ଭୁବନେଶ୍ୱର,୭।୬(ବ୍ୟୁରୋ): କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ କୋଭିଡ୍ ଭାକ୍ସିନ ଯୋଗାଇ ଦେଉଛୁ ବୋଲି ଦାବି କରୁଥିବା ବେଳେ ଓଡ଼ିଶାରେ ଟିକା ଅଭାବରୁ ପ୍ରାୟ ୬୦୦ଟିକାକରଣ କେନ୍ଦ୍ର ବନ୍ଦ ପଡ଼ିଛି। ରାଜ୍ୟରେ ଏବେ ବି ଟିକା ସମସ୍ୟା ଲାଗି ରହିଛି। ଓଡ଼ିଶା ସରକାର ବିଭିନ୍ନ ସମୟରେ କେନ୍ଦ୍ରକୁ ଟିକା ମାଗୁଛନ୍ତି। କିନ୍ତୁ ଉଚିତ୍ ସମୟରେ ତାହା ମିଳି ପାରୁ ନ ଥିବାରୁ ଟିକାକରଣରେ ବାଧା ସୃଷ୍ଟି ହେଉଛି। ମିଳିଥିବା ସୂଚନାନୁସାରେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଏପର୍ଯ୍ୟନ୍ତ ୮୩,୦୨,୧୪୪ ଡୋଜ୍ ଟିକା ଆସିଥିବାବେଳେ ହିତାଧିକାରୀଙ୍କୁ ୭୪,୨୦,୨୪୪
ଡୋଜ୍ ଟିକା ଦିଆଯାଇଛି। ତେବେ ସବୁଠାରୁ ଚିନ୍ତାଜ୍ଜନକ କଥା ହେଉଛି, ରାଜ୍ୟରେ ଅଦ୍ୟାବଧି ୫୮,୭୧,୬୭୦ ଜଣ ପ୍ରଥମ ଡୋଜ୍ ନେଇଥିବାବେଳେ ୧୫,୪୮,୫୭୪ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି। ଅର୍ଥାତ୍ ଏବେ ରାଜ୍ୟରେ ଆଉ ୪୩,୨୩,୦୯୬ ଜଣ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ଅପେକ୍ଷା କରି ରହିଛନ୍ତି। ଆଶ୍ଚର୍ଯ୍ୟର କଥା ରାଜ୍ୟରେ ଏବେ କେନ୍ଦ୍ର ସରକାରଙ୍କ ପାଖରୁ ମିଳିଥିବା ଟିକା ମଧ୍ୟରୁ ମାତ୍ର ୮,୮୧,୯୦୦ ଡୋଜ୍ ଟିକା ଉପଳବ୍ଧ ରହିଛି। ତେଣୁ କେଉଁଠି ଟିକାକରଣ ହେବ ତାକୁ ନେଇ ପ୍ରତିଦିନ ରାଜ୍ୟ ସରକାରଙ୍କୁ କସରତ କରିବାକୁ ପଡ଼ୁଛି। ଟିକାର ଉପଲବ୍ଧତାକୁ ଦୃଷ୍ଟିରେ ରଖି ସରକାର ଯେଉଁଠି ଟିକାକରଣର ଗୁରୁତ୍ୱ ରହିଛି, ସେଠାରେ ଟିକାରକଣ କରୁଛନ୍ତି। ଆଉ ବାକି ସବୁ କେନ୍ଦ୍ରରେ ଟିକାକରଣ ବନ୍ଦ କରିଦେଉଛନ୍ତି। ରାଜ୍ୟରେ ୧୫୦୦ ଟିକାକରଣ କେନ୍ଦ୍ର କରାଯାଇଛି। କିନ୍ତୁ ଟିକା ଅଭାବ ଯୋଗୁ ଆଜି ପର୍ଯ୍ୟନ୍ତ କୌଣସି ଦିନ ବି ସବୁ କେନ୍ଦ୍ରରେ ଟିକାକରଣ ହୋଇପାରି ନାହିଁ। ସୋମବାର ଓଡ଼ିଶାରେ ୯୧୦ କେନ୍ଦ୍ରରେ ଟିକାକରଣ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୬(ବ୍ୟୁରୋ):ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ କୋଭିଡ୍ ଦ୍ବିତୀୟ ଲହରର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି। ଅଭିଜ୍ଞତାକୁ ଉପଯୋଗ...
ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ
କୋକସରା,୯।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଲିପଡାର ଚାଷ ଜମି ନିକଟ ଏକ ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ...
ଧରାପଡ଼ିଲା ଗୁଗୁଲ୍ ପେ’ରେ ଲୁଟୁଥିବା ଲୁଟେରା
ଝାରସୁଗୁଡ଼ା ଅଫିସ,୨୨ା୬: ଝାରସୁଗୁଡ଼ା ଜିଲା ପୋଲିସ ଏକ ଆନ୍ତଃ ଜିଲା ସାଇବର କ୍ରାଇମ୍ ଉପରୁ ରହସ୍ୟ ଉଠାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୟାଗଡ଼ ଜିଲାରୁ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୭ ଜଣଙ୍କ ଜୀବନ ନେଇଛି।...
ଶୋକାକୁଳ ପରିବେଶରେ ସମ୍ପନ୍ନ ହେଲା ତପୁ ମିଶ୍ରଙ୍କ ଶେଷକୃତ୍ୟ
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ତପୁ ମିଶ୍ର ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଆଖି ବୁଜିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା। ପାର୍ଥିବ ଶରୀରକୁ...
ହତାଶାରେ ବିତୁଛି ଶିଳ୍ପୀ, ବୁଣାକାରଙ୍କ ଜୀବନ
ଭୁବନେଶ୍ୱର, ୫।୬ (ବ୍ୟୁରୋ): ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି। କୋଭିଡ୍...
ନକଲି ଔଷଧ ଧରିବ ଏସ୍ଟିଏଫ୍
ଭୁବନେଶ୍ୱର,୧୬।୬(ବ୍ୟୁରୋ): କରୋନା ମହାମାରୀ ଭଳି ଘଡ଼ିସନ୍ଧି ସମୟରେ ରାଜ୍ୟରେ ନକଲି ଔଷଧ କାରବାର ଚାଲିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଚିଲିକାରୁ ଚୋରି ହେଉଛି ପାଣି
ଖୋର୍ଦ୍ଧା ଅଫିସ,୨୨।୬: ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ‘ଚିଲିକା’ରୁ ପାଣି ଚୋରି ହେଉଛି। ଚିଲିକାକୁ ଲାଗି ରହିଥିବା ଶତାଧିକ ଏକର ଜମିକୁ କେତେକ ମାଫିଆ...


