ସାଓ ପାଓଲୋ,୧୦।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ବିବାଦ ଦେଖାଦେଇଥିବା ବେଳେ ବ୍ରାଜିଲ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଗୁରୁବାର ଅନ୍ତିମ ନିଷ୍ପତ୍ତି ନେବେ। ବ୍ରାଜିଲରେ ଆଉ ମାତ୍ର ୨ ଦିନ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଏହାକୁ କଲମ୍ବିଆ ଓ ଆର୍ଜେଣ୍ଟିନା ମିଳିତ ଭାବେ ଏହାର ଆୟୋଜନ କରିଥାନ୍ତେ। କିନ୍ତୁ କୋଭିଡ୍-୧୯ କାରଣରୁ ଏହି ଦୁଇ ଦେଶରେ ଟୁର୍ନାମେଣ୍ଟ ଆୟୋଜନକୁ କଡ଼ା ବିରୋଧ କରାଯାଇଥିଲା। ଶେଷରେ କୋପା ଆମେରିକା ବ୍ରାଜିଲରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ମୁଖ୍ୟ ବିଚାରପତି ଲୁଇଜ୍ ଫୁକ୍ସ ଗୁରୁବାର ସ୍ବତନ୍ତ୍ର ସେସନ ଡାକିଛନ୍ତି। ଏଥିରେ ସେ ଓ ଅନ୍ୟ ୧୦ଜଣ ବିଚାରପତି ଇଲେକ୍ଟ୍ରୋନିକ ଡିଭାଇସ୍ ଦ୍ୱାରା ମତଦାନ କରିବେ। ଏହି ମାମଲାରେ ଅସାଧାରଣ ଭାବେ ଜରୁରିକାଳୀନ ସ୍ଥିତି ସୃଷ୍ଟି ହୋଇଛି ଓ କୋଭିଡ୍-୧୯ ସ୍ଥିତିରେ ଏହାର ପ୍ରାସଙ୍ଗିକତା ମଧ୍ୟ ରହିଛି ବୋଲି ଜଷ୍ଟିସ୍ କାରମେନ ଲୁସିଆ କହିଛନ୍ତି। ଯେତେଶୀଘ୍ର ସମ୍ଭବ ଏ ନେଇ ଅନ୍ତିମ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।
ବ୍ରାଜିଲିଆନ ସୋସିଆଲିଷ୍ଟ ପାର୍ଟି ଓ ମେଟାଲ ଓ୍ବାର୍କରଙ୍କ ଏକ ଟ୍ରେଡ୍ ୟୁନିୟନ ଏହି ମାମଲାକୁ କୋର୍ଟରେ ପହଞ୍ଚାଇଥିଲେ। ଯେ ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଉଛି ସେ ପର୍ଯ୍ୟନ୍ତ ବ୍ରାଜିଲ କୌଣସି ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରିବା ଉଚିତ ନୁହେଁ ବୋଲି ୟୁନିୟନ ତରଫରୁ କୁହାଯାଇଛି। ଅନ୍ତିମ ମୁହୂର୍ତ୍ତରେ ଦକ୍ଷିଣ ଆମେରିକା ଫୁଟ୍ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍ମେବୋଲର ଅନୁରୋଧ କ୍ରମେ ବ୍ରାଜିଲ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ରାଜି ହୋଇଥିଲା ବୋଲି ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସେନାରୋ କହିଛନ୍ତି। ସାମାଜିକ ଦୂରତା ବିରୋଧରେ ସେ ମନ୍ତବ୍ୟ ଦେଇଥିଲେ ଓ ଏହା ଦ୍ୱାରା ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେଉଛି ବୋଲି ସେ କହିଥିଲେ। କୋଭିଡ୍-୧୯ରେ ୪ ଲକ୍ଷ ୭୪ ହଜାର ପ୍ରାଣ ହରାଇଛନ୍ତି। ମାନେ ଗାରିଞ୍ଚା ଷ୍ଟାଡିୟମରେ ରବିବାର ଉଦ୍ଘାଟନୀ ମୁକାବିଲାରେ ଭେନେଜୁଏଲା ଓ ବ୍ରାଜିଲ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
କୋପା ଆମେରିକା ମ୍ୟାଚ୍ ପରିଚାଳନା କରିବେ ସ୍ପାନିଶ୍ ରେଫରି
କୁଇଆବା(ବ୍ରାଜିଲ),୧୭।୬: ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଏକ ସ୍ପାନିଶ୍ ରେଫରିଂ କ୍ରିୟୁ ମ୍ୟାଚ୍ ପରିଚାଳନା କରିବେ। ଏ ନେଇ ୟୁରୋପ ଓ ଦକ୍ଷିଣ ଆମେରିକା...
ମାତ୍ର ୩ ରନ୍ ଯୋଗୁ ଇତିହାସ ରଚିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ-ଦ୍ରାବିଡ ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ
ନୂଆଦିଲ୍ଲୀ,୨୫।୬: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ...
ମେସିଙ୍କୁ ପଛରେ ପକାଇଲେ ଛେତ୍ରୀ
ଦୋହା,୮।୬: ଭାରତୀୟ ଫୁଟ୍ବଲ ଷ୍ଟାର ସୁନୀଲ ଛେତ୍ରୀ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତଥା ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି। ଅନ୍ତର୍ଜାତୀୟ ଫୁଟବଲରେ ସକ୍ରିୟ...
କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏହି କ୍ରିକେଟର୍ଙ୍କ ପ୍ରେମ କାହାଣୀ: ଅତିଥି ଭାବେ ଯାଇଥିବାବେଳେ ପଡିଯାଇଥିଲେ ପ୍ରେମରେ
ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଟିମ ଇଣ୍ଡିଆର ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଇଂଲଣ୍ଡ ବିପକ୍ଷ...
ମହିଳା କ୍ରିକେଟ ଖେଳାଳିଙ୍କୁ ରାହାନେଙ୍କ ଟିପ୍ସ
ନୂଆଦିଲ୍ଲୀ, ୧୫।୬(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳ ଦୀର୍ଘ ୭ ବର୍ଷ ବ୍ୟବଧାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି। ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ...
ଏହି କ୍ରିକେଟର୍ଙ୍କ ଜ୍ୟାକେଟ୍ ପିନ୍ଧି ଫଟୋ ଶେୟାର କଲେ ଅଭିନେତ୍ରୀ
ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...
ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍ ମିଲ୍ଖା
ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ...
ଆଇପିଏଲ୍ ଫାଇନାଲ ଅକ୍ଟୋବର ୧୫କୁ ଘୁଞ୍ଚିପାରେ
ନୂଆଦିଲ୍ଲୀ, ୭।୬: ଅଧାରୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ ଅକ୍ଟୋବର ୧୫କୁ ଘୁଞ୍ଚିପାରେ। ପ୍ରତିଯୋଗିତା ସ୍ଥଳ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ...


