ନୂଆଦିଲ୍ଲୀ,୬।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଦେଶର ଜିଏସ୍ଟି ସଂଗ୍ରହରେ ହ୍ରାସ ଘଟିଛି। ମେ’ ରେ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍ଟି) ସଂଗ୍ରହ ପ୍ରାୟ ୧.୦୩ ଲକ୍ଷ କୋଟି ଟଙ୍କା ରହିଛି। ଏ ନେଇ ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି, କ୍ରମାଗତ ୮ମ ଥର ପାଇଁ ଦେଶର ଜିଏସ୍ଟି ସଂଗ୍ରହ ୧ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ରହିଛି। ମେ’ ମାସର ଜିଏସ୍ଟି ସଂଗ୍ରହ ଚଳିତ ଏପ୍ରିଲ ତୁଳନାରେ କମ୍ ରହିଛି। ଏପ୍ରିଲରେ ୧,୪୧,୩୮୪ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିଲ; ଯାହା ଏକ ରେର୍କଡ ପରିମାଣର ଅର୍ଥ ସଂଗ୍ରହ ବୋଲି କୁହାଯାଇଛି। ଗତବର୍ଷ ମେ’ମାସଠାରୁ ଚଳିତବର୍ଷ ଏହି ମାସରେ ଜିଏସ୍ଟି ସଂଗ୍ରହ ୬୫% ଅଧିକ ବୋଲି ଜଣାପଡ଼ିଛି।
ଚଳିତ ମେ ମାସରେ ସରକାରଙ୍କ ଜିଏସ୍ଟି ସଂଗ୍ରହ ୧,୦୨,୭୦୯ କୋଟି ଟଙ୍କା ରହିଛି। ଏଥିରେ କେନ୍ଦ୍ରୀୟ ଜିଏସ୍ଟି (ସିଜିଏସଟି) ସଂଗ୍ରହ ୧୭,୫୯୨ କୋଟି ଟଙ୍କା ରହିଥିବା ବେଳେ ରାଜ୍ୟଗୁଡିକରୁ ଜିଏସ୍ଟି (ଏସ୍ଜିଏସଟି) ସଂଗ୍ରହ ୨୨,୬୫୩ କୋଟି ଟଙ୍କା ରହିଛି। ସେହିଭଳି ଇଣ୍ଟିଗ୍ରେଟେଡ୍ ଜିଏସ୍ଟି (ଆଇଜିଏସ୍ଟି) ସଂଗ୍ରହ ପ୍ରାୟ ୫୩,୧୯୯ କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ସଂଗୃହୀତ ୨୬,୦୦୨ କୋଟି ଟଙ୍କା) ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସେସ୍ ବାବଦରେ ୯,୨୬୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ୮୬୮ କୋଟିକୁ ମିଶାଇ) ସଂଗ୍ରହ କରାଯାଇଛି।
ଚଳିତ ମେ ମାସ ମଧ୍ୟରେ ସାମଗ୍ରୀ ଆମଦାନୀରୁ ୫୬% ଊର୍ଦ୍ଧ୍ୱ ଆୟ ହୋଇଥିବା ବେଳେ ଘରୋଇ କାରବାରରୁ ଆୟ ମଧ୍ୟ ହ୍ରାସ ପାଇଛି। ଗତ ବର୍ଷ ମେ ମାସରେ ଏହି ସବୁ ଉତ୍ସରୁ ଆୟ ପ୍ରାୟ ୬୯% ଅଧିକ ରହିଥିଲା ବୋଲି ଜଣାପଡିଛି।
ପ୍ରଭାବିତ ହେବନି କୃଷି କ୍ଷେତ୍ର
ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଯୋଗୁ ଦେଶର କୃଷି କ୍ଷେତ୍ର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ...
ଏମ୍ଏସ୍ଏମ୍ଇକୁ କଞ୍ଚାମାଲ ଚିନ୍ତା
ନୂଆଦିଲ୍ଲୀ: ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଅଲ ଇଣ୍ଡିଆ କାଉନସିଲ...
ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାର ଚିନ୍ତାଜନକ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି. ସୁବାରାଓ ଦେଶ ମଧ୍ୟରେ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶରେ...
ଡିଏପି ସାର ସବ୍ସିଡି ୭୦୦ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାର ଡିଏପି ସାର ଉପରେ ବ୍ୟାଗ୍ ପିଛା ସବ୍ସିଡିକୁ ୭୦୦ ଟଙ୍କା ବଢ଼ାଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ...
ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଆର୍ବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ...
ଅର୍ଥ ବ୍ୟବସ୍ଥା ପାଇଁ ଆସିପାରେ ଅଧିକ ପଦକ୍ଷେପ
ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ପ୍ରୋତ୍ସାହିତ କରିବା...
କାର୍ଯ୍ୟକାରୀ ଅପେକ୍ଷାରେ ଶ୍ରମ କୋଡ୍
ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍ ବିଲ୍ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର...
ଜୁନ୍ରେ ବଢ଼ିଲାଣି ୧୩ଥର ପେଟ୍ରୋଲ ୨୬, ଡିଜେଲ ୮ ପଇସା ବୃଦ୍ଧି
ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୬ଦିନକର ବିରତି ପରେ ପୁଣି ଥରେ ତୈଳ ଦରରେ ପରିବର୍ତ୍ତନ ହୋଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍ (ଆଇଓସିଏଲ୍)...


