ପ୍ୟାରିସ୍,୩।୬(ଏପି): କ୍ରୀଡ଼ାରେ ଇଞ୍ଜୁରି ନେଇ ଆଥ୍ଲେଟମାନେ ଖୋଲାଖୋଲି ନିଜର ମତ ରଖିଥାନ୍ତି। ତେବେ ମାନସିକ ସ୍ବାସ୍ଥ୍ୟ ନେଇ କେହି ଆଥ୍ଲେଟ କୌଣସି ଇଭେଣ୍ଟରୁ ଓହରିବା ସମ୍ପୂର୍ଣ୍ଣ ଭିନ୍ନ କଥା। ମାନସିକ ଅବସାଦ ପାଇଁ ଫ୍ରେଞ୍ଚ୍ ଓପନରୁ ଓହରିବା ସହ ବିଶ୍ୱର ସବୁଠାରୁ ଦାମୀ ମହିଳା ଖେଳାଳି ନାଓମି ଓସାକା ଏବେ ବିତର୍କ ସୃଷ୍ଟି କରିଛନ୍ତି ଓ କ୍ରୀଡ଼ାକୁ ନୂଆ ଦିଗରେ ପହଞ୍ଚାଇଛନ୍ତି। ଏହି ମେଗା ଇଭେଣ୍ଟରୁ ଓହରି ଓସାକା ଟେନିସ ଅଧିକାରୀଙ୍କ ସହ ଚାଲିଥିବା ପରୋକ୍ଷ ବିବାଦର ଅନ୍ତ ଘଟାଇଛନ୍ତି। ଏହା ଦ୍ୱାରା ସେ କ୍ରୀଡ଼ାର ନୂଆ ତଥା ତୃତୀୟ ସୋପାନରେ ପଦାର୍ପଣ କରିଛନ୍ତି।
ପ୍ରଥମଥର ପାଇଁ ବିନା କୌଣସି ଇଞ୍ଜୁରିରେ କୌଣସି ଜଣେ ବଡ଼ ତାରକା ଖେଳାଳି ଏକ ମେଜର ଟୁର୍ନାମେଣ୍ଟରୁ ଓହରିଛନ୍ତି। ତେଣୁ ଓସାକାଙ୍କର ଏହି ନିଷ୍ପତ୍ତି ଅନେକଙ୍କର ହଜମ ହୋଇନାହିଁ। ଫଳରେ ଓସାକା କ୍ରୀଡ଼ାର ତୃତୀୟ ସୋପାନରେ ଅବତରଣ କରିଛନ୍ତି ବୋଲି ମନେହେଉଛି।
ଅଲିମ୍ପିଆନ ମାଇକେଲ ଫେଲ୍ପ ପୂର୍ବରୁ ନିଜର ମାନସିକ ସ୍ବାସ୍ଥ୍ୟ ନେଇ ଖୋଲାଖୋଲି ଭାବେ ମନ୍ତବ୍ୟ ରଖିଥିଲେ। ସେହିପରି ମହାନ୍ ବାସ୍କେଟବଲ୍ ଖେଳାଳି ଜେରୀ ଓ୍ବେଷ୍ଟ ଏ ନେଇ ନିଜର ମନ୍ତବ୍ୟ ଦେଇଥିଲେ। ମାନସିକ ଅବସାଦ ନେଇ ସେ ନିଜ ସଂଘର୍ଷର କାହାଣୀ ଉପସ୍ଥାପନ କରିଥିଲେ। ତେବେ ସେ ନିଜ କ୍ରୀଡ଼ା ଜୀବନ ଶେଷରେ ଏ ନେଇ ଯାହା କିଛି କହିଥିଲେ। ତେବେ ଅନ୍ୟ କେତେକ ଆଥ୍ଲେଟ ଜୀବନସାରା ନିଜର ସମସ୍ୟା ନେଇ ସଂଘର୍ଷ ଜାରି ରଖିଥିଲେ। ଆଗକୁ ଆଥ୍ଲେଟମାନେ ଓସାକାଙ୍କୁ ଅନୁସରଣ କରୁଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା। ପୁଣି ପ୍ରଶଂସକ ଓ କ୍ରୀଡ଼ାଜଗତ ମଧ୍ୟ ଏ ନେଇ ପ୍ରତିକ୍ରିୟାଶୀଳ ହେବେ।
ଶରୀର ଆଘାତ ସମସ୍ୟା ଓ ମାନସିକ ସ୍ବାସ୍ଥ୍ୟ ମଧ୍ୟରେ ବହୁତ ଫରକ ରହିଛି ବୋଲି ଶିକାଗୋର ପ୍ରତିଷ୍ଠିତ ମନସ୍ତତ୍ୱବିତ୍ ଡ. ଓ୍ବେଣ୍ଡି ବୋରଲାବି କହିଛନ୍ତି। ପୂର୍ବରୁ ସେ ପେସାଦାର, ଅଲିମ୍ପିକ୍ ଓ କଲେଜ ଆଥ୍ଲେଟଙ୍କ ସହ କାର୍ଯ୍ୟ କରିଛନ୍ତି। ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଖୋଲାଖୋଲି ଆଲୋଚନା କଲେ ଖାସ୍କରି କ୍ରୀଡ଼ାରେ କଳଙ୍କକୁ ଆମେ ପଛରେ ପକାଇପାରିବା। ଖେଳାଳିମାନେ ମଧ୍ୟ ଏଥିରୁ ଲାଭ ପାଇପାରିବେ ବୋଲି ସେ କହିଛନ୍ତି।
କିଛିଦିନ ତଳେ କେଭିନ ଲଭ ଓ ଡିମାର ଡିରୋଜାନଙ୍କ ଭଳି ଏନ୍ବିଏ ଖେଳାଳି ଓ ଡବ୍ଲ୍ୟୁଏନ୍ବିଏର ଅଜା ଓ୍ବିଲସନ ନିଜର ଅବସାଦ ନେଇ ସଂଘର୍ଷ, ସଫଳତା ଓ ବିଫଳତାର କାହାଣୀ ଖୋଲାଖୋଲି ଭାବେ ଶେୟାର କରିଥିଲେ। କ୍ରୀଡ଼ାରେ ମାନସିକ ସ୍ବାସ୍ଥ୍ୟ ନେଇ ଯେ ସମସ୍ୟା ରହିଛି ଏହା ସ୍ବୀକାର କରିବାକୁ ହେବ। ତେଣୁ ଓସାକା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସାହସିକ ବୋଲି କୁହାଯାଇପାରେ। ଓସାକା ଏ ନେଇ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ଆଥ୍ଲେଟମାନେ ମାନସିକ ସ୍ବାସ୍ଥ୍ୟ ନେଇ ଆଲୋଚନା କରିବାକୁ ଆଦୌ ଦ୍ୱିଧାବୋଧ କରିବେ ନାହିଁ। ଏହା ନିଶ୍ଚିତ ଭାବେ କ୍ରୀଡ଼ା ପାଇଁ ଶୁଭଙ୍କର ବୋଲି କୁହାଯାଇପାରେ। ଗଣମାଧ୍ୟମ ପ୍ରତି ଦାୟିତ୍ୱବୋଧତା ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟର କ୍ଷତି ପହଞ୍ଚାଇବ। ତେଣୁ ଫ୍ରେଞ୍ଚ୍ ଓପନରୁ ଓସାକା ଓହରିବା କ୍ରୀଡ଼ାକୁ ଏକ ନୂଆ ଦିଗ ପ୍ରଦାନ କରିବା ସହ ନୂଆ ସୋପାନରେ ପହଞ୍ଚାଇଛି ବୋଲି କୁହାଯାଇପାରେ।
ଏକଦା ରାଇନାଙ୍କ ଉପରେ ରାଗିଯାଇଥିଲେ ଦ୍ରାବିଡ; କହିଥିଲେ, ‘ଭାରତୀୟ କ୍ରିକେଟର ହୋଇ ତୁମେ କ’ଣ ପିନ୍ଧିଛ ଜାଣିଛ ତ…’
ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍-ହ୍ବାଟ୍ ଲାଇଫ୍ ଆଣ୍ଡ କ୍ରିକେଟ ଟଟ୍ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ।...
ପୁଅର ଭିଜା ପାଇଁ କ୍ରୀଡ଼ା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସାନିଆ
ନୂଆଦିଲ୍ଲୀ,୩।୬: ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ସାନିଆ ମିର୍ଜା ୟୁକେରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥି ଲାଗି ସେ ପୁଅ ଓ ଭଉଣୀଙ୍କ ପାଇଁ ଭିଜା ଆବେଦନ...
ମୀରାବାଈ ଚାନୁଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ମହିଳା ୪୯କେଜି କାଟେଗୋରି ପାଇଁ ଭାରତର ଭାରୋତ୍ତୋଳିକା ମୀରାବାଈ ଚାନୁ ଯୋଗ୍ୟତା ଅର୍ଜନ କରିଥିବା ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ(ଆଇଡବ୍ଲ୍ୟୁଏଫ୍) ଶନିବାର...
ଓ୍ବିଲିୟମସନ ଆହତ, ଦ୍ୱିତୀୟ ଟେଷ୍ଟରୁ ଓହରିଲେ
ବର୍ମିଂହାମ, ୧୦।୬(ପି.ଟି.)- ନ୍ୟୁଜିଲାଣ୍ଡ କ୍ରିକେଟ ଅଧିନାୟକ କେନ୍ ଓ୍ବିଲିୟମସନ ଆହତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି। ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ...
ପଦାର୍ପଣରେ ଲେଡି ସେହ୍ବାଗଙ୍କ ରେକର୍ଡ
ବ୍ରିଷ୍ଟଲ,୧୮ା୬: ଲେଡି ସେହ୍ବାଗ ଭାବେ ମହିଳା କ୍ରିକେଟରେ ଜଣାଶୁଣା ଟିମ୍ ଇଣ୍ଡିଆର ଓପନର ଶେଫାଳି ବର୍ମା ପଦାର୍ପଣ ଟେଷ୍ଟରେ ଇତିହାସ ରଚିଛନ୍ତି। ୧୭ ବର୍ଷୀୟା ବ୍ୟାଟ୍ସଓମେନ...
ଡବ୍ଲୁଟିସି ଫାଇନାଲ ଡ୍ର’ ରହିଲେ ଭାରତ ସହିବ କ୍ଷତି, ନ୍ୟୁଜିଲାଣ୍ଡର ହେବ ଲାଭ: ଜାଣନ୍ତୁ କେମିତି
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି)ର ଫାଇନାଲ ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଏହି ମ୍ୟାଚ...
ରକ୍ତଦାନ କଲେ ତେନ୍ଦୁଲକର
ମୁମ୍ବାଇ, ୧୪ା୬ (ପି.ଟି.)-ବିଶ୍ୱ ରକ୍ତଦାନ ଦିବସ ଅବସରରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ ତେନ୍ଦୁଲକର ସୋମବାର ରକ୍ତଦାନ କରିଛନ୍ତି। ଏହି ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ...
ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କଲା ଏଚ୍ସିଏ ଆପେକ୍ସ କାଉନ୍ସିଲ
ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍ସିଏ)ର ଆପେକ୍ସ କାଉନ୍ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କରିଛି। ସେ...


