ପରେ...
ବସ୍-ବନ୍ଦ ଘରେ କରୋନା ସଂକ୍ରମଣ ଆଶଙ୍କା ଅଧିକ…
ଲଣ୍ଡନ/ନୂଆଦିଲ୍ଲୀ,୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ କେଉଁଠି ଅଧିକ ହୋଇଥାଏ ସେ ନେଇ ଏକ ରିପୋର୍ଟ...
ସ୍ପେସ୍ ଷ୍ଟେଶନରେ ସୋଲାର ପ୍ୟାନେଲ
ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ(ଆଇଏସ୍ଏସ୍) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ...
ଉହାନ ଲାବ୍ ପ୍ରଘଟ ସୂତ୍ର ବିଶ୍ୱସନୀୟ ହେଲା କିପରି
ଓ୍ବାଶିଂଟନ,୨୫।୬: କରୋନା ମହାମାରୀ ସାରା ବିଶ୍ୱରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ତେବେ ଏହି ଭୂତାଣୁର ମୂଳ ଉତ୍ସ ଏବେ ବି ରହସ୍ୟାବୃତ...
ନଦୀକୁ ଖସିଲା ବସ୍: ୧୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
କରାଚୀ,୧୧।୬ : ପାକିସ୍ତାନର ଦକ୍ଷିଣପଶ୍ଚିମ ଉପତ୍ୟାକାରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଶୁକ୍ରବାର ନଦୀରେ ଖସି ପଡ଼ିଛି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା...


