E-Paper
  • logo
  • Thursday 24th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଘରୋଇ କ୍ରିକେଟରେ କେନ୍ଦ୍ରୀୟ ଚୁକ୍ତି ଲାଗୁ ନେଇ ଦାବି
8:41 amJune 3, 2021

ନୂଆଦିଲ୍ଲୀ,୩।୬(ପି.ଟି.): କୋଭିଡ୍‌-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘରୋଇ କ୍ରିକେଟରଙ୍କ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ଷତିପୂରଣ ଦେବାକୁ ପ୍ରୟାସ ଆରମ୍ଭ କରିଛି। ଯଦିଓ ଏ ନେଇ ରାଜ୍ୟ ଆସୋସିଏଶନଗୁଡ଼ିକ ବିସିସିଆଇକୁ ଆଶାନୁରୂପ ସହଯୋଗ କରିପାରି ନାହାନ୍ତି। କେବଳ କ୍ଷତିପୂରଣ ଦେଲେ ଏହା ପର୍ଯ୍ୟାପ୍ତ ହେବ ନାହିଁ। ଏବେ ଘରୋଇ କ୍ରିକେଟରେ ଓ ଖେଳାଳିଙ୍କ ଲାଗି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ (କେନ୍ଦ୍ରୀୟ ଚୁକ୍ତି) ବ୍ୟବସ୍ଥା ଲାଗୁ କରିବାକୁ ଦାବି ହୋଇଛି। ଜୟଦେବ ଉନାଡକଟ, ଶେଲ୍‌ଡନ ଜ୍ୟାକଶନ ଓ ହରପ୍ରୀତ ସିଂ ଭାଟିଆଙ୍କ ଭଳି ଅଭିଜ୍ଞ ତଥା ଜଣାଶୁଣା ଘରୋଇ କ୍ରିକେଟର ଏ ନେଇ ଦାବି କରିଛନ୍ତି ଓ ସ୍ବର ଉତ୍ତୋଳନ କରିଛନ୍ତି।
ଗତମାସରେ ପୂର୍ବତନ ଭାରତୀୟ ଖେଳାଳି ତଥା ଘରୋଇ କ୍ରିକେଟର ରୋହନ ଗାଭାସ୍କର ମଧ୍ୟ ସମାନ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟ ଆସୋସିଏଶନଗୁଡିକ ଖେଳାଳିଙ୍କ ଲାଗି କେନ୍ଦ୍ରୀୟ ଚୁକ୍ତି ଲାଗୁ କରିବା ନେଇ ନିଜର ମତ ରଖିଥିଲେ। ଜାତୀୟ ଦଳର କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟରମାନେ ମଧ୍ୟ ମ୍ୟାଚ୍‌ ପାଉଣାକୁ ବାଦ୍‌ ଦେଲେ କେନ୍ଦ୍ରୀୟ ଚୁକ୍ତିର ସୁବିଧା ପାଇବା ଉଚିତ ବୋଲି ସେ କହିଥିଲେ।
ଅଧିକାଂଶ ଘରୋଇ କ୍ରିକେଟର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଖେଳିବାର ସୁଯୋଗ ପାଉନାହାନ୍ତି। ଏମାନଙ୍କର ଚାକିରିର ସୁରକ୍ଷା ମଧ୍ୟ ନାହିଁ। ଘରୋଇ କ୍ରିକେଟରମାନେ କେବଳ ମ୍ୟାଚ୍‌ ପାଉଣା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଗତବର୍ଷ କୋଭିଡ୍‌-୧୯ କାରଣରୁ ରଣଜୀ ଟ୍ରଫି ସମ୍ପୂର୍ଣ୍ଣ ବାତିଲ ହେବା ଫଳରେ ଖେଳାଳିମାନେ ପାଉଣା ପାଇନାହାନ୍ତି। ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ୩୦ଜଣ କ୍ରିକେଟରଙ୍କୁ ଆସୋସିଏଶନଗୁଡିକ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିବା ଉଚିତ ବୋଲି ଉନାଡକଟ କହିଛନ୍ତି। ମହାମାରୀ ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମ୍ୟାଚ୍‌ ଖେଳାଯାଉ ନ ଥିବାରୁ ବିଭିନ୍ନ ବୟସ ବର୍ଗର କ୍ରିକେଟରଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବା ଉଚିତ ବୋଲ ଉନାଡକଟ କହିଛନ୍ତି। ଗତବର୍ଷ ଉନାଡକଟଙ୍କ ନେତୃତ୍ୱରେ ସୌରାଷ୍ଟ୍ର ରଣଜୀ ଟ୍ରଫି ଟାଇଟଲ ହାସଲ କରିଥିଲା।
ଏକ ଫୁଲ୍‌ ସେସନ ଖେଳିଲେ ଜଣେ ଘରୋଇ କ୍ରିକେଟର ୧୫ରୁ ୧୬ ଲକ୍ଷ ଟଙ୍କା ଉପାର୍ଜନ କରିଥାଏ। କିନ୍ତୁ ୨୦୨୧ରେ ୮୭ ବର୍ଷ ପରେ ପ୍ରଥମଥର ପାଇଁ ରଣଜୀ ଟ୍ରଫି ବାତିଲ ହୋଇଥିଲା। ରାଜ୍ୟ ଆସୋସିଏଶନଗୁଡିକ ଚୁକ୍ତି ଲାଗୁ କରିବା ନେଇ ପ୍ରୟାସ ଆରମ୍ଭ କରିବା ଉଚିତ। କାରଣ କୋଭିଡ୍‌-୧୯ କେତେଦିନ ତା’ର ପ୍ରକୋପ ଜାରି ରଖିବ ତାହା କାହାକୁ ଜଣାନାହିଁ ବୋଲି ଜ୍ୟାକସନ କହିଛନ୍ତି। ପୁରୁଷଙ୍କ ଭଳି ମହିଳା କ୍ରିକେଟରଙ୍କୁ ମଧ୍ୟ ଚୁକ୍ତିରେ ସାମିଲ କରାଯିବା ଉଚିତ ବୋଲି ସେ କହିଛନ୍ତି।
ଅନ୍ୟପଟେ ଘରୋଇ କ୍ରିକେଟରଙ୍କୁ କ୍ଷତି ପୂରଣ ଦେବାକୁ ବିସିସିଆଇ ପ୍ରସ୍ତୁତ ରହିଛି। ଏ ନେଇ ରାଜ୍ୟ ଆସୋସିଏଶନଗୁଡିକ ସହ ଆଲୋଚନା ଚାଲିଛି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। କିନ୍ତୁ ମେ’ ୨୯ରେ ଅନୁଷ୍ଠିତ ହୋଇଥିତ୍ବା ସ୍ବତନ୍ତ୍ର ସାଧାରଣ ବୈଠକ (ଏସ୍‌ଜିଏମ୍‌)ରେ ଏ ନେଇ ଆଲୋଚନା ହୋଇ ନ ଥିଲା।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଫାଇନାଲ ଅକ୍ଟୋବର ୧୫କୁ ଘୁଞ୍ଚିପାରେ

ନୂଆଦିଲ୍ଲୀ, ୭।୬: ଅଧାରୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫାଇନାଲ ଅକ୍ଟୋବର ୧୫କୁ ଘୁଞ୍ଚିପାରେ। ପ୍ରତିଯୋଗିତା ସ୍ଥଳ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ...

ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ: ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ

ଲାହୋର,୧।୬: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମ। ଏବେ ଦମ୍‌ଦାର ଫର୍ମରେ ଥିବା ବାବର ନୂଆ ଇନିଂସ...

ନ୍ୟୁଜିଲାଣ୍ଡ ଅଧିନାୟକଙ୍କୁ ଆଉଟ୍‌ କରିବା ପାଇଁ ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗିଲେ ପ୍ରଶଂସକ: ଜବାବ ମିଳିଲା ଏମିତି

ସାଉଥାମ୍ପଟନ୍‌,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ର ଫଶଇନାଲ୍‌ ଖେଳାଯାଉଛି। ଡବ୍ଲୁଟିଏସି ଫାଇନାଲ୍‌ ପଞ୍ଚମ ଦିନରେ ଦ୍ରୁତ ବୋଲରମାନେ ଟିମ ଇଣ୍ଡିଆକୁ ମ୍ୟାଚକୁ...

ଫାଇନାଲ୍‌ ହାରିବା ପରେ ଏମିତି କହିଲେ କୋହଲି

ସାଉଥାମ୍ପଟନ୍‌,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ...

ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଲା ନ୍ୟୁଜିଲାଣ୍ଡ

ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଦ୍ୱିତୀୟ ଦିନ ସୁଦ୍ଧା ସୁବିଧାଜନକ ସ୍ଥିତିରେ ଥିବା ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଛି ନ୍ୟୁଜିଲାଣ୍ଡ।...

ଟି୨୦ ବିଶ୍ୱକପ୍‌: ୨୮ ସୁଦ୍ଧା ନିଷ୍ପତ୍ତି

ନୂଆଦିଲ୍ଲୀ, ୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି...

ମିଷ୍ଟର ଡିପେଣ୍ଡବୁଲ୍‌ ଟିମ୍‌ ଇଣ୍ଟିଆ କୋଚ୍‌: ସୂଚନା ଦେଲେ ଗାଙ୍ଗୁଲୀ…

କୋଲକାତା,୧୫।୬: ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ। ଏନେଇ ବିବିସିଆଇ ପକ୍ଷରୁ ଟିମ୍‌ ଇଣ୍ଡିଆ କୋଚ୍‌ ଭାବେ ମିଷ୍ଟର ଡିପେଣ୍ଡବୁଲ୍‌ ରାହୁଲ ଦ୍ରାବିଡ୍‌ଙ୍କୁ ନିଯୁକ୍ତ କରାଯାଇଛି।...

ଡବ୍ଲୁଟିସି ଫାଇନାଲ୍‌ ବିଜେତା ଦଳର ପୁରସ୍କାର ଟଙ୍କା ବିରାଟ କୋହଲି ଆଇପିଏଲ୍‌ ରାଶି ଠାରୁ ବି କମ୍‌

ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
Next Post Next post:
‘ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ’

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts