E-Paper
  • logo
  • Thursday 24th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ
8:59 amJune 4, 2021

ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ ହୋଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମେଡଭେଡେଭ ଦ୍ୱିତୀୟ ରାଉଣ୍ଡରେ ଟମି ପଲ୍‌ଙ୍କୁ ୩-୬, ୬-୧, ୬-୪, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ସେହିପରି ସ୍କ୍ବାର୍ଜମ୍ୟାନ ୬-୪, ୬-୨, ୬-୪ ସେଟ୍‌ରେ ଆଲଜାଜ ବେଡେନେଙ୍କୁ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫିଲିପ କେଲଶ୍ଚେର୍ବର ୬-୩, ୭-୬(୭/୪), ୪-୬, ୬-୧ ସେଟ୍‌ରେ ଅସଲାନ କାରାସେଭ, ମାଟେଓ ବାରେଟିନି ୬-୩, ୬-୩, ୬-୨ରେ ଫେଡେରିକୋ କୋରିଆ, କ୍ୱନ ସୁନ-ଉ ୬-୪, ୭-୫, ୭-୫ ସେଟ୍‌ରେ ଆନ୍ଦ୍ରଆସ ସେପ୍ପି, ମିକାଏଲ ୟାମେର ୬-୦, ୨-୬, ୬-୪, ୬-୩ରେ ଗାଏଲ ମନଫିଲ୍ସ, ଲରେଞ୍ଜୋ ମୁସେଟ୍ଟି ୭-୫, ୬-୩, ୬-୨ ସେଟ୍‌ରେ ୟୋଶିହିତୋ ନିଶିଓକାଙ୍କୁ ପରାସ୍ତ କରିଛନ୍ତି।
ଆଶ୍‌ଲେ ବାର୍ଟି ଓହରିଲେ
ମହିଳା ସିଙ୍ଗଲ୍ସରେ ଟପ୍‌ ର଼୍ୟାଙ୍କ୍‌ପ୍ରାପ୍ତ ଆଶ୍‌ଲେ ବାର୍ଟି ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ରାଉଣ୍ଡରୁ ଓହରି ଯାଇଛନ୍ତି। ୨୦୧୯ ଚାମ୍ପିୟନ ବାର୍ଟି ଏଠାରେ ୧-୬, ୨-୨ରେ ପଛୁଆ ଥିବାବେଳେ ଆଉ ଖେଳ ବଜାୟ ରଖିବାକୁ ଅସମର୍ଥ ବୋଲି ସୂଚନା ଦେଇଥିଲେ। ପ୍ରଥମ ରାଉଣ୍ଡ ପରେ ସେ ମେଡିକାଲ ଟାଇମ ଆଉଟ ଆବଶ୍ୟକ କରିଥିଲେ। ପ୍ରଥମ ରାଉଣ୍ଡରେ ସେ ବର୍ନାର୍ଦା ପେରାଙ୍କୁ ୬-୪, ୩-୬, ୬-୨ ସେଟ୍‌ରେ ହରାଇବା ପଥରେ ମଧ୍ୟ ଅଣ୍ଟାରୁ ଜଙ୍ଘର ମଧ୍ୟସ୍ଥଳରେ ଯନ୍ତ୍ରଣା ଅନୁଭବ କରିଥିଲେ। ଗତବର୍ଷ ସେ କରୋନା ସଂକ୍ରମଣ ଯୋଗୁ ନ ଖେଳି ଅଷ୍ଟ୍ରେଲିଆରେ ନିଜ ଘରେ ରହିବାକୁ ପସନ୍ଦ କରିଥିଲେ।
ମହିଳା ସିଙ୍ଗଲ୍ସରେ ଅନ୍ୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚଗୁଡ଼ିକ ମଧ୍ୟରେ କାରୋଲିନ୍‌ ପ୍ଲିସ୍‌କୋଭାଙ୍କୁ ୭-୫, ୬-୧ ସେଟ୍‌ରେ ହରାଇ ବିଦାୟ ପଥ ଦେଖାଇଛନ୍ତି ସ୍ଲୋଆନେ ଷ୍ଟିଫେନ୍ସ। ସୋଫିଆ କେନିନ ୭-୫, ୬-୩ରେ ହିଲି ବାପ୍ଟିଷ୍ଟେ, ବାର୍ବରା ଗ୍ରାଚେଭା ୭-୫, ୧-୬, ୬-୨ରେ କାମିଲା ଗିଓର୍ଗି, କାରୋଲିନ ମୁଚୋଭା ୬-୩, ୬-୪ ସେଟ୍‌ରେ ବାର୍ବରା ଲିପ୍‌ଚେଙ୍କୋ ଏବଂ ଓନ୍ସ ଜାବେଉର ୬-୨, ୬-୪ରେ ଅଷ୍ଟ୍ରା ଶର୍ମାଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ପେତ୍ରୋ କ୍ୱିଟୋଭାଙ୍କ ବିପକ୍ଷରେ ଓ୍ବାକ୍‌ଓଭର ପାଇଛନ୍ତି ଏଲିନା ଭେସନିନା। ଏଲିନା ସ୍ବିତୋଲିନା ୬-୦, ୬-୪ ସେଟ୍‌ରେ ଆନ୍‌ ଲୀ’ଙ୍କୁ ହରାଇଥିବାବେଳେ ମାର୍ତା କୋଷ୍ଟ୍ୟୁକ ୬-୩, ୬-୪ ସେଟ୍‌ରେ ଝେଙ୍ଗ ସାଇସାଇ, ଟେରେଜା ମାର୍ଟିନକୋଭା ୬-୩, ୬-୩ରେ ଜେସିକା ପେଗୁଲା, ବାର୍ବରା କ୍ରେଜିକୋଭା ୬-୨, ୬-୩ରେ ଏକ୍‌ଟେରିନା ଆଲେକ୍ସାଣ୍ଡ୍ରୋଭା ଏବଂ ମାରିଆ ସାକାରି ୬-୨, ୬-୩ରେ ଜସମିନ ପାଓଲିନଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଓ୍ବିମ୍ବେଲଡନରୁ ଓହରିଲେ, ଅଲିମ୍ପିକ୍ସରେ ଭାଗନେବେ ଓସାକା

ଲଣ୍ଡନ,୧୯ା୬(ଏପି)-ଚାରିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଓମି ଓସାକା ଓ୍ବିମ୍ବେଲଡନରୁ ଓହରିଯିବେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ମହିଳା ଟେନିସ ଖେଳାଳିଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡଗୁଇଡ୍‌ ଏହି...

ଭାରତକୁ ଆଶା ଦେଲେ ଅଶ୍ୱିନ

ସାଉଥାମ୍ପଟନ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ରୋମାଞ୍ଚକ ମୋଡ଼ ନେଉଛି। ୧୩୯ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡକୁ ଡବଲ୍‌ ଝଟକା ଦେଇଛନ୍ତି ଅଭିଜ୍ଞ...

ସ୍ପେନ୍‌- ପୋଲାଣ୍ଡ ମ୍ୟାଚ୍‌ ଡ୍ର

ସେଭିଲ,୨୧।୬: ୟୁରୋକପ୍‌ରେ ଗ୍ରୁପ୍‌ ଇ’ରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ସ୍ପେନ୍‌ ଓ ପୋଲାଣ୍ଡ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ୧-୧...

ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ ଦଳରେ ନେମାର, ସିଲ୍‌ଭା ସାମିଲ

ସାଓ ପାଉଲୋ,୧୧।୬(ଏପି): କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବ୍ରାଜିଲ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ତାରକା ଷ୍ଟ୍ରାଇକର...

ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍‌ଖା ସିଂ

ନୂଆଦିଲ୍ଲୀ,୨୦।୬: କିମ୍ବଦନ୍ତୀ ଆଥ୍‌ଲେଟ ତଥା ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍‌ଖା ସିଂଙ୍କ ପରଲୋକରେ ଭାରତୀୟ କ୍ରୀଡ଼ାଜଗତ ସ୍ତବ୍ଧ ହୋଇଛି। ଜଣେ ଲଢୁଆ ଖେଳାଳି ଓ...

ଡବ୍ଲ୍ୟଟିସି ପୂର୍ବରୁ ଭାରତକୁ ଶକ୍ତ ଧକ୍କା

ସାଉଥାମ୍ପଟନ,୧୩।୬: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ଶକ୍ତ ଧକ୍କା। ବିରାଟ...

କୋପା ଆମେରିକା: ଆୟୋଜନ ନେଇ ବ୍ରାଜିଲ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଜି

ସାଓ ପାଓଲୋ,୧୦।୬(ଏପି): କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ବିବାଦ ଦେଖାଦେଇଥିବା ବେଳେ ବ୍ରାଜିଲ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଗୁରୁବାର ଅନ୍ତିମ ନିଷ୍ପତ୍ତି ନେବେ।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସାନିଆଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ମିଳିଲା
Next Post Next post:
ଅଲିମ୍ପିକ୍ସକୁ ୧୯୦ଜଣିଆ ଦଳ ପଠାଇବ ଭାରତ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts