E-Paper
  • logo
  • Saturday 30th May 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ଜୋକୋଭିଚ୍‌-ବେରେଟିନି କ୍ୱାର୍ଟର ଫାଇନାଲ
9:05 amJune 8, 2021

ପ୍ୟାରିସ, ୮।୬-ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ନମ୍ବର ଓ୍ବାନ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌। ୪ର୍ଥ ରାଉଣ୍ଡରେ ଇଟାଲୀର ୧୯ ବର୍ଷୀୟ ଲୋରେଞ୍ଜୋ ମୁସେଟି କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ଜୋକୋଭିଚ୍‌ଙ୍କୁ ଭାଗ୍ୟ ସାଥ୍‌ ଦେଇଥିଲା। ୨ଟି ସେଟ୍‌ରେ ପଛରେ ରହିଥିଲେ ମଧ୍ୟ ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ନିର୍ଣ୍ଣାୟକ ୫ମ ସେଟ୍‌ ଅଧାରୁ ମୁସେଟି ଓହରି ଯିବାରୁ ଜୋକୋଭିଚ୍‌ ଓ୍ବାକ୍‌ଓଭର ପାଇ ଆଗକୁ ବଢ଼ିଥିଲେ। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ଦୁଇ ସେଟ୍‌ରେ ୭-୬(୯/୭), ୭-୬(୭/୨) ସେଟ୍‌ରେ ବିଜୟୀ ହୋଇଥିଲେ। ମାତ୍ର ସେ କ୍ଳାନ୍ତ ହେବାର ସୁଯୋଗ ନେଇ ଅଭିଜ୍ଞ ଜୋକୋଭିଚ୍‌ ପରବର୍ତ୍ତୀ ୨ ସେଟ୍‌କୁ ୬-୧, ୬-୦ ସେଟ୍‌ରେ ସହଜରେ ଜିତି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୫ମ ସେଟ୍‌ରେ ଜୋକୋଭିଚ୍‌ ୪-୦ରେ ଅଗ୍ରଣୀ ଥିବାବେଳେ ମୁସେଟି ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ସର୍ବୀୟ ଖେଳାଳି ଏବେ କ୍ୟାରିୟରର ଦ୍ୱିତୀୟ ଫ୍ରେଞ୍ଚ୍‌ ଓପନ ଏବଂ ଓଭରଅଲ୍‌ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଉପରେ ନଜର ପକାଇଛନ୍ତି। ସେ କ୍ୱାର୍ଟର ଫାଇନାଲରେ ଇଟାଲୀର ମାଟେଓ ବେରେଟିନିଙ୍କୁ ଭେଟିବେ। ୪ର୍ଥ ରାଉଣ୍ଡରୁ ରୋଜର ଫେଡରର ଓହରି ଯିବାରୁ ବେରେଟିନି ଓ୍ବାକ୍‌ଓଭର ପାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ଅନ୍ୟ ଏକ ୪ର୍ଥ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ ୭-୬(୧୧/୯), ୬-୪, ୭-୫ ସେଟ୍‌ରେ ଜାନ-ଲୋନାର୍ଡ ଷ୍ଟୁଫ୍‌ଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ସେହିପରି ଆଲେକଜାଣ୍ଡର ଜେଭରେଭ ସିଧାସଳଖ ୬-୪, ୬-୧, ୬-୧ ସେଟ୍‌ରେ କେଇ ନିଶିକୋରିଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ଜେଭରେଭ କ୍ୱାର୍ଟର ଫାଇନାଲରେ ଆଲେଜାଣ୍ଡ୍ରୋ ଡାଭିଡୋଭିଚ୍‌ ଫୋକିନାଙ୍କୁ ଭେଟିବେ। ଫୋକିନା ୪ର୍ଥ ରାଉଣ୍ଡରେ ଫେଡେରିକୋ ଡେଲବୋନିସଙ୍କୁ ହରାଇ ଦେଇଥିଲେ।

ପ୍ରଥମଥର ଗୌଫ, କ୍ରେଜିକୋଭା
ମହିଳା ସିଙ୍ଗଲ୍ସରେ ଆମେରିକାନ୍‌ ଟିନ୍‌ଏଜର କୋକୋ ଗୌଫ ଏବଂ ଚେକ୍‌ ରିପବଲ୍‌ିକର ବାର୍ବରା କ୍ରାଜିକୋଭା ପ୍ରଥମଥରପାଇଁ ଫ୍ରେଞ୍ଚ୍‌ ଓପନ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ପର୍ଯ୍ୟାୟରେ ଦୁହେଁ ପରସ୍ପରକୁ ଭେଟିବା ମଧ୍ୟ ନିଶ୍ଚିତ ହୋଇଛି। ଗୌଫ ସିଧାସଳଖ ୬-୩, ୬-୧ ସେଟ୍‌ରେ ଓନ୍ସ ଜାବେଉରଙ୍କୁ ହରାଇ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ୧୭ ବର୍ଷୀୟା ଗୌଫ ନିଜ ସର୍ଭିସରେ ମାତ୍ର ୯ ପଏଣ୍ଟ ହାତଛଡ଼ା କରିଥିଲେ। ପୂର୍ବ ମ୍ୟାଚରେ ଗୌଫ ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିବାବେଳେ ଦ୍ୱିତୀୟ ସେଟ୍‌ ଅଧାରୁ ଜେନିଫର ବ୍ରାଡି ଆହତ ହୋଇ ରିଟାୟର୍ଡ ହୋଇ ଯାଇଥିଲେ। ଗୌଫଙ୍କ ପରି ପ୍ରଥମ ଥରପାଇଁ ଫ୍ରେଞ୍ଚ୍‌ ଓପନ କ୍ୱାର୍ଟର ଫାଇନାଲ ସ୍ବାଦ ଚାଖିଥିବା କ୍ରାଜିକୋଭା ୪ର୍ଥ ରାଉଣ୍ଡରେ ୨୦୧୮ ଫ୍ରେଞ୍ଚ୍‌ ଓପନ ରନର୍ସଅପ୍‌ ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ୬-୨, ୬-୦ ସେଟ୍‌ରେ ପରାସ୍ତ କରିଥିଲେ। ଫ୍ରେଞ୍ଚ୍‌ ଓପନ ଆସିବା ପୂର୍ବରୁ କ୍ରାଜିକୋଭା ଷ୍ଟ୍ରାସବର୍ଗରେ ଡବ୍ଲ୍ୟୁଟିଏ ଟାଇଟଲ ଜିତିଥିଲେ। ଗତବର୍ଷ ସେ ରୋଲାଣ୍ଡ ଗାରୋସର ୪ର୍ଥ ରାଉଣ୍ଡରୁ ବିଦାୟ ନେଇଥିଲେ। ଷ୍ଟିଫେନ୍ସ ୨୦୧୭ରେ ୟୁଏସ୍‌ ଓପନ ଟାଇଟଲ ଜିତିଥିଲେ। ୨୦୧୮ରେ ସେ ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଥିଲେ। ମହିଳା ସିଙ୍ଗଲ୍ସର ଅନ୍ୟ ଏକ କ୍ୱାର୍ଟର ଫାଇନାଲ ଏଲିନା ରିବକିନା ଏବଂ ଆଲେକ୍ସାଣ୍ଡାର ପାଭଲ୍ୟୁଚେଙ୍କୋଭାଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ରିବକିନା ୪ର୍ଥ ରାଉଣ୍ଡରେ ୬-୩, ୭-୫ ସେଟ୍‌ରେ ବିଜୟୀ ହୋଇ ସେରେନା ଓ୍ବିଲିୟମ୍ସଙ୍କ ଅଭିଯାନ ଶେଷ କରିଥିବାବେଳେ ପାଭଲ୍ୟୁଚେଙ୍କୋଭା ୫-୭, ୬-୩, ୬-୨ ସେଟ୍‌ରେ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ହରାଇ ଦେଇଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଟପ୍‌ ସିଡ୍‌ ମନ୍‌ଫିଲ୍ସକୁ ହରାଇଲେ ପର୍ସେଲ

ଇଷ୍ଟବୋର୍ନ(ୟୁକେ),୨୫ା୬(ଏପି)- ଏଠାରେ ଚାଲିଥିବା ଭାଇକିଂ ଇଣ୍ଟରନ୍ୟାଶନାଲ ଗ୍ରାସ୍‌କୋର୍ଟ ଟେନିସ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୮୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ଟପ୍‌...

ମ୍ୟାଚ୍‌ ପୂର୍ବରୁ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି

ରିଓ ଡି ଜାନେଇରୋ,୧୬।୬: ଚିଲି ବିପକ୍ଷରେ ଆର୍ଜେଣ୍ଟିନା ତା’ର ପ୍ରଥମ ମ୍ୟାଚ୍‌ରେ କିମ୍ବଦନ୍ତୀ ଫୁଟ୍‌ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। ମ୍ୟାଚ୍‌ ପୂର୍ବରୁ ମାରାଡୋନାଙ୍କ...

ପନ୍ତଙ୍କୁ ସମାଲୋଚନା କଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ରିଜର୍ଭ ଡେ’ରେ ସେଟ୍‌ ହୋଇସାରିଥିବା ରିଷଭ ପନ୍ତ ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ଷ୍ଟେପ ଆଉଟ୍‌ କରି ବଡ଼...

ଭାବୁକ ହେଲେ ସିରାଜ: ସେ ପୁରୁଣା ବାଇକ୍‌କୁ ସାଇତି ରଖିଛି, ବହୁତ କିଛି ମନେ ପଡିଯାଏ’

ନୂଆଦିଲ୍ଲୀ,୪।୬: ଗତ ବର୍ଷ ଭାରତୀୟ ଟିମ୍‌ରୁ ଡେବ୍ୟୁ କରିବାର ସୌଭାଗ୍ୟ ପାଇଥିଲେ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜ। ଏବେ ସେ ସଫଳତାର ଗୋଟିଏ ପରେ ଗୋଟିଏ...

ପ୍ରବଳ ଥଣ୍ଡାରେ ୧୦୦ କିଲୋମିଟର ମାରାଥନ୍‌: ଅଧାବାଟରେ ୨୧ ଜଣଙ୍କ ମୃତ୍ୟୁ…

ବେଜିଂ,୧୨।୬: ଚାଇନାରେ ଏକ ମରାଥନ ଦୌଡ଼ ସମୟରେ ୨୧ ଜଣ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ...

ଭାରତୀୟ ଟି୨୦ ଟିମ୍‌ରୁ କାହିଁକି ବାହାର ହୋଇଥିଲେ ଦିନେଶ କାର୍ତ୍ତିକ; କାରଣ ନେଇ ଏଭଳି କହିଲେ…

ନୂଆଦିଲ୍ଲୀ,୫।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ...

ମୀରାବାଈ ଚାନୁଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ମହିଳା ୪୯କେଜି କାଟେଗୋରି ପାଇଁ ଭାରତର ଭାରୋତ୍ତୋଳିକା ମୀରାବାଈ ଚାନୁ ଯୋଗ୍ୟତା ଅର୍ଜନ କରିଥିବା ଇଣ୍ଟରନ୍ୟାଶନାଲ ଓ୍ବେଟ୍‌ଲିଫ୍ଟିଂ ଫେଡେରେଶନ(ଆଇଡବ୍ଲ୍ୟୁଏଫ୍‌) ଶନିବାର...

୧୮ ବର୍ଷରୁ କମ୍‌ ଜାତୀୟ ଚେସ୍‌ରେ ଓଡ଼ିଶାରୁ ୮ ଭାଗନେବେ

ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ ୧୮ ବର୍ଷରୁ କମ୍‌ ବାଳିକା ଏବଂ ଓପନ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଯାଇଛି। ଏହାର ବାଳିକା ବର୍ଗରେ କଟକର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଅପମାନଜନକ ଟୁଇଟ୍‌ ପାଇଁ ରବିନସନ୍‌ ସସ୍‌ପେଣ୍ଡ
Next Post Next post:
୧୮ ବର୍ଷରୁ କମ୍‌ ଜାତୀୟ ଚେସ୍‌ରେ ଓଡ଼ିଶାରୁ ୮ ଭାଗନେବେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts