ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ୬୦ ଦିନ ପରେ ଦେଶରେ ନୂଆ କରୋନା ଆକ୍ରାନ୍ତ ସର୍ବନିମ୍ନରେ ପହଞ୍ଚିଛି। ଶନିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୯ ଥିବାବେଳେ ମୃତକଙ୍କ ସଂଖ୍ୟା ୩,୩୮୦ ଥିଲା । ତେବେ ରବିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସହିତ ମୃତକଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୪୬୦ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୬୭୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୮୯ ହଜାର ୨୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୪ ଲକ୍ଷ ୭୭ ହଜାର ୭୯୯ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୩ କୋଟି ୧୩ ଲକ୍ଷ ୨୨ ହଜାର ୪୧୭ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୬ କୋଟି ୪୭ ଲକ୍ଷ ୪୬ ହଜାର ୫୨୨ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
୨୧ରୁ ସ୍କୁଲପିଲାଙ୍କୁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍
ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ,...
କେନାଲରୁ ପାଣି ଚୋରି ରୋକିବା ପାଇଁ ପହରା ଦେବେ ୬୦ ଯବାନ…
ଜୟପୁର,୬।୬: ପାଣି ଚୋରି ରୋକିବା ପାଇଁ ରାଜସ୍ଥାନର ହନୁମାନଗଡ଼ ଜିଲାରେ ପ୍ରଥମ ପୋଲିସ ଥାନା ପ୍ରତିଷ୍ଠା କରାଯିବ। ସ୍ଥାନୀୟ ଇନ୍ଦିରା ଗାନ୍ଧୀ କେନାଲରୁ ବାରମ୍ବାର ପାଣି...
ବାସ୍ତବତାକୁ ଦୃଷ୍ଟି ଦିଅ
ନୂଆଦିଲ୍ଲୀ, ୧ା୬: କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣ ଟିକା ଉପରେ ଭରସା କରୁଥିବାବେଳେ ଯୋଗାଣ ଅଭାବରୁ ଟିକାକରଣ ଅଭିଯାନ ଆଗେଇ ପାରୁନାହିଁ। ଲୋକେ ଅନ୍ଲାଇନରେ...
ଏଲ୍ଜେପିରେ ଫାଟ ପରେ ଚିରାଗଙ୍କୁ ଆରଜେଡି-କଂଗ୍ରେସର ଅଫର
ପାଟନା,୧୫।୬: ବିହାର ରାଜନୈତିକ ଏବେ ସରଗରମ ରହିଛି। ଲୋକ ଜନଶକ୍ତି ପାଟି(ଏଲ୍ଜେପି)ରେ ଫାଟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏମ୍ପି ଚିରାଗ ପାଶଓ୍ବାନ ଏବେ ଏକୁଟିଆ...
ଡ୍ରାଗନର ନୂଆ ଷଡ଼ଯନ୍ତ୍ର: ଭାରତରେ ସାଇବର ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍…
ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀ ଭୂତାଣୁ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ଚାଇନା ଏବେ ଭାରତରେ ନୂଆ ସଙ୍କଟ ସୃଷ୍ଟି କରିବା ଲାଗି ଷଡ଼ଯନ୍ତ୍ର ରଚିଛି।...
ପାକିସ୍ତାନର ଆମ୍ବ କୂଟନୀତି ବିଫଳ: ଆମେରିକା-ଚାଇନା ଫେରାଇଲେ ଉପହାର…
ଇସଲାମାବାଦ୍,୧୩।୬: ପାକିସ୍ତାନର ଆମ୍ବ କୂଟନୀତି ଶେଷରେ ବିଫଳ ହୋଇଛି। ଆମେରିକା ସହିତ ପାକିସ୍ତାନର ବନ୍ଧୁ ବୋଲାଉଥିବା ଚାଇନା ଏକ୍ଷେତ୍ରରେ ପ୍ରଦାନ କରାଯାଇଥିବା ଉପହାର ଦେଇଛି। ପାକିସ୍ତାନ...
ଅମରିନ୍ଦରଙ୍କୁ ଜବାବ ମାଗିଲା ଏଆଇସିସି
ନୂଆଦିଲ୍ଲୀ, ୨୩ା୬: ପଞ୍ଜାବ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଓ ଅନ୍ୟ କେତେଜଣ...
ଜି ୭: ଭାରତ ପାଇଁ କ’ଣ
ଲଣ୍ଡନ/ନୂଆଦିଲ୍ଲୀ,୧୨ା୬: ବ୍ରିଟେନର କର୍ନଓ୍ବାଲସ୍ଥିତ ସେଣ୍ଟ ଆଇଭେସ୍ରେ ବିଶ୍ୱର ପ୍ରମୁଖ ୭ ଧନୀ ରାଷ୍ଟ୍ର ଏକତ୍ରିତ ହୋଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଓ...


