ଭୋପାଳ,୪।୬: ମଧ୍ୟପ୍ରଦେଶରେ ବିଭିନ୍ନ ଦାବି ନେଇ ୬ଟି ମେଡିକାଲ କଲେଜର ଡାକ୍ତରମାନେ ହରତାଳ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଗୁରୁବାର ରାଜ୍ୟର ୬ ଟି ସରକାରୀ ମେଡିକାଲ କଲେଜର ଜୁନିଅର ଡାକ୍ତରମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହି ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ପରେ ପ୍ରାୟ ୩୦୦୦ ଜୁନିଅର ଡାକ୍ତର ଇସ୍ତଫା ଦେଇଛନ୍ତି। ମଧ୍ୟପ୍ରଦେଶ ଜୁନିଅର ଡାକ୍ତର ସଂଘ ସଭାପତି ଅରବିନ୍ଦ ମୀନା କହିଛନ୍ତି ଯେ, ରାଜ୍ୟର ୬ ଟି ମେଡିକାଲ କଲେଜର ପ୍ରାୟ ୩ ହଜାର ଜୁନିଅର ଡାକ୍ତର ନିଜ ନିଜ ମେଡିକାଲ କଲେଜର ଡିନ୍ଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ତୃତୀୟ ବର୍ଷର ଜୁନିଅର ଡାକ୍ତରଙ୍କ ନାମଲେଖା ବାତିଲ କରିଛନ୍ତି। ଏହାଦ୍ୱାରା ସେମାନେ ଆଉ ପରୀକ୍ଷା ଦେଇପାରିବେ ନାହିଁ। ପିଜି କରୁଥିବା ଏହି ଜୁନିୟର ଡାକ୍ତରମାନେ କହିଛନ୍ତି ତିନି ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ମିଳେ ଦୁଇ ବର୍ଷ କଲେ ଡିପ୍ଲୋମା ସାର୍ଟିଫିକେଟ ମିଳିବ। ତେଣୁ ଏନରୋଲମେଣ୍ଟ ରଦ୍ଦ କରିବା ନିଷ୍ପତ୍ତିକୁ ସେମାନେ ବିରୋଧ କରୁଛନ୍ତି। ମୀନା କହିଛନ୍ତି ଯେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଆମେ ଶୀଘ୍ର ସୁପ୍ରିମକୋର୍ଟ ଯିବୁ।
ମଧ୍ୟପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ସୁଜୟ ପାଲଙ୍କ ଏକ ଯୁଗ୍ମ ବେଞ୍ଚ ରାଜ୍ୟସ୍ତରୀୟ ଜୁନିଅର ଡାକ୍ତରଙ୍କ ଧର୍ମଘଟକୁ ବେଆଇନ ବୋଲି କହି ଜୁନିୟର ଡାକ୍ତରମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି କନିଷ୍ଠ ଡାକ୍ତରମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଧର୍ମଘଟ ଶେଷ କରିବା ପରେ କାର୍ଯ୍ୟକୁ ଫେରନ୍ତି, ତେବେ ରାଜ୍ୟ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ନେଲା ପ୍ରଥମ ଜୀବନ…
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ସମ୍ପର୍କରେ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍ର...
ମଡେଲ ଟେନାନ୍ସି ଆଇନକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଘରଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ...
ସମାଲୋଚକଙ୍କୁ ନିର୍ବାଚନ ଲଢ଼ିବା ମନା
ମସ୍କୋ, ୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଶୁକ୍ରବାର ଏକ ନୂଆ ବିଲ୍ରେ ସ୍ବାକ୍ଷର କରିଛନ୍ତି। କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମାଲୋଚନା କଲେ ଉକ୍ତ ଆଇନ...
କେବେ ଦେଖିଛନ୍ତି କି ଏଭଳି ସଡ଼କ ଦୁର୍ଘଟଣା? କାର୍ ହେଲା ଦୁଇଫାଳ; ଫଟୋ ଭାଇରାଲ ପରେ..
ନୂଆଦିଲ୍ଲୀ,୧୫।୬: ଯାନବାହାନ ଚଳାଇବା ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ। ଏହାର ଅନେକ ଘଟଣା ପ୍ରତ୍ୟେହ ଦେଖିବାକୁ ମିଳୁଥିବା ବେଳେ କିଛିକୁ ଦେଖିଲେ ଭୟ ଲାଗିଥାଏ। ବିଶେଷକରି...
‘ଜୟ ଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ଆକ୍ରମଣ: ରାହୁଲଙ୍କୁ ପାଲଟା ଜବାବ ଦେଲେ ଯୋଗୀ
ନୂଆଦିଲ୍ଲୀ,୧୫।୬: ‘ଜୟଶ୍ରୀ ରାମ’ ନ କହିବାରୁ ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଓ ଦାଢ଼ି କାଟି ଦେବା ଘଟଣାକୁ ନେଇ...
ଇନ୍ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍ବୁକ ଦେଲା ପୁରସ୍କାର
ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...
ଗପରେ ଏମିତି ମଜ୍ଜିଗଲେ ଯେ ଟିକା ନ ଭରି ଖାଲି ଇଞ୍ଜେକଶନ ଫୋଡ଼ିଦେଲେ ନର୍ସ; ଭିଡିଓ ଭାଇରାଲ ପରେ…
ଛପରା,୨୫।୬: ମହାମାରୀ କରୋନାର ସଂକ୍ରମଣକୁ ରୋକିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥିତିରେ ଅନେକ ସ୍ଥାନରୁ ଅବହେଳାର ଘଟଣା ସାମ୍ନାକୁ ଆସୁଛି। ସେହି କ୍ରମରେ...
ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍ପି
ଭୋପାଳ, ୧୩ା୬: ଦେଶରେ କରୋନାଜନିତ ମୃତ୍ୟୁ ତଥ୍ୟ ଲୁଚାଯିବା ଆଉ ନୂଆ କଥା ହୋଇ ନାହିଁ। ବିଭିନ୍ନ ରାଜ୍ୟ ସରକାର ପ୍ରକୃତ ସଂଖ୍ୟା ପ୍ରକାଶ କରୁ...


