କରାଚୀ,୫।୬(ପି.ଟି.): ଆଗାମୀ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପାକିସ୍ତାନ ଟି୨୦ ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମୋଇନ ଖାଁଙ୍କ ପୁଅ ଆଜାମଙ୍କୁ ଏଥିରେ ସ୍ଥାନ ମିଳିଛି। ଚୟନକର୍ତ୍ତାମାନେ ଇମାଦ ଓ୍ବାସିମଙ୍କୁ ଏହି ଦଳରେ ପୁଣିଥରେ ସାମିଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ୩ ଟି୨୦ ମ୍ୟାଚ୍ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ଓ୍ବାସିମ ଖେଳିବାର ସୁଯୋଗ ପାଇବେ। ସେହିପରି ହାରିସ ସୋହେଲ ଇଂଲଣ୍ଡ ବିପକ୍ଷ ୩ଟି ଦିନିକିଆ ମ୍ୟାଚ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଦ୍ରୁତ ବୋଲର ମହମ୍ମଦ ଆବାସ ଓ ନସିମ ଶାହ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ଓ ଏମାନେ ଜାମାଇକାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବେ। ଏହି ଦୁଇ ବୋଲରଙ୍କୁ ପୂର୍ବରୁ ଜିମ୍ବାଓ୍ବେ ବିପକ୍ଷ ଦୁଇ ଟେଷ୍ଟରେ ସାମିଲ କରାଯାଇ ନ ଥିଲା। ଟି୨୦, ଦିନିକିଆ ଓ ଟେଷ୍ଟ ପାଇଁ ୩ଟି ଦଳ ଗୁରୁବାର ଘୋଷଣା କରାଯାଇଛି। ବାବର ଆଜମଙ୍କୁ ୩ଟି ଫର୍ମାଟ ପାଇଁ ନେତୃତ୍ୱ ପ୍ରଦାନ କରାଯାଇଛି।
ମୋଇନଙ୍କ ପୁଅ ୨୨ ବର୍ଷୀୟ ଆଜାମଙ୍କୁ ଚୟନକର୍ତ୍ତାମାନେ ଟି୨୦ ଦଳରେ ସାମିଲ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଗୋଟିଏ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିବା ବେଳେ ୩୬ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି। ଛକା ମାରିବାରେ ସେ ସିଦ୍ଧହସ୍ତ ଓ ତାଙ୍କ ସିକ୍ସ ହିଟିଂ ପାଓ୍ବାର ସମସ୍ତଙ୍କୁ ପ୍ରଭାବିତ କରିଛି। ସେ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଓ ଶ୍ରୀଲଙ୍କା ପ୍ରିମିୟର ଲିଗ୍ ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିଥିଲେ।
ଜୁଲାଇ ୮ରୁ ୨୦ ତାରିଖ ମଧ୍ୟରେ ପାକିସ୍ତାନ ଇଂଲଣ୍ଡରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍ ଖେଳିବ। ଏହାପରେ ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପାକିସ୍ତାନ ୫ଟି ଟି୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଅଧିନାୟକ ବାବର ଆଜମ ଓ ହେଡ୍ କୋଚ୍ ମିସବା ଉଲ ହକଙ୍କ ପରାମର୍ଶ କ୍ରମେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୁରୁଷ ଟି୨୦ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ ଦଳ ଚୟନ କରିବାକୁ ପ୍ରୟାସ କରାଯାଇଛି ବୋଲି ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ଓ୍ବାସିମ କହିଛନ୍ତି।
ମହାନ କ୍ରିକେଟରଙ୍କ ଭବିଷ୍ୟବାଣୀ: ୪-୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବ ବିରାଟବାହିନୀ
ନୂଆଦିଲ୍ଲୀ,୪।୬: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ସିରିଜରେ ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିବ। ଦଳ ଏହି ସିରିଜକୁ...
ଏହି ୫ କାରଣରୁ ଫାଇନାଲରେ ହାରିଲା ଭାରତୀୟ ଦଳ
ସାଉଥାମ୍ପଟନ୍,୨୪।୫: ଗତ ଦୁଇ ବର୍ଷ ଧରି ଟିମ ଇଣ୍ଡିଆର କଠିନ ପରିଶ୍ରମ ସାଉଥାମ୍ପଟନ ଗ୍ରାଉଣ୍ଡରେ ବ୍ୟର୍ଥ ହୋଇଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ...
କୋପା ଆମେରିକା ଫୁଟ୍ବଲ: ନକ୍ଆଉଟରେ ଆର୍ଜେଣ୍ଟିନା
ସାଓ ପାଉଲୋ,୨୩।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ନକ୍ଆଉଟରେ ପ୍ରବେଶ କରିଛି। ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା...
କୋଚ୍ ଟୁଚେଲଙ୍କ କାର୍ଯ୍ୟକାଳ ବଢ଼ାଇଲା ଚେଲସି
ଲଣ୍ଡନ,୫।୬: ଚାମ୍ପିୟନ୍ସ ଲିଗ୍ ଟାଇଟଲ ହାସଲ କରିବା ପରେ ଚେଲସି କୋଚ୍ ଥୋମାସ ଟୁଚେଲଙ୍କୁ ପୁରସ୍କୃତ କରିଛି। ଚେଲ୍ସି ଶୁକ୍ରବାର ଟୁଚେଲଙ୍କ କାର୍ଯ୍ୟକାଳ ୨୦୨୪କୁ ବୃଦ୍ଧି...
ମୁସ୍ଫିକର, ବ୍ରାଇସ୍ ପ୍ଲେୟର ଅଫ୍ ଦି ମନ୍ଥ୍
ଦୁବାଇ, ୧୪ା୬ (ପି.ଟି.)-ବାଂଲାଦେଶର ପୂର୍ବତନ ଅଧିନାୟକ ମୁସ୍ଫିକର ରହିମ ଓ ସ୍କଟିଶ ଅଲ୍ରାଉଣ୍ଡର କ୍ୟାଥରିନ୍ ବ୍ରାଇସ୍ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଆଇସିସି ପ୍ଲେୟର...
ଓ୍ବିଲିୟମସନ ଆହତ, ଦ୍ୱିତୀୟ ଟେଷ୍ଟରୁ ଓହରିଲେ
ବର୍ମିଂହାମ, ୧୦।୬(ପି.ଟି.)- ନ୍ୟୁଜିଲାଣ୍ଡ କ୍ରିକେଟ ଅଧିନାୟକ କେନ୍ ଓ୍ବିଲିୟମସନ ଆହତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି। ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ...
ଡବ୍ଲୁଟିସି ଫାଇନାଲ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା
ଲଣ୍ଡନ,୧୫।୬: ଜୁନ ୧୮ରୁ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। କିୱି ଚୟନକର୍ତ୍ତାଙ୍କ...
ଓ୍ବିମ୍ବେଲଡନ ଡ୍ର’ରେ ପ୍ରଥମ ଚାଇନିଜ୍ ଖେଳାଳି ଝାଙ୍ଗ୍ ଝିଝେନ୍
ଓ୍ବିମ୍ବେଲଡନ,୨୬ା୬(ଏପି)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାରେ ଝାଙ୍ଗ୍ ଝିଝେନ୍ ହେଉଛନ୍ତି ଚାଇନାର ପ୍ରଥମ ପୁରୁଷ ଟେନିସ ଖେଳାଳି। ଓ୍ବିମ୍ବେଲଡନ ୧୯୬୮ରେ...


