ବେଜିଂ, ୭ା୬: ପୂର୍ବ ଲଦାଖ ସୀମାରେ ଭାରତ ବିପକ୍ଷରେ ଗତ ବର୍ଷ ଏପ୍ରିଲ-ମେ’ଠାରୁ ଚାଇନା ୫୦ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ସେଠାକାର ଭୀଷଣ ଥଣ୍ଡା ଜଳବାୟୁରେ ସେମାନେ ଖାପଖୁଆଇବା କଷ୍ଟକର ହୋଇଛି। ଫଳରେ ଚାଇନା ବାଧ୍ୟ ହୋଇ ବର୍ଷକରେ ପ୍ରାୟ ୯୦ ପ୍ରତିଶତ ସୈନ୍ୟଙ୍କୁ ସେଠାରୁ ଅଦଳବଦଳ କରିଛି। ତିବ୍ବତ ଅଟୋନମସ୍ ରିଜିଅନ ବାହାରୁ ଏବଂ ଅନ୍ୟ ଅଞ୍ଚଳରୁ ଚାଇନା ନୂଆ ସୈନ୍ୟବାହିନୀ ଆଣିଥିଲା। ରିପୋର୍ଟ ମୁତାବକ, ଗତବର୍ଷ ଭୀଷଣ ଥଣ୍ଡା ପରିବେଶକୁ ସହ୍ୟ କରି ନ ପାରି ଅନେକ ଚାଇନା ସୈନ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ଚାଇନା ସୈନ୍ୟ ପୂର୍ବ ଲଦାଖ ନିକଟରେ ଜଗି ରହିବା ନିମନ୍ତେ ବିଶେଷ ତାଲିମ ନେଉଥିବା ଜଣାପଡ଼ିଛି।
ମଧ୍ୟ ପ୍ରତିବର୍ଷ ସେଠାରେ ଯବାନଙ୍କ ଅଦଳବଦଳ କରାଇଥାଏ। କିନ୍ତୁ ଏହି ପାର୍ବତ୍ୟାଞ୍ଚଳରେ କାର୍ଯ୍ୟକାଳ ସମୟ ୨ ବର୍ଷ ସ୍ଥିର ଥିବାରୁ ଅଦଳବଦଳ ସଂଖ୍ୟା ୪୦ରୁ ୫୦ ପ୍ରତିଶତ ମଧ୍ୟରେ ରହିଥାଏ। ଅନ୍ୟପକ୍ଷରେ ଭାରତୀୟ ଯବାନଙ୍କ ହାଇ ଅଲ୍ଟିଟ୍ୟୁଡ୍ରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ଯୋଗୁ ଚାଇନା ବିପକ୍ଷରେ ପୂର୍ବ ଲଦାଖ ସେକ୍ଟରରେ ମୁତୟନ ହେବାରେ ସେତେମାତ୍ରାରେ ସମସ୍ୟା ଉପୁଜି ନ ଥାଏ।
Posted inଅନ୍ତର୍ଜାତୀୟ View All
ଆବର୍ଜନା ପାହାଡ଼ରେ ପାର୍କ
ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍ ଅଳିଆ ଆବର୍ଜନା ଆସିଥାଏ।...
ନାଇଟ୍ ପାର୍ଟି ପାଇଁ ସରକାର ଦେଉଛନ୍ତି ଲକ୍ଷାଧିକ ଟଙ୍କା, ଏବେ ବିବାଦରେ
ଲଣ୍ଡନ,୧୯ା୬: ଇଂଲଣ୍ଡରେ ନାଇଟ୍ ପାର୍ଟି କରାଉଥିବା ଏକ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୩୬୦୦୦ ପାଉଣ୍ଡ ଅର୍ଥାତ୍ ୩୭ ଲକ୍ଷ ଟଙ୍କା ମିଳୁଛି। ଏପରି ନିଷ୍ପତ୍ତି ପାଇଁ...
ଫାଇଜର-ମର୍ଡେନା ଭାକ୍ସିନ୍କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …
ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍...
ଇସ୍ତଫା ଦେଲେଣି ୮ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୩।୬ : ବିଭିନ୍ନ ଦେଶରେ କୋଭିଡ୍ ପରିଚାଳନାଗତ ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଇକୁଏଡର ସ୍ବାସ୍ଥ୍ୟମନ୍ତ୍ରୀ...
ଭାକ୍ସିନ୍ର ୨ ଡୋଜ୍ ନେଇ ବି ସହରରେ ୪୦୦୦ ଜଣଙ୍କୁ କରୋନା…
ଓ୍ବାଶିଂଟନ,୨୩।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାକ୍ସିନ୍ ପ୍ରଦାନ କରାଯାଉଛି। ଆମେରିକାର ମାସାଚୁସେଟସ୍ ସହରରେ କରୋନା ଭାକ୍ସିନ୍ର ୨ ଡୋଜ୍ ନେବା ପରେ...
ଲ୍ୟାବ୍ରେ ତିଆରି ହେଲା ମା’ କ୍ଷୀର …
ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...
ମହାକାଶକୁ ଯିବେ ବେଜୋସ୍
ଆମାଜନ୍ ପ୍ରତିଷ୍ଠାତା ତଥା ସ୍ପେସ୍ କମ୍ପାନୀ ବ୍ଲୁ ଅରିଜନ୍ର ମାଲିକ ଜେଫ୍ ବେଜୋସ୍ ଜୁଲାଇ ୨୦ରେ ମହାକାଶକୁ ଯିବେ। ବ୍ଲୁ ଅରିଜିନ୍ ଦ୍ୱାରା ପଠାଯାଉଥିବା ପ୍ରଥମ...
ସିନୋଭାକ୍କୁ ଡବ୍ଲ୍ୟୁଏଚ୍ଓର ମଞ୍ଜୁରୀ
ଜେନେଭା, ୨ା୬: ଚାଇନା ଦ୍ୱିତୀୟ କରୋନା ଟିକା ସିନୋଭାକ୍ର ଜରୁରିକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଞ୍ଜୁରୀ ଦେଇଛି। ଏହି ଟିକା ଉତ୍ପାଦନ, କାର୍ଯ୍ୟକାରିତା...


