ଇଂଲଣ୍ଡ ଦ୍ରୁତ ବୋଲର ଓଲି ରବିନ୍ସନ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଡେବ୍ୟୁ ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ନିଜର ପ୍ରାୟ ୮ ବର୍ଷ ପୁରୁଣା ଟୁଇଟ୍ ପାଇଁ ତାଙ୍କୁ କ୍ଷମା ମାଗିବାକୁ ପଡିଛି। ରବିନସନଙ୍କୁ ମାତ୍ର ୧୮ ବର୍ଷ ହୋଇଥିବାବେଳେ ସେ ଏପ୍ରିଲ ୨୦୧୨ରୁ ଜୁନ ୨୦୧୩ ମଧ୍ୟରେ ଏକ ଟୁଇଟ୍ କରିଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଟୁଇଟ୍ରେ ସେ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଆତଙ୍କବାଦୀ କହିଥିଲେ। କେବଳ ଏତିକି ନୁହେଁ, ମହିଳା ଏବଂ ଏସୀୟ ମୂଳ ଲୋକଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ରବିନସନ୍ ଏବେ ଏକ ନିଜର ଟୁଇଟ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଏହି ଟୁଇଟ୍ ପାଇଁ ପ୍ରଶଂସକ ତାଙ୍କୁ ଭର୍ତ୍ସନା କରିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟର ପ୍ରଥମ ଦିନ ଶେଷ ହେବାର କିଛି ସମୟ ପରେ ରବିନସନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ମୋ କ୍ୟାରିୟରର ସବୁଠାରୁ ବଡ ଦିନରେ ମୁଁ ୮ ବର୍ଷ ପୂର୍ବେ ପୋଷ୍ଟ କରିଥିବା ଟୁଇଟ୍ ପାଇଁ କ୍ଷମା ପ୍ରାର୍ଥନା କରୁଛି। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଜାତିବାଦୀ କିମ୍ବା ଲିଙ୍ଗବାଦୀ ନୁହେଁ। ମୁଁ ମୋର କାର୍ଯ୍ୟକଳାପ ପାଇଁ ଦୁଃଖିତ। ଯଦି ମୋର କାର୍ଯ୍ୟ କାହାର ଭାବନାକୁ ଆଘାତ ଦେଇଛି, ମୁଁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ଚାହୁଁଛି ମୁଁ ଚିନ୍ତା ନ କରି ଦାୟିତ୍ୱହୀନ ଭାବରେ ଆଚରଣ କରିଥିଲି। ଏଥିପାଇଁ କ୍ଷମା ଚାହୁଁଚି ବେkାଲି ସେ କହିଛନ୍ତି।
ଇତିହାସ ରଚିଲେ ଏହି କ୍ରିକେଟର୍: ୬୧ ବର୍ଷ ପରେ କଲେ ଏମିତି କାରନାମା
ସେଣ୍ଟ ଲୁସିଆ,୨୨।୬: ସେଣ୍ଟ ଲୁସିଆରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାମହାତୀ ସ୍ପିନର କେଶବ ମହାରାଜ ଇତିହାସ...
ଅଲିମ୍ପିକ ପ୍ରସ୍ତୁତି ପାଇଁ ବିସିସିଆଇ ଦେବ ୧୦ କୋଟି
ନୂଆଦିଲ୍ଲୀ, ୨୧ା୬(ପି.ଟି.)-ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଭାରତୀୟ ଆଥ୍ଲେଟମାନଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ସହାୟତା...
କ୍ରିକେଟର ବ୍ଲକବଷ୍ଟର ମାସ ଆରମ୍ଭ: ୨୪ ଦିନରେ ନିଅନ୍ତୁ ୧୮ ଅନ୍ତର୍ଜାତୀୟ ମ୍ୟାଚ୍ର ମଜା
କ୍ରିକେଟର ବ୍ଲକବଷ୍ଟର ମାସ ଜୁନ ୨ରୁ ଆରମ୍ଭ ହେଉଛି। କ୍ରିକେଟ୍ ଦର୍ଶକମାନେ ଜୁନ ମାସରେ ୨୪ ଦିନ ଅନ୍ତର୍ଜାତୀୟ କ୍ରିକେଟ ଉପଭୋଗ କରିପାରିବେ। ଏଥିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ...
ମାଳବିକା ଫାଇନାଲରେ
କନାସ୍(ଲିଥୁଆନିଆ),୧୪ା୬(ପି.ଟି.)- ଭାରତର ମାଳବିକା ବନସୋଡ୍ ଏଠାରେ ଚାଲିଥିବା ଆର୍ଏସ୍ଏଲ୍ ଲିଥୁଆନିଆନ୍ ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫ୍ରାନ୍ସର...
ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍ ପଡିଲେ ଏହି ୫ ଖେଳାଳି
ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ...
ଏଫ୍ସି ବେୟର୍ନ ବିଶ୍ୱ ଦଳରେ ଶୁଭୋ ପଲ୍
ନୂଆଦିଲ୍ଲୀ, ୧୨ା୬ (ପି.ଟି.)- ଦିଲ୍ଲୀଭିତ୍ତିକ ସୁଦେଭା ଏଫ୍ସି ଆଇ-ଲିଗ୍ ଦଳର ଅଧିନାୟକ ଶୁଭୋ ପଲ୍ ପ୍ରସିଦ୍ଧ ଜର୍ମାନ ଫୁଟ୍ବଲ କ୍ଲବ ଏଫ୍ସି ବେୟର୍ନର ୧୯ ବର୍ଷରୁ...
ଉଗାଣ୍ଡା ଅଲିମ୍ପିକ ଟିମ୍ର ଜଣେ ସଦସ୍ୟଙ୍କୁ କରୋନା
ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...
ଲିସ୍ବନରେ ପହଞ୍ଚତ୍ଲେ ନୀରଜ
ନୂଆଦିଲ୍ଲୀ, ୮ା୬ (ପି.ଟି.)- ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ପର୍ତ୍ତୁଗାଲରେ ପହଞ୍ଚତ୍ଛନ୍ତି। ଜୁନ୍ ୧୦ରେ ଲିସ୍ବନରେ...


