E-Paper
  • logo
  • Saturday 30th May 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନୁଗୋଳ

ଅତ୍ୟାବଶ୍ୟକ ସମୟରେ ଅବହେଳା
11:47 amJune 7, 2021

ବଇଣ୍ଡା,୭ା୬:  ଗାଁ ଗାଁରେ ପଶି ସାରିଛି କୋଭିଡ୍‌ ସଂକ୍ରମଣ। ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ବଢ଼ୁଛି କଣ୍ଟେନମେଣ୍ଟ ଜୋନ୍‌। ମହାମାରୀର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ମାଡ଼ି ଚାଲିଥିବାବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଲୋକେ ଆତଙ୍କିତ। ଏପରି ସମୟରେ ଜରୁରୀ ଚିକିତ୍ସା ସମସ୍ତଙ୍କ ନିକଟରେ ଉପଲବ୍ଧ କରାଯିବା କଥା। ଅଧିକ ସଂଖ୍ୟକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇ ଆକ୍ରାନ୍ତମାନଙ୍କ ଜୀବନ ରକ୍ଷା ସହ ସଂକ୍ରମଣକୁ ଶୀଘ୍ର କାବୁ କରାଯିବା ଦିଗରେ ଗୁରୁତ୍ୱ ଦିଆଯିବା କଥା। କିନ୍ତୁ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ଅବହେଳା ଚର୍ଚ୍ଚାର ବିଷୟ ହୋଇଛି। ଉପଖଣ୍ଡର ୪୦୦ରୁ ଊର୍ଦ୍ଧ୍ୱ ଗାଁ ଏବେ କୋଭିଡ୍‌ କବଳରେ ଥିବାରୁ ଦୈନିକ ବହୁ ସଂଖ୍ୟକ ଲୋକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। କିନ୍ତୁ କିଶୋରନଗର ଓ ଆଠମଲ୍ଲିକ ବ୍ଲକର ମୋଟ୍‌ ୯ ଡାକ୍ତରଖାନାରେ ୨୩ ଡାକ୍ତର ପଦବୀ ଖାଲି ପଡ଼ିଛି। ବହୁ ଦାବି ପରେ ସରକାର ନୂଆ କରି ୭ ଜଣ ଡାକ୍ତରଙ୍କୁ ୫ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦେଇଛନ୍ତି। ଅନ୍ୟ ୪ଟି ଡାକ୍ତରଖାନାକୁ କୌଣସି ଡାକ୍ତର ଦିଆଯାଇ ନାହିଁ। ତେଣୁ ଅତ୍ୟାବଶ୍ୟକ ସମୟରେ ସ୍ବାସ୍ଥ୍ୟସେବାରେ ଅବହେଳାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟତୀତ ଏହି ବ୍ଲକରେ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପତାକା, ପାଇକସାହି ଓ ଠାକୁରଗଡ଼ଠାରେ ପ୍ରାଥମିକ ଡାକ୍ତରଖାନା ରହିଛି। କେବଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ମୋଟ୍‌ ୧୬ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୭ ଜଣ କାର୍ଯ୍ୟ କରୁଥିଲେ। ଗତ ୩ ତାରିଖରେ ରାଜ୍ୟ ସରକାର ଆଉ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦେଇଛନ୍ତି। ଏବେ ବି ଚକ୍ଷୁ, ଅର୍ଥୋପେଡିକ, ସ୍ନାୟୁ, ଶଲ୍ୟ, ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ସହ ୨ଟି ଏମ୍‌ବିବିଏସ୍‌ ଡାକ୍ତର ପଦବୀ ଖାଲି ପଡ଼ିଛି। ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ ଡାକ୍ତର ପଦବୀ ରହିଛି। ପୂର୍ବରୁ ଏଠାରେ ମାତ୍ର ୨ ଜଣ କାର୍ଯ୍ୟରତ ଥିଲେ। ୬ ଖାଲି ପଦବୀ ପୂରଣ ପରିବର୍ତ୍ତେ ସରକାର ୩ ଜଣ ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି। ପତାକା ଓ ପାଇକସାହି ପ୍ରାଥମିକ ଡାକ୍ତରଖାନାରେ ଜଣେ ଲେଖାଏ ନୂଆ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି। ଠାକୁରଗଡ଼ ମେଡିକାଲରେ ୨ ବର୍ଷ ହେବ କୌଣସି ଡାକ୍ତର ନ ଥିଲେ ମଧ୍ୟ ଏଠାକାର ସ୍ବାସ୍ଥ୍ୟସେବା କଥା ବିଚାରକୁ ନିଆଯାଇ ନାହିଁ କି ନୂଆ ଡାକ୍ତର ନିଯୁକ୍ତ ହୋଇନାହାନ୍ତି। ଫଳରେ ଏହି ମେଡିକାଲ ଉପରେ ନିର୍ଭର କରୁଥିବା ୨୫ ହଜାର ଲୋକ ଚିକିତ୍ସା ସେବା ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ସେହିପରି କିଶୋରନଗର ବ୍ଲକରେ ମୋଟ୍‌ ୪ଟି ଡାକ୍ତରଖାନା ରହିଛି। କିଶୋରନଗରଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ ଜଣ ଡାକ୍ତର ରହିବା କଥା। ହେଲେ ପୂର୍ବରୁ ଜଣେ ଡାକ୍ତର ନିଯୁକ୍ତ ହୋଇଥିବା ବେଳେ ଅନ୍ୟ ଜଣେ ଡେପୁଟେଶନରେ ଆସି କାର୍ଯ୍ୟ କରୁଛନ୍ତି। ବ୍ଲକର ଏହି ମୁଖ୍ୟ ଡାକ୍ତରଖାନାରେ ଏବେ କୌଣସି ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦିଆ ନ ଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ। ଅଙ୍ଗପଡା ଓ ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ମଧ୍ୟ ଅବହେଳା ଜାରି ରହିଛି। ହଣ୍ଡପା ମେଡିକାଲ ଉପରେ ୨୦ ହଜାର ଲୋକ ନିର୍ଭର କରୁଥିବାବେଳେ ଏଠାରେ ମୃତଦେହ ବ୍ୟବଚ୍ଛେଦ ବ୍ୟବସ୍ଥା ରହିଛି। ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ଡାକ୍ତରଖାନା ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିନାହିଁ। ଅଙ୍ଗପଡା ମେଡିକାଲ ଉପରେ ୫ ପଞ୍ଚାୟତବାସୀ ନିର୍ଭର କରୁଥିଲେ ମଧ୍ୟ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଡାକ୍ତର ପଦବୀ ଖାଲି ପଡିଛି। ତେବେ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମାତ୍ର ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦିଆଯିବା ବ୍ଲକ ପାଇଁ ଏକମାତ୍ର ଆଶ୍ୱାସନାର ବିଷୟ ହୋଇଛି। ଉପଖଣ୍ଡର କିଶୋରନଗର ବ୍ଲକ ଅଞ୍ଚଳରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଠାକାର ୮୦ଟି ଗାଁ କଣ୍ଟେନମେଣ୍ଟ ଚିହ୍ନଟ ହୋଇଥିବାବେଳେ ୨୨୫ ଗାଁରେ ସଂକ୍ରମଣ ପହଞ୍ଚିସାରିଛି। ତଥାପି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ବ୍ଲକ ପ୍ରତି ଅଧିକ ଅବହେଳା ଗ୍ରହଣୀୟ ନୁହେଁ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।

ନିଷ୍ପତ୍ତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ
ଆଠମଲ୍ଲିକରେ ଦୀର୍ଘ ଦିନ ହେବ ଏସ୍‌ଡିଏମ୍‌ଓ ପଦବୀ ସହ ବହୁ ବିଶେଷଜ୍ଞ ପଦବୀ ଖାଲି ପଡିଛି। ବହୁବାର ଅଭିଯୋଗ ପରେ ମଧ୍ୟ ସରକାର ଉପଖଣ୍ଡ ଡାକ୍ତରଖାନାରେ ଥିବା ଖାଲି ପଦବୀ ପୂରଣ କରୁନାହାନ୍ତି। କୋଭିଡ୍‌ ସମୟରେ ମାତ୍ର ଜଣେ ଡାକ୍ତର ନିଯୁକ୍ତି କରିବା ଆଶ୍ଚର୍ଯ୍ୟଜନକ।
-ରମେଶ ଚନ୍ଦ୍ର ଦାସ, ଆଠମଲ୍ଲିକ

ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ
ଠାକୁରଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ବର୍ଷ ହେବ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଲୋକ ପ୍ରତିନିଧି, ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ହେଲେ କେହି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି।
-ସୁଜିତ ମିଶ୍ର, ରାଣୀବନ୍ଧ

ଆନ୍ଦୋଳନ ପାଇଁ ସଜବାଜ
ହଣ୍ଡପା ମେଡିକାଲକୁ ସବୁବେଳେ ଅବହେଳା କରାଯାଉଛି। ଏଠାରେ ନିଯୁକ୍ତ ହୋଇଥିବା ଡାକ୍ତରଙ୍କୁ ଡେପୁଟେଶନରେ କିଶୋରନଗର ପଠାଇ ଦିଆଯାଇଛି। ନୂତନ ଡାକ୍ତର ନିଯୁକ୍ତି ପାଇଁ ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନାହଁି। ଏ ନେଇ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ସଜବାଜ ହେଉଛନ୍ତି।
-ପ୍ରଦୀପ ବେହେରା, ହଣ୍ଡପା

ରାଜନେତାମାନେ ବଦଳି କରିଦେଲେ
ଅଙ୍ଗପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି କରାଯାଉ ନ ଥିବା ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଛି। ଏଠାରେ ନିଯୁକ୍ତ ହୋଇଥିବା ଡାକ୍ତରଙ୍କୁ ରାଜନେତାମାନେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି କରିଦେଇଛନ୍ତି। ତୁରନ୍ତ ଏଠାରେ ଡାକ୍ତର ନିଯୁକ୍ତି କରାଯିବା ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ।
-ସୁବ୍ରତ ସାହୁ, ତୁରୁଡା

ସବୁ ଖାଲି ପଦବୀ ପୂରଣ ପାଇଁ ପ୍ରସ୍ତୁତି
ଉପଖଣ୍ଡର ୯ ମେଡିକାଲରେ ସମସ୍ତ ଡାକ୍ତର ପଦବୀ ପୂରଣ ନିମନ୍ତେ ବହୁବାର ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଜଣାଇଛି। ୭ଜଣ ଡାକ୍ତରଙ୍କୁ ଏଠାରେ ନୂଆ ନିଯୁକ୍ତି ଦିଆଯାଇଛି। ତଥାପି ସମସ୍ତ ପଦବୀ କିଭଳି ପୂରଣ ହେବ ସେ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ

ଅଧିକ ଡାକ୍ତର ଆସିଲେ ନିଯୁକ୍ତି ଦିଆଯିବ
ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ଡାକ୍ତରଖାନାରେ ୭ ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାର ଅଧିକ ଡାକ୍ତର ଜିଲାକୁ ପଠାଇଲେ ସେମାନଙ୍କୁ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଦିଆଯିବ। ଏ ନେଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁଗୋଳ


[mc4wp_form id="252536"] All Right Reserved By Dharitri.Com

Posted inଅନୁଗୋଳ View All

ଉତ୍ସବ ପରି ଉତ୍ସାହ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୮ା୬ ମହାମାରୀ କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ। ଲୋକଙ୍କ ମନରେ ଏହି ବିଶ୍ୱାସ ଭରିବାରେ ସରକାର ସଫଳ ହୋଇଛନ୍ତି। ବିଶେଷଜ୍ଞମାନଙ୍କ...

ଆବର୍ଜନାକୁ ନେଇ ବଢ଼ୁଛି ଆପତ୍ତି

ଅନୁଗୋଳ ଅଫିସ, ୧୧ା୬ ନୂଆ ଠିକା ସଂସ୍ଥା ସଫେଇ ଦାୟିତ୍ୱ ନେବା ପରେ ଅନୁଗୋଳ ସହରର ଆବର୍ଜନା ସମସ୍ୟା ଦୂର ହୋଇଯିବ ବୋଲି ଅନେକେ ଆଶା...

ସଂକ୍ରମଣ ଖସୁଛି, ସଞ୍ଜୀବନୀ ବଢ଼ୁଛି

ଅନୁଗୋଳ ଅଫିସ, ୧୯ା୬ ଅନୁଗୋଳ ଜିଲାରେ ହଠାତ୍‌ ବଢ଼ିଯାଇଥିଲା କରୋନା ସଂକ୍ରମଣ। ପ୍ରଶାସନର ପୂର୍ବ ପ୍ରସ୍ତୁତି ସତ୍ତ୍ୱେ ନିୟନ୍ତ୍ରଣରେ ନ ଥିଲା ପରିସ୍ଥିତି। ଏପରି କି...

କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର

ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି...

ଲିଭିଯିବ ଷ୍ଟ୍ରିଟ୍‌ ଲାଇଟ୍‌

ବଇଣ୍ଡା,୧୬ା୬ (ପରିକ୍ଷିତ ସାହୁ) – ରାତିରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌। ଆଲୋକିତ ହେଉଛି ପଞ୍ଚାୟତର ଛକ ଓ ବଜାର ଅଞ୍ଚଳ। ସରକାରୀ ଯୋଜନାରେ ଏହି ଆଲୋକୀକରଣ...

ଦାନା ଚିନ୍ତାରେ ଦୁଗ୍ଧଚାଷୀ

ଛେଣ୍ଡିପଦା,୧୭।୬: ଉତ୍ପାଦିତ ଦୁଗ୍ଧ ନେଉଥିଲା ଓମଫେଡ୍‌। ପ୍ରତି ୧୦ ଦିନରେ ବ୍ୟାଙ୍କ ଖାତାକୁ ଆସୁଥିଲା ଅର୍ଥ। ତେଣୁ ଋଣ ଶୁଝିବା ଓ ଗାଈ ପାଇଁ ଦାନା କିଣିବାରେ...

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ ଗହମ ପହଞ୍ଚାଇବାକୁ ଜିଲା ଯୋଗାଣ...

ନଳକୂଅ ଧରାଇ ନୀରବ

ବଇଣ୍ଡା,୧୦ା୬:  ବସୁଧା ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ଏକାଧିକ ପାଣି ଟାଙ୍କି ଗ୍ରାମାଞ୍ଚଳ ଆକାଶ ଛୁଉଁଛି। ଘର ଟ୍ୟାପ୍‌ ଖୋଲିଲେ ଲୋକଙ୍କୁ ବିଶୁଦ୍ଧ ପାଇପ୍‌...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଧାନ ବିକ୍ରି ଚିନ୍ତାରେ ଚାଷୀ
Next Post Next post:
ଝିଅ ଜନ୍ମ ହେବାରୁ ବାପା ନେଲେ ଏମିତି ନିଷ୍ପତ୍ତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts