ମୁମ୍ବାଇ, ୩।୬(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍ଘାଟନୀ ସଂସ୍କରଣର ଫାଇନାଲ ୧ ମ୍ୟାଚ ବିଶିଷ୍ଟ। ମାତ୍ର ଏପରି ହେବା ଉଚିତ ନୁହେଁ ବୋଲି ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଭାରତ ଗୁରୁବାର ବିଳମ୍ବିତ ରାତିରେ ୟୁନାଇଟେଡ କିଙ୍ଗ୍ଡମ୍ ଅଭିମୁଖେ ଯାତ୍ରା କରିବ। ସାଉଥାମ୍ପଟନଠାରେ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଜୁନ୍ ୧୮ରୁ ଆରମ୍ଭ ହେବ। ଏହାପରେ ଭାରତ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍କୁ ଯଦି ଦୀର୍ଘକାଳୀନଭିତ୍ତିରେ କରାଯାଏ ତେବେ ବେଷ୍ଟ ଅଫ୍ ଥ୍ରୀ ଫାଇନାଲ ଉପଯୁକ୍ତ ହେବ। ଏହା ହେଲେ ଦୁଇ ଦଳ ପରାକାଷ୍ଠା ଦେଖାଇବାର ସୁଯୋଗ ପାଇବେ ବୋଲି ଶାସ୍ତ୍ରୀ ବୁଧବାର ଇଂଲଣ୍ଡ ଗସ୍ତ ପୂର୍ବ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିପାଇଁ ଫ୍ୟୁଚର ଟୁର୍ସ ପ୍ରୋଗ୍ରାମ (ଏଫ୍ଟିପି) ପ୍ରସ୍ତୁତ ହେବା ଆବଶ୍ୟକ। ଗୋଟିଏ ମ୍ୟାଚରେ ଏକ ଦଳର ଦକ୍ଷତା ମପାଯାଇ ପାରିବ ନାହିଁ। ଦେଶରେ କ୍ୱାରାଣ୍ଟାଇନ୍ ଅବଧି ଶେଷ କରିବା ପରେ ଭାରତୀୟ ଦଳ ୟୁକେ ଯିବାକୁ ପ୍ରସ୍ତୁତ। ସେଠାରେ ପହଞ୍ଚତ୍ବା ପରେ ୟୁକେ ସରକାରଙ୍କ ନିୟମ ଅନୁସାରେ କ୍ୱାରାଣ୍ଟାଇନ୍ରେ ଖେଳାଳିମାନେ ରହିବେ। ମାତ୍ର ନ୍ୟୁଜିଲାଣ୍ଡ ବହୁ ପୂର୍ବରୁ ୟୁକେରେ ପହଞ୍ଚତ୍ ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଆରମ୍ଭ କରିଛି। ଫଳରେ ଏହି ଦଳକୁ ଭଲ ମ୍ୟାଚ ଅଭ୍ୟାସ ମିଳିଛି। ଶାସ୍ତ୍ରୀ କହିଛନ୍ତି ଯେ ପ୍ରଥମଥର ପାଇଁ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ହେଉଛି। ଏହା ନିଶ୍ଚିତ ବଡ଼ ଗେମ୍। ଏହା ଏପରି ଏକ ଫର୍ମାଟ ଯେଉଁଥିରେ କି ଦଳ ପରୀକ୍ଷାର ସମ୍ମୁଖୀନ ହୋଇଥାଏ। ଏହା ୩ ଦିନ କିମ୍ବା ୩ ମାସରେ ହୋଇ ନ ଥାଏ। ୨ ବର୍ଷରୁ ଊର୍ଦ୍ଧ୍ୱ ଖେଳିବା ପରେ ଏପରି ଏକ ସମୟ ଆସିଥାଏ। ଏହି ସମୟ ମଧ୍ୟରେ ପୂରା ବିଶ୍ୱରେ ଦଳଗୁଡ଼ିକ ପରସ୍ପର ବିପକ୍ଷରେ ଖେଳିଥାନ୍ତି। ସର୍ବାଧିକ ପଏଣ୍ଟପ୍ରାପ୍ତ ଦଳ ହିଁ ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇଥାଏ।
ପ୍ରବଳ ଥଣ୍ଡାରେ ୧୦୦ କିଲୋମିଟର ମାରାଥନ୍: ଅଧାବାଟରେ ୨୧ ଜଣଙ୍କ ମୃତ୍ୟୁ…
ବେଜିଂ,୧୨।୬: ଚାଇନାରେ ଏକ ମରାଥନ ଦୌଡ଼ ସମୟରେ ୨୧ ଜଣ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ...
ଡବ୍ଲୁଟିସି ଫାଇନାଲ ପୂର୍ବରୁ ଇତିହାସ ରଚିଲା ନ୍ୟୁଜିଲାଣ୍ଡ: ୨୨ ବର୍ଷ ପରେ କଲା ଏମିତି କାରନାମା
ଏଜବେଷ୍ଟନ,୧୩।୬: ଆୟୋଜକ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତିଛି। ଦଳ ଦ୍ୱିତୀୟ ଟେଷ୍ଟରେ ୮ ଉଇକେଟ ଜିତିଛି। ପ୍ରଥମ...
ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିପାରିଲେ ନାହିଁ ବିରାଟ କୋହଲି: ଆଇପିଏଲ୍ ସାଥୀ ଖେଳାଳି କରିଦେଲେ ଫିକା
ସାଉଥମ୍ପଟନ,୨୦।୬: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୦ ବର୍ଷ ପୂରଣ କରିଛନ୍ତି। ଆଜି ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ।...
ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ: ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ଲାହୋର,୧।୬: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ। ଏବେ ଦମ୍ଦାର ଫର୍ମରେ ଥିବା ବାବର ନୂଆ ଇନିଂସ...
ଟୋକିଓ ଅଲିମ୍ପିକ୍ସ: ସମସ୍ତ ରାସ୍ତା ସିଲ୍
ଟୋକିଓ, ୯ା୬ (ଏପି)-ଟୋକିଓ ଅଲିମ୍ପିକ୍ସ ଭେନ୍ୟୁଗୁଡ଼ିକୁ ଯୋଗାଯୋଗ କରୁଥିବା ସମସ୍ତ ସଡ଼କ ପଥକୁ ସିଲ୍ କରାଯାଇଛି। ତନ୍ମଧ୍ୟରେ ୧.୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ନିର୍ମିତ...
ପିଏସଏଲରେ ମୁହାଁମୁହିଁ ହେଲେ ଦୁଇ ପାକିସ୍ତାନ ଖେଳାଳି
ଆବୁଧାବି,୧୬।୬: ଚଳିତ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ରେ ମଙ୍ଗଳବାର କୁଏଟା ଗ୍ଲାଡିଏଟର୍ସ ଓ ଲାହୋର କ୍ୱାଲାଣ୍ଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନର ଦୁଇ...
ଆଣ୍ଠୁମାଡି ସ୍ତ୍ରୀଙ୍କ ଫଟୋ ଉଠାଇଲେ କୋହଲି: ମହିଳା କ୍ରିକେଟର୍ କଲେ ଖୁଲାସା
ଭାରତୀୟ ମହିଳା ଏବଂ ପୁରୁଷ ଦଳ କେବଳ ଜୁନ ୩ରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଉଭୟ ଦଳ ଏବେ ସାଉଥମ୍ପଟନରେ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ମହିଳା ଦଳ ଜୁନ୍...
କିଶୋର କୁମାରଙ୍କ ଗୀତ ଗାଇଲେ ସୋଏବ
ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତୀୟ ସିନେମାର ବର୍ଷୀୟାନ ଗାୟକ କିଶୋର କୁମାରଙ୍କ ଗୀତ ଗାଉଥିବାର ଏକ ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହୋଇଛି। ହାପେନ୍ଡହ୍ବାଟ୍...


