ଗତ କିଛି ବର୍ଷ ମଧ୍ୟରେ ରଣବୀର ସିଂ ନିଜକୁ ଜଣେ ଲୋକପ୍ରିୟ ଅଭିନେତା ଭାବରେ ପ୍ରତିପାଦିତ କରିସାରିଛନ୍ତି। ଯେ କୌଣସି ଭୂମିକା ହେଉ ତାହାକୁ ବେଶ୍ ସୁଚାରୂ ରୂପେ ତୁଲାଉଛନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି, ଯାହାକୁ ସେ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଅସଲ କଥା ହେଲା ଦକ୍ଷିଣ ଭାରତୀୟ ସିନେମାର ନାମୀ ନିର୍ଦ୍ଦେଶକ ଶଙ୍କରଙ୍କ ସହ କିଏ ବା କାମ ନ କରିବାକୁ ଚାହେଁ। ଯେତେବେଳେ ତାଙ୍କ ଫିଲ୍ମରେ ଆକ୍ଟିଂ କରିବାକୁ ରଣବୀରଙ୍କୁ ଯୋଗାଯୋଗ କରାଗଲା, ତାହାକୁ ସେ ସହଜରେ ବିଶ୍ୱାସ କରିପାରି ନ ଥିଲେ। ଏ ନେଇ ରଣବୀର କହନ୍ତି, ‘ଶଙ୍କରଙ୍କ ପରି ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ଭାଗ୍ୟରେ ଥିଲେ ମିଳେ। ଯେତେବେଳେ ମୋତେ ଏହି ଅଫର ମିଳିଲା ସେତେବେଳେ ଏହାକୁ ମୁଁ ସହଜରେ ବିଶ୍ୱାସ କରିପାରି ନ ଥିଲି। କାରଣ ତାଙ୍କ ପରି ନିର୍ଦ୍ଦେଶକଙ୍କଠାରୁ ଅଭିନୟ ବିଷୟରେ ଅନେକ କିଛି ଶିଖିବାର ଅଛି। ତେଣୁ ଏପରି ସୁଯୋଗକୁ ମୁଁ କଦାପି ହାତଛଡା କରିବାକୁ ଚାହୁଁ ନ ଥିଲି। ଅଫରଟି ପାଇବା ପରେ ମୁଁ ଏତେ ଖୁସି ହୋଇଯାଇଥିଲି ଯେ ସାଙ୍ଗେ ସାଙ୍ଗେ ହଁ ଭରିଥିଲି।’ ଫିଲ୍ମଟିର ଟାଇଟଲ ରହିଛି ‘ଅପରିଚିତ’। ତାମିଲ ସିନେମା ‘ଆନ୍ନିୟାନ’ରୁ ଏହା ରିମେକ୍ ହେବ।
ସାବ୍ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ
ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ...
ଜାଣନ୍ତୁ କିଏ ସେହି ‘ଚେଲ୍ଲମ ସାର୍’; ‘ଫ୍ୟାମିଲି ମ୍ୟାନ୍-୨’ରେ ଯାହାଙ୍କ ଚରିତ୍ର ଜିଣୁଛି ହୃଦୟ…
ବମ୍ବେ: ରିଲିଜ୍ ପରଠାରୁ ଦର୍ଶକଙ୍କ ମନ ଜିଣୁଛି ‘ଦ ଫ୍ୟାମିଲି ମ୍ୟାନ୍ ସିଜନ ୨’। ସିରିଜର ପ୍ରତ୍ୟେକଟି ଚରିତ୍ର ସ୍ବତନ୍ତ୍ର ଛାପ ଛାଡ଼ୁଥିବା କୁହାଯାଉଛି। ଏସବୁ...
ପାଣି ଟିକକ ପାଇଁ ହାତୀ କରୁଛି ଏମିତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...
ମଲାଇକାଙ୍କ ସହ ଡେଟ୍ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…
ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...
ସମାନ୍ଥାଙ୍କୁ ଭେଟିବା ପୂର୍ବରୁ ଅନ୍ୟଜଣଙ୍କୁ ପ୍ରେମ କରୁଥିଲେ ଚେତନ୍ୟ; ଏମିତି ଆଗକୁ ବଢ଼ିଥିଲା କଥା
ବମ୍ବେ: ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଛନ୍ତି ଅନେକ କଳାକାର। ସେଥିରୁ କିଛି ପ୍ରେମ ସଫଳ ମଧ୍ୟ ହୋଇଛି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସମାନ୍ଥା ଅକ୍କିନେନୀ...
ଜନ୍ମଦିନରେ ସ୍ବାମୀଙ୍କଠାରୁ ଏମିତି ଖାସ୍ ପ୍ରତିଶ୍ରୁତି ପାଇଲେ ନେହା କକ୍କର
ବଲିଉଡ୍ ଗାୟିକା ନେହା କକ୍କର ଆଜି ନିଜର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ। ସ୍ବାମୀ ରୋହନପ୍ରୀତ ସିଂଙ୍କ...
ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…
ବମ୍ବେ: ପୁଣି ଥରେ ମା’ ହୋଇଥିବା ବେବୋଙ୍କ ଅତୀତ ବେଶ୍ ବିବାଦୀୟ। ଏକଦା ବ୍ଲାକ୍ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। କଥା...
ସ୍ବାମୀଙ୍କ ଆତ୍ମହତ୍ୟା ପରେ ଏମିତି କହିଥିଲେ ରେଖା, ହନିମୁନ୍ରେ ସବୁ ଜାଣି ସାରିଥିଲି…
ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଫିଲ୍ମ କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ତାଙ୍କ ଫିଲ୍ମ ଜୀବନ ଯେତିକି ସଫଳ...


