E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଘରୋଇ କ୍ରିକେଟରେ କେନ୍ଦ୍ରୀୟ ଚୁକ୍ତି ଲାଗୁ ନେଇ ଦାବି
8:41 amJune 3, 2021

ନୂଆଦିଲ୍ଲୀ,୩।୬(ପି.ଟି.): କୋଭିଡ୍‌-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘରୋଇ କ୍ରିକେଟରଙ୍କ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ଷତିପୂରଣ ଦେବାକୁ ପ୍ରୟାସ ଆରମ୍ଭ କରିଛି। ଯଦିଓ ଏ ନେଇ ରାଜ୍ୟ ଆସୋସିଏଶନଗୁଡ଼ିକ ବିସିସିଆଇକୁ ଆଶାନୁରୂପ ସହଯୋଗ କରିପାରି ନାହାନ୍ତି। କେବଳ କ୍ଷତିପୂରଣ ଦେଲେ ଏହା ପର୍ଯ୍ୟାପ୍ତ ହେବ ନାହିଁ। ଏବେ ଘରୋଇ କ୍ରିକେଟରେ ଓ ଖେଳାଳିଙ୍କ ଲାଗି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ (କେନ୍ଦ୍ରୀୟ ଚୁକ୍ତି) ବ୍ୟବସ୍ଥା ଲାଗୁ କରିବାକୁ ଦାବି ହୋଇଛି। ଜୟଦେବ ଉନାଡକଟ, ଶେଲ୍‌ଡନ ଜ୍ୟାକଶନ ଓ ହରପ୍ରୀତ ସିଂ ଭାଟିଆଙ୍କ ଭଳି ଅଭିଜ୍ଞ ତଥା ଜଣାଶୁଣା ଘରୋଇ କ୍ରିକେଟର ଏ ନେଇ ଦାବି କରିଛନ୍ତି ଓ ସ୍ବର ଉତ୍ତୋଳନ କରିଛନ୍ତି।
ଗତମାସରେ ପୂର୍ବତନ ଭାରତୀୟ ଖେଳାଳି ତଥା ଘରୋଇ କ୍ରିକେଟର ରୋହନ ଗାଭାସ୍କର ମଧ୍ୟ ସମାନ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟ ଆସୋସିଏଶନଗୁଡିକ ଖେଳାଳିଙ୍କ ଲାଗି କେନ୍ଦ୍ରୀୟ ଚୁକ୍ତି ଲାଗୁ କରିବା ନେଇ ନିଜର ମତ ରଖିଥିଲେ। ଜାତୀୟ ଦଳର କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟରମାନେ ମଧ୍ୟ ମ୍ୟାଚ୍‌ ପାଉଣାକୁ ବାଦ୍‌ ଦେଲେ କେନ୍ଦ୍ରୀୟ ଚୁକ୍ତିର ସୁବିଧା ପାଇବା ଉଚିତ ବୋଲି ସେ କହିଥିଲେ।
ଅଧିକାଂଶ ଘରୋଇ କ୍ରିକେଟର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଖେଳିବାର ସୁଯୋଗ ପାଉନାହାନ୍ତି। ଏମାନଙ୍କର ଚାକିରିର ସୁରକ୍ଷା ମଧ୍ୟ ନାହିଁ। ଘରୋଇ କ୍ରିକେଟରମାନେ କେବଳ ମ୍ୟାଚ୍‌ ପାଉଣା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଗତବର୍ଷ କୋଭିଡ୍‌-୧୯ କାରଣରୁ ରଣଜୀ ଟ୍ରଫି ସମ୍ପୂର୍ଣ୍ଣ ବାତିଲ ହେବା ଫଳରେ ଖେଳାଳିମାନେ ପାଉଣା ପାଇନାହାନ୍ତି। ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ୩୦ଜଣ କ୍ରିକେଟରଙ୍କୁ ଆସୋସିଏଶନଗୁଡିକ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିବା ଉଚିତ ବୋଲି ଉନାଡକଟ କହିଛନ୍ତି। ମହାମାରୀ ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମ୍ୟାଚ୍‌ ଖେଳାଯାଉ ନ ଥିବାରୁ ବିଭିନ୍ନ ବୟସ ବର୍ଗର କ୍ରିକେଟରଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବା ଉଚିତ ବୋଲ ଉନାଡକଟ କହିଛନ୍ତି। ଗତବର୍ଷ ଉନାଡକଟଙ୍କ ନେତୃତ୍ୱରେ ସୌରାଷ୍ଟ୍ର ରଣଜୀ ଟ୍ରଫି ଟାଇଟଲ ହାସଲ କରିଥିଲା।
ଏକ ଫୁଲ୍‌ ସେସନ ଖେଳିଲେ ଜଣେ ଘରୋଇ କ୍ରିକେଟର ୧୫ରୁ ୧୬ ଲକ୍ଷ ଟଙ୍କା ଉପାର୍ଜନ କରିଥାଏ। କିନ୍ତୁ ୨୦୨୧ରେ ୮୭ ବର୍ଷ ପରେ ପ୍ରଥମଥର ପାଇଁ ରଣଜୀ ଟ୍ରଫି ବାତିଲ ହୋଇଥିଲା। ରାଜ୍ୟ ଆସୋସିଏଶନଗୁଡିକ ଚୁକ୍ତି ଲାଗୁ କରିବା ନେଇ ପ୍ରୟାସ ଆରମ୍ଭ କରିବା ଉଚିତ। କାରଣ କୋଭିଡ୍‌-୧୯ କେତେଦିନ ତା’ର ପ୍ରକୋପ ଜାରି ରଖିବ ତାହା କାହାକୁ ଜଣାନାହିଁ ବୋଲି ଜ୍ୟାକସନ କହିଛନ୍ତି। ପୁରୁଷଙ୍କ ଭଳି ମହିଳା କ୍ରିକେଟରଙ୍କୁ ମଧ୍ୟ ଚୁକ୍ତିରେ ସାମିଲ କରାଯିବା ଉଚିତ ବୋଲି ସେ କହିଛନ୍ତି।
ଅନ୍ୟପଟେ ଘରୋଇ କ୍ରିକେଟରଙ୍କୁ କ୍ଷତି ପୂରଣ ଦେବାକୁ ବିସିସିଆଇ ପ୍ରସ୍ତୁତ ରହିଛି। ଏ ନେଇ ରାଜ୍ୟ ଆସୋସିଏଶନଗୁଡିକ ସହ ଆଲୋଚନା ଚାଲିଛି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। କିନ୍ତୁ ମେ’ ୨୯ରେ ଅନୁଷ୍ଠିତ ହୋଇଥିତ୍ବା ସ୍ବତନ୍ତ୍ର ସାଧାରଣ ବୈଠକ (ଏସ୍‌ଜିଏମ୍‌)ରେ ଏ ନେଇ ଆଲୋଚନା ହୋଇ ନ ଥିଲା।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କୁ ଥଟ୍ଟାରେ ଏମିତି କହିଦେଲେ ସ୍ତ୍ରୀ

ସାଉଥାମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ହାଇ ଭୋଲଟେଜ ଫାଇନାଲ ମ୍ୟାଚ ସାଉଥାମ୍ପଟନ୍‌ରଠାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ବର୍ଷା ବାଧାପ୍ରାପ୍ତ...

ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା

ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍‌ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି...

ଆଝାରୁଦ୍ଦିନଙ୍କୁ ସସ୍‌ପେଣ୍ଡ କଲା ଏଚ୍‌ସିଏ ଆପେକ୍ସ କାଉନ୍‌ସିଲ

ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ର ଆପେକ୍ସ କାଉନ୍‌ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍‌ପେଣ୍ଡ କରିଛି। ସେ...

ପାକିସ୍ତାନର ଏହି ପୂର୍ବ ଅଲରାଉଣ୍ଡର କହିଲେ,‘ବ୍ୟସ୍ତ ଥିବା ସତ୍ତ୍ୱେ ମୋ ବିବାହରେ ଯୋଗ ଦେଇଥିଲେ ଗାଙ୍ଗୁଲି…

ନୂଆଦିଲ୍ଲୀ,୧୨।୬: ସୌରଭ ଗାଙ୍ଗୁଲି ଜଣେ ନମ୍ର ବ୍ୟକ୍ତି। ବ୍ୟସ୍ତବହୁଳ ଜୀବନଶୈଳୀ ସତ୍ତ୍ୱେ ବିବାହରେ ଯୋଗ ଦେଇଥିଲେ । ହେଲେ ଅନେକ ପ୍ରଶଂସକ ଏ ବିଷୟରେ ଜାଣିଥିବେ...

ଦେଶର ଶ୍ରେଷ୍ଠ ଆଥଲେଟିକ୍‌ ଏକାଡେମୀ ମଧ୍ୟରେ କିଟ୍‌

ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍‌ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍‌ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...

ଫ୍ରେଞ୍ଚ୍‌ ଓପନ ଟେନିସ: ଜୋକୋଭିଚ୍‌-ବେରେଟିନି କ୍ୱାର୍ଟର ଫାଇନାଲ

ପ୍ୟାରିସ, ୮।୬-ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ନମ୍ବର ଓ୍ବାନ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌। ୪ର୍ଥ ରାଉଣ୍ଡରେ...

ଫ୍ରେଞ୍ଚ୍‌ ଓପନ ଟେନିସ: ଚତୁର୍ଥ ରାଉଣ୍ଡରେ ଜେଭରେଭ, ନିଶିକୋରି

ପ୍ୟାରିସ୍‌,୫।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ଶୁକ୍ରବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍‌ ଖେଳାଳି ଆଲେକଜାଣ୍ଡର ଜେଭରେଭ,...

ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି

କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
Next Post Next post:
‘ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ’

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts