ପୁରୁଷୋତ୍ତମପୁର,୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରେସ କ୍ଲବ ପକ୍ଷରୁ ଶୁକ୍ରବାର ଏକ ପ୍ରତିବାଦ ସଭା କରାଯିବା ସହ ସମସ୍ତ ଖବରଦାତା ତହସିଲ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରିଛନ୍ତି। ଖବରଦାତାମାନେ ଦାବି କରିଛନ୍ତି ଯେ, ପୁରୀରେ କର୍ତ୍ତବ୍ୟରତ ‘ଧରିତ୍ରୀ’ର ଖବରଦାତାଙ୍କୁ ପୋଲିସ ଅତି ଅମାନୁଷିକ ଭାବେ ଆକ୍ରମଣ କରିଛି। ଏହି ଘଟଣାକୁ ଦୃଢ଼ତାର ସହ ନିନ୍ଦା କରି ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି। ରାଜ୍ୟର ସମସ୍ତ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ବ୍ଲକ ଓ ଜିଲାସ୍ତରରେ କାର୍ଯ୍ୟ କରୁଥିବା ଖବରଦାତାମାନଙ୍କ ଉପରେ ବିଭିନ୍ନ ସମୟରେ ଏପରି ଆକ୍ରମଣ ହେଉଛି। ଏଣୁ ଏଥିପ୍ରତି ପଦକ୍ଷେପ ଗ୍ରହଣ କରି ଖବରଦାତାଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ଦାବି କରାଯାଇଛି। ଏଥିରେ ଖବରଦାତା ସୁରେନ୍ଦ୍ର ନାଥ ମହାନ୍ତି, ସଦାଶିବ ପଣ୍ଡା, ସୀମାଞ୍ଚଳ ମିଶ୍ର, ଲିଙ୍ଗରାଜ ଦାଶ, ଅଶୋକ କୁମାର ମହାକୁଡ, ପ୍ରସନ୍ନ କୁମାର ଦାଶ, ଭାସ୍କର ବେହେରା, ଚିତ୍ତରଞ୍ଜନ ସାହୁ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ସୁଦାମ ମହାରଣା, କେ. ରମେଶ ଦୋରା ପ୍ରମୁଖ ବିଭିନ୍ନ ପ୍ରିଣ୍ଟିଂ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା
ଛେଣ୍ଡିପଦା,୨୧ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପୁରିହାପାଟ ଠାକୁରାଣୀ ପୀଠ ନିକଟରେ ଥିବା କୂଅରେ ପଡ଼ିଯାଇଥିବା ୩ ବର୍ଷର ଶିଶୁକୁ ଉଦ୍ଧାର...
ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ
କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...
ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବ ଡ୍ରୋନ୍
କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍। ଏହି ଡ୍ରୋନ୍କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି...
ବିଆର୍ପିଏଲ୍ରେ ଏସ୍ପିସିବିର ତଦନ୍ତ ଆଜି
ଯାଜପୁର ଅଫିସ,୨୪।୬: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍ପିଏଲ୍) କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡିବା ଅଭିଯୋଗ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ବାଡ଼ିରେ ବୁଲୁଥିଲା ୫ ଫୁଟିଆ ନାଗ, ଆଉ ତା’ ପରେ
ବାଲେଶ୍ୱର ଅଫିସ,୨।୬: ବାଲେଶ୍ୱର ଜିଲାର ରାଇବଣିଆ ଥାନା ଅନ୍ତର୍ଗତ ଗୋପାଳପୁର ଗାଁରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ଉକ୍ତ ଗାଁର ଜୟଦେବ ବେହେରାଙ୍କ ବାଡିରୁ...
ଅଣ୍ଡାକୁ ଶତ୍ରୁ କବଳରୁ ଜଗିଛି ମା’ କୁମ୍ଭୀର
ମହାକାଳପଡ଼ା,୧୪ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ନଦୀ ଓ ଯୋର ଆଦି ସ୍ଥାନରେ କୁମ୍ଭୀରଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ। ବିଶେଷକରି ଉପକୂଳ ଅଞ୍ଚଳର...
ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍ ମାଡ଼ ଧମକ
ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...


