”ଆମ ପୃଥିବୀ ଅତି ସୁନ୍ଦର, ଆକର୍ଷଣୀୟ। ଆମେ ତାଙ୍କୁ ଭଲ ପାଇବା, ତା’ପାଇଁ ପ୍ରତିଦିନ କିଛି ସମୟ ଦେବା ଓ ତା’ର ଯତ୍ନ ନେବା ଦରକାର। କାରଣ ଆମ ପାଖରେ ଆଉ ଗୋଟିଏ ପୃଥିବୀ ନାହିଁ“- ଏ ହେଉଛି କ୍ରିଷ୍ଣକୁମାରଙ୍କ ମନର କଥା। କଲେଜ ବେଳୁ ୬ ଜଣ ସାଥୀଙ୍କୁ ନେଇ ସବୁଜ ପରିବେଶ ସୃଷ୍ଟି କରିବାର ନେଇଥିବା ସଂକଳ୍ପକୁ ଏବେ ସାକାର କରିଛନ୍ତି କ୍ରିଷ୍ଣକୁମାର ଏସ୍। ସେ ରହୁଛନ୍ତି ଚେନ୍ନାଇରେ। ସେ ଏବେ ସୁଦ୍ଧା ସହର ବା ତା’ ଆଖପାଖ ଅଞ୍ଚଳରେ ୨୫ଟି ମୟାଓ୍ବାକି ଜଙ୍ଗଲ ସୃଷ୍ଟି କରିସାରିଲେଣି। ଜାପାନିଜ୍ ଉଦ୍ଭିଦବିଜ୍ଞାନୀ ଅକିରା ମିୟାଓ୍ବାର୍କଙ୍କ ନାମାନୁସାରେ କରାଯାଇଥିବା ମିୟାଓ୍ବାକି ପଦ୍ଧତିରେ କ୍ରିଷ୍ଣକୁମାର ପାଖାପାଖି ୧୦ ଏକର ଜମିରେ ୨୫ଟି କ୍ଷୁଦ୍ର ଜଙ୍ଗଲରେ ୬୫,୦୦୦ ଗଛ ଲଗାଇଛନ୍ତି। ଏହି ପଦ୍ଧତିରେ ସେ ଦେଶୀ ବୁଦାଜାତୀୟ ଲତା ଲଗାଇ କିଛି ମାସ ମଧ୍ୟରେ ଘଞ୍ଚ ଜଙ୍ଗଲ କରିପାରୁଛନ୍ତି। ଏଥିପାଇଁ ସେ ‘ଥୁବାକ୍କମ୍’ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଅଭିଯାନ ଚଳାଇଛନ୍ତି। ଏଯାବତ୍ ତାଙ୍କ ସହ ୧,୮୦୦ ସ୍ବେଚ୍ଛାକର୍ମୀ ଯୋଗ ଦେଇସାରିଲେଣି। ସେମାନଙ୍କୁ କ୍ରିଷ୍ଣକୁମାର ୧୪ଟି ଗ୍ରୁପ୍ରେ ବିଭକ୍ତ କରି ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ସଂଚାଳନ କରୁଛନ୍ତି। ୬ କଲେଜ ସାଙ୍ଗଙ୍କ ମଧ୍ୟରୁ ଆଉ ତିନିଜଣ ଏବେ ତାଙ୍କ ସହ ରହିଛନ୍ତି। ଅବ୍ୟବହୃତ ତଥା ବର୍ଜ୍ୟବସ୍ତୁ ଜମା ହେଉଥିବା ସ୍ଥାନଗୁଡ଼ିକୁ ସେମାନେ ଜଙ୍ଗଲ କରିବା ଦ୍ୱାରା ବହୁ ପ୍ରଜାତିର ପକ୍ଷୀ ବାସ କରିବା ଆରମ୍ଭ କରିଛନ୍ତି। ତାଙ୍କ ଅଭିଯାନରେ ବହୁ ସ୍କୁଲ ଓ କଲେଜ କ୍ୟାମ୍ପସରେ ଜଙ୍ଗଲ କରାଯାଇଛି। ସ୍କୁଲ, କଲେଜ ଓ ବିଭିନ୍ନ ଅଞ୍ଚଳରେ କ୍ରିଷ୍ଣକୁମାର ଓ ତାଙ୍କ ସାଥୀମାନେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଜଙ୍ଗଲ ସୃଷ୍ଟି କରିବାରେ ସ୍ଥାନୀୟ ପ୍ରଶାସନ ଓ ଜଙ୍ଗଲ ବିଭାଗ ତାଙ୍କୁ ସହଯୋଗ କରୁଛନ୍ତି। ଚେନ୍ନାଇ ଓ ତା’ ଆଖପାଖ ବ୍ୟତୀତ ଏବେ ଏହି ଅଭିଯାନକୁ ତାମିଲନାଡୁର ଅନ୍ୟ ସହର ଓ ଗ୍ରାମକୁ ସମ୍ପ୍ରସାରିତ କରିଛନ୍ତି କ୍ରିଷ୍ଣକୁମାର।
ଅସତ୍ୟକୁ ହାମ୍ବୁଡୁଛି
ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ...
ଶିକ୍ଷକତାକୁ ଦୂରୁ ଜୁହାର
ଅକ୍ଷୟ କୁମାର ମିଶ୍ର ଏପ୍ରିଲ ଚାରି ତାରିଖରେ ଉଚ୍ଚ ନ୍ୟାୟାଳୟ ଆମ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ଏହାର ବହୁ ପୂର୍ବରୁ...
ଏଇ ଭାରତରେ
କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ...
ଏଇ ଭାରତରେ
ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ...
ରାନ୍ସମ୍ୱେର ଯୁଗ
ଗୁଗଲ୍, ଆମାଜନ ଓ ଫେସ୍ବୁକ୍ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍ଏନ୍ସି) ସମଗ୍ର ବିଶ୍ୱରେ ବେପାର କରୁଛନ୍ତି। କିନ୍ତୁ ହାତଗଣତି ଦେଶରେ ଟିକସ ଦେଉଛନ୍ତି। ହେଲେ ଆଗକୁ...
ପେଟେଣ୍ଟମୁକ୍ତ ଟିକା
ଡ. ନରେନ୍ଦ୍ର ସେଠୀ ଟିକାକରଣ ଏକମାତ୍ର ଉପାୟ ଯାହା କରୋନା ମହାମାରୀ ସଙ୍କଟରୁ ଉଦ୍ଧାର କରିପାରିବ। ଯଦି ଦ୍ରୁତ ଗତିରେ ଟିକାକରଣ ନ ହୁଏ, ତା’ହଲେ...
ଏଇ ଭାରତରେ
ଚା ଗଛର ପତ୍ରରୁ ସ୍ବାଦିଷ୍ଟ ଚା ପିଇବାରେ ଆମେ ଅଭ୍ୟସ୍ତ। କିନ୍ତୁ ବାମ୍ବୋ ଲିଫ୍ ଟି ବା ବାଉଁଶ ପତ୍ର ଚା କେବେ ପିଇଛନ୍ତି କି?...
ମହାମାରୀରେ ଶିକ୍ଷକଙ୍କ ଭୂମିକା
କଳ୍ପନା ସାହୁ ଛାତ୍ରୀଛାତ୍ରମାନେ ଏହି ମହାମାରୀ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ବାତିଲ ହେବା, ଫଳାଫଳର ଅନିଶ୍ଚିତତା ଓ କ୍ୟାରିୟରର ଆଶଙ୍କା...


