ଓ୍ବାରସା,୧୦।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅନ୍ତିମ ର଼୍ୟାଙ୍କିଙ୍ଗ୍ ସିରିଜ ଇଭେଣ୍ଟ ବିବେଚିତ ହେଉଥିବା ପୋଲାଣ୍ଡ ଓପନ୍ରେ ଭାରତୀୟ ରେସ୍ଲର ରବି ଦହିୟା ପ୍ରଭାବୀ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଦହିୟା କ୍ରମାଗତ ୩ଟି ବିଜୟ ହାସଲ କରି ୬୧ କେ.ଜି. ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ। ତେବେ ସେ ଫାଇନାଲରେ ଉଜେବେକସ୍ତାନର ଗୁଲୋମଜୋନ ଅବଦୁଲାଏଭଙ୍କଠାରୁ ୩-୫ ବ୍ୟବଧାନରେ ପରାସ୍ତ ହୋଇ ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚିତ ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ଅବଦୁଲାଏଭଙ୍କୁ ବଡ଼ ବ୍ୟବଧାନରେ ହରାଇଥିଲେ ମଧ୍ୟ ଫାଇନାଲରେ ଏହି ପ୍ରଦର୍ଶନକୁ ଦୋହରାଇପାରି ନ ଥିଲେ।
ସଫଳ ହୋଇଥିଲେ ଦାହିୟା ୨୦୨୧ ସେସନରେ ତାଙ୍କର ଦ୍ୱିତୀୟ ଟାଇଟଲ ହାସଲ କରିଥାନ୍ତେ। କିନ୍ତୁ ବାକି ସବୁ ମ୍ୟାଚ୍ରେ ସେ ଦମ୍ଦାର ପ୍ରଦର୍ଶନ କରିଥିଲେ। ସବୁ ପ୍ରତିପକ୍ଷ ରେସ୍ଲର ଦହିୟାଙ୍କ ବାମଗୋଡକୁ ଟାର୍ଗେଟ କରିଥିଲେ। ତେବେ ଏସିଆନ ଚାମ୍ପିୟନ ଓ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ଦହିୟା ସମସ୍ତଙ୍କୁ ଚକ୍ମା ଦେଇଥିଲେ। ଚଳିତ ସେସନର ଦ୍ୱିତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦହିୟା ପ୍ରଥମ ମୁକାବିଲାରେ ୧୦-୧ରେ ଉଜ୍ବେକିସ୍ତାନର ଗଲୋମଜୋନ ଅବଦୁଲାଏଭଙ୍କୁ ହରାଇଥିଲେ। ଏହାପରେ ସଂଘର୍ଷ କରିଥିଲେ ମଧ୍ୟ ସେ କାଜାଖସ୍ତାନର ଅଡ୍ଲାନ ଅସ୍କାରୋଭଙ୍କୁ ୧୩-୮ରେ ପରାସ୍ତ କରିଥିଲେ। ଏହାପରେ ସେ ଆମେରିକାର ନାଥନ ଖଲିଦ ତୋମାସେଲୋଙ୍କୁ ୯-୫ରେ ହରାଇ ସେମିକୁ ଉଠିଥିଲେ। ସେମିରେ ଇରାନର ରେଜା ଅହମମାଦାଲି ଅଟ୍ରିନାଘାର୍ଚିଙ୍କୁ ୭-୪ରେ ହରାଇ ସେ ଫାଇନାଲରେ ପ୍ରବେଶ କରିଥିଲେ।
ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍: ପ୍ରଥମ ସ୍ଥାନ ବଜାୟ ରଖିଲେ ଶେଫାଳି
ଦୁବାଇ, ୨ା୬ (ପି.ଟି.)-ଭାରତର ସ୍ବଳ୍ପ ବୟସ୍କା ପ୍ରତିଭାସମ୍ପନ୍ନ ଖେଳାଳି ଶେଫାଳି ବର୍ମା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି।...
ମ୍ୟାଚ୍ର ପ୍ରଥମ ବଲ୍ ସାମ୍ନା କରିବାକୁ ଭୟ କରୁଛନ୍ତି ଶୁଭମନ୍: ଜାଣନ୍ତୁ କାହିଁକି
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଐତିହାସିକ ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା...
କୋଭିଡ୍ କର୍ଫ୍ୟୁ ଯୋଗୁ ଫ୍ରେଞ୍ଚ୍ ଓପନ ପ୍ରେମୀଙ୍କ ଅସନ୍ତୋଷ
ପ୍ୟାରିସ, ୧୧ା୬(ଏପି): ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ବୁଧବାର ରାତି ୧୧ଟା ବେଳେ ଆକସ୍ମିକ କରୋନା ଭାଇରସ୍ କର୍ଫ୍ୟୁ ଜାରି ହେବାରୁ ଖେଳପ୍ରେମୀଙ୍କ ମହଲରେ ଏନେଇ...
ଦେଶର ଶ୍ରେଷ୍ଠ ଆଥଲେଟିକ୍ ଏକାଡେମୀ ମଧ୍ୟରେ କିଟ୍
ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...
ପିଏସ୍ଏଲ୍ରୁ ଓହରିଲେ ଡୁପ୍ଲେସି
ଆବୁଧାବି, ୧୭।୬(ପି.ଟି.)- ପାକିସ୍ତାନ ସୁପରଲିଗ୍ (ପିଏସ୍ଏଲ) ଅବସରରେ କନକ୍ସନ (ସଂଘାତ)ର ସମ୍ମୁଖୀନ ହୋଇଥିବା ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁପ୍ଲେସି ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ...
୨୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଏହି କ୍ରିକେଟର୍
ଲର୍ଡସ,୩।୬: ନ୍ୟୁଜିଲ୍ୟାଣ୍ଡର ଓପନର୍ ଡେଭନ କନୱେ ଇତିହାସ ସୃଷ୍ଟି କରିଛନ୍ତି। ସେ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୮୪ ତମ ଓଭରର ଚତୁର୍ଥ...
ବେଲ୍ଗ୍ରେଡ ଟ୍ରଫି ସୁଇମିଂ: ସଜନ, ଶ୍ରୀହରିଙ୍କୁ ସ୍ବର୍ଣ୍ଣ ପଦକ
ବେଲ୍ଗ୍ରେଡ, ୨୧ା୬ (ପି.ଟି.)-ବେଲ୍ଗ୍ରେଡ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ଅଲିମ୍ପିକ ଆଶାୟୀ ସଜନ ପ୍ରକାଶ ଓ ଶ୍ରୀହରି ନଟରାଜ ସେମାନଙ୍କ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...
ମେଲବୋର୍ନ କ୍ଲବର କୋଚ୍ ହେବେ ଜୟସୁରିୟା
ମେଲବୋର୍ନ,୫।୬(ପି.ଟି.): କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସନଥ ଜୟସୁରିୟା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ଆଇସିସି) ଦ୍ୱାରା ଦୁଇ ବର୍ଷ ବାସନ୍ଦ ହେବା...


