ନୂଆଦିଲ୍ଲୀ, ୮ା୬: ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ଏସିଆ ଅଞ୍ଚଳକୁ ଆସେ ମୌସୁମୀ। ଏଥିଜନିତ ୪ ମାସର ବର୍ଷା ଉପରେ ଏହି ଅଞ୍ଚଳର କୃଷି ଅର୍ଥନୀତି ନିର୍ଭରଶୀଳ। କିନ୍ତୁ ଚଳିତ ଥର ଦକ୍ଷିଣ-ପଶ୍ଚିମ ମୌସୁମୀକୁ ପ୍ରଭାବିତ କରିପାରେ ବ୍ୟାପକ ଜଳବାୟୁ ପରିବର୍ତ୍ତନ। ଏଥିଯୋଗୁ ଏଥର ମୌସୁମୀଜନିତ ବର୍ଷା ବିପଜ୍ଜନକ ହୋଇପାରେ ବୋଲି ସାଇନ୍ସ ଆଡଭାନ୍ସେସ୍ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇଛି।
ଭାରତରେ ଜଳବାୟୁରେ ଘାତକ ପରିବର୍ତ୍ତନ ଯୋଗୁ ବର୍ଷ ବର୍ଷ ଧରି ଏଠାରେ ମୌସୁମୀ ଢାଞ୍ଚାରେ ପରିବର୍ତ୍ତନ ଆସିଛି। ଚଳିତ ଥର ମଧ୍ୟ ବିଶ୍ୱ ତାପମାତ୍ରା ବୃଦ୍ଧି ମୌସୁମୀକୁ ଗମ୍ଭୀର ଭାବେ ପ୍ରଭାବିତ କରିପାରେ ବୋଲି ସାଇନ୍ସ ଆଡଭାନ୍ସେସ୍ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ବୈଜ୍ଞାନିକମାନେ ଗତ ୧୦ ଲକ୍ଷ ବର୍ଷର ମୌସୁମୀ ଓ ଜଳବାୟୁ ପରିବର୍ତ୍ତନକୁ ସାମିଲ କରି ଏହି ଅଧ୍ୟୟନ କରିଥିବାବେଳେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିପଜ୍ଜନକ ହୋଇପାରେ ବୋଲି ଏଥିରୁ ଜଣାପଡ଼ିଛି। ଗ୍ଲେସିୟର ତରଳିବା, ଅଙ୍ଗାରକାମ୍ଳ ଗ୍ୟାସ୍ ସ୍ତର ବୃଦ୍ଧି ସହ ଜଡ଼ିତ ଚଳିତ ଥରର ମୌସୁମୀ ପ୍ରତିକ୍ରିୟା ୯ ଲକ୍ଷ ବର୍ଷ ପୂର୍ବର ଇତିହାସ ସହ ସାମଞ୍ଜସ୍ୟ ଥିବା ରିସର୍ଚ୍ଚରମାନେ ଜାଣିବାକୁ ପାଇଛନ୍ତି।
ୟୁନିଭର୍ସିଟିର ପ୍ରଫେସର ଷ୍ଟିଭେନ କ୍ଲେମେନ୍ସଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ବଙ୍ଗୋପସାଗର ତଟରୁ ପ୍ରାୟ ୨ ଶହ ମିଟର ମାଟି ଖୋଳି ସଂଗୃହୀତ ନମୁନାକୁ ଅଧ୍ୟୟନରେ ନେଇଥିଲେ। ଅଧିକ ବର୍ଷା ହୋଇଥିବା ସିଜନ୍ରେ ବହୁମାତ୍ରାରେ ପାଣି ସମୁଦ୍ରରେ ମିଶିଥାଏ ଏବଂ ଏହାର ପୃଷ୍ଠଭାଗ ଜଳ ଅପେକ୍ଷାକୃତ କମ୍ ଲୁଣିଆ ଥାଏ। ଏଥିଯୋଗୁ ସମୁଦ୍ର ପୃଷ୍ଠଭାଗରେ ରହୁଥିବା ପ୍ଲାଙ୍କ୍ଟନ୍ ମରିଯାଇଥାନ୍ତି ଏବଂ ମାଟି ତଳେ ପୋତିହୋଇଯାଇଥାନ୍ତି। ମାଟି ଖୋଳିବା ପରେ ପ୍ଲାଙ୍କ୍ଟନ୍ ଜୀବାଶ୍ମକୁ ନେଇ ୨ ମାସ ଧରି ଏହା ଉପରେ ଅଧ୍ୟୟନ ଚାଲିଥିଲା। ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଦୀର୍ଘ ବର୍ଷ ପୂର୍ବରୁ ମଧ୍ୟ ପୃଥିବୀ ପୃଷ୍ଠରୁ ବରଫ ମାତ୍ରା କମିବା, ଜଳୀୟବାଷ୍ପ ବୃଦ୍ଧି, ଅଙ୍ଗାରକାମ୍ଳ ଗ୍ୟାସ୍ ମାତ୍ରା ବଢ଼ିବା ଯୋଗୁ ମୌସୁମୀ ପ୍ରଭାବିତ ହୋଇଥିଲା। ଏଥିଯୋଗୁ ମୌସୁମୀଜନିତ ବ୍ୟାପକ ବର୍ଷା ହୋଇଥିଲା। ଫଳରେ ସମୁଦ୍ରର ଲୁଣିଆ ଅଂଶ କମିବାରୁ ପ୍ଲାକ୍ଟନ୍ଗୁଡ଼ିକର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସେହିଭଳି ପରିସ୍ଥିତି ଉପୁଜିଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ପୂର୍ବ ଗବେଷଣା ଆଧାରିତ କମ୍ପ୍ୟୁଟର ମଡେଲରୁ ଏହା ଜଣାପଡ଼ିଛି ଯେ, ଗ୍ରୀନ୍ ହାଉସ୍ ଗ୍ୟାସ୍ ଓ ଜଳୀୟବାଷ୍ପ ବୃଦ୍ଧି ଯୋଗୁ ଚଳିତ ଥର ମୌସୁମୀ ଅସ୍ବାଭାବିକ ରହିବା ସହ ମାତ୍ରାଧିକ ବର୍ଷା ହୋଇପାରେ। ଯାହା କେତେକ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଉପୁଜାଇବ ବୋଲି ଆଶଙ୍କା କରାଯାଇଛି। ତେବେ ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ହସ୍ପିଟାଲରେ ମୃତଦେହ ଗଦା: ପରିବାର ସଦସ୍ୟଙ୍କୁ ଗୋଟି ଗୋଟି କରି ପଡୁଛି ଖୋଜିବାକୁ…
ଚେନ୍ନାଇ,୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ବିଭିନ୍ନ...
ଭାକ୍ସିନ୍ ନେଲେ ମିଳୁଛି ଫ୍ରିଜ୍ ସହିତ ଅନ୍ୟ ଦାମିକା ଉପହାର…
ଇନ୍ଦୋର,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶର ସ୍ବଚ୍ଛ ସହର ତାଲିକାରେ ଶୀର୍ଷରେ...
ଟପ୍ ୨୦୦ ମଧ୍ୟରେ ଭାରତର ୩ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ, ୯।୬: ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍ ଓ୍ବାଲର୍ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ରେ ଇଣ୍ଡିଆନ...
୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ ଆଧୁନିକ ବଙ୍ଗଳା: ମାସକୁ ଭଡ଼ା ୫ ହଜାରରୁ କମ୍…
ନୂଆଦିଲ୍ଲୀ,୮।୬: ଦେଶର ୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ରାଜଧାନୀ ଦିଲ୍ଲୀର ଲୁଟିୟେନ୍ସ୍ ଜୋନ୍ରେ ଆଧୁନିକ ବଙ୍ଗଳା ଯୋଗାଇ ଦିଆଯାଇଛି।...
କେରଳ ଛୁଇଁଲା ମୌସୁମୀ
ଥିରୁଭାନନ୍ତପୁରମ୍,୩।୬: ଦେଶରେ ଅନେକ ରାଜ୍ୟରେ ତାପମାତ୍ରା ବଢୁଥିବାବେଳେ ଗୁରୁବାର କେରଳ ଛୁଇଁଛି ମୌସୁମୀ। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,...
କରୋନା ଭୂତାଣୁକୁ ନାଶ କରିବ ଏହି ମାସ୍କ
ପୁଣେ,୧୫।୬: କରୋନା ମହାମାରୀର ଦ୍ୱିତୀୟ ଲହର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଦ୍ୱିତୀୟ ଲହର ସମୟରେ କରୋନା ଭୂତାଣୁର ସବୁଠାରୁ ବିପଜ୍ଜନକ ଭାରିଏଣ୍ଟ ଦେଖାଦେଇଛି।...
କେନାଲରୁ ପାଣି ଚୋରି ରୋକିବା ପାଇଁ ପହରା ଦେବେ ୬୦ ଯବାନ…
ଜୟପୁର,୬।୬: ପାଣି ଚୋରି ରୋକିବା ପାଇଁ ରାଜସ୍ଥାନର ହନୁମାନଗଡ଼ ଜିଲାରେ ପ୍ରଥମ ପୋଲିସ ଥାନା ପ୍ରତିଷ୍ଠା କରାଯିବ। ସ୍ଥାନୀୟ ଇନ୍ଦିରା ଗାନ୍ଧୀ କେନାଲରୁ ବାରମ୍ବାର ପାଣି...
ଅପରାହ୍ନ ୫ରେ ଦେଶକୁ ସମ୍ବୋଧନ କରିବେ ମୋଦି
ନୂଆଦିଲ୍ଲୀ,୭।୬: କରୋନାର ଦ୍ୱିତୀୟ ଲହରରେ ନୂଆ ସଂକ୍ରମଣ ହ୍ରାସ ପାଇବା ପରେ ଆଜି ଦେଶର ଅନେକ ସ୍ଥାନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ...


