ପ୍ୟାରିସ, ୧୦।୬- ସ୍ପେନ୍ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍ର ଷ୍ଟିଫାନୋସ ସିତ୍ସିପାସ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଜର୍ମାନୀର ଆଲେକଜାଣ୍ଡର ଜେଭ୍ରେଭ୍ଙ୍କୁ ଭେଟିବେ। ଟେନିସ୍ର ଦୁଇ ପ୍ରତିଭା ସମ୍ପନ୍ନ ଖେଳାଳିଭାବେ ବିବେଚିତ ହେଉଥିବା ସିତ୍ସିପାସ ଓ ଜେଭରେଭ ଏଥିସହ ଗ୍ରାଣ୍ଡସ୍ଲାମ ଟାଇଟଲର ନିକଟତର ହୋଇଛନ୍ତି। ସିତ୍ସିପାସ-ଜେଭରେଭ ସେମିଫାଇନାଲ ଟୁର୍ନାମେଣ୍ଟ ଇତିହାସରେ ଅନ୍ୟତମ ସର୍ବକନିଷ୍ଠ ମୁକାବିଲା ହେବ। ୨୦୦୮ରେ ରାଫାଲ ନାଡାଲ ଓ ନୋଭାକ୍ ଜୋକୋଭିଚ୍ଙ୍କ ମଧ୍ୟରେ ଏପରି ମୁକାବିଲା ହୋଇଥିଲା। ୫ମ ସିଡ୍ ସିତ୍ସିପାସ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ୨ ନମ୍ବର ଡାନିଲ ମେଡ୍ଭେଡେଭ୍ଙ୍କୁ ୬-୩, ୭-୬(୭/୩), ୭-୫ ସେଟ୍ରେ ପରାସ୍ତ କରିଥିଲେ। ପୂର୍ବଦିନ ଅନୁଷ୍ଠିତ ପ୍ରଥମ କ୍ୱାର୍ଟରରେ ୨୦୨୦ ୟୁଏସ୍ ଓପନ ଫାଇନାଲିଷ୍ଟ ୬ଷ୍ଠ ସିଡ୍ ଜେଭରେଭ ୬-୪, ୬-୧, ୬-୧ ସେଟ୍ରେ ୪୬ତମ ର଼୍ୟାଙ୍କ୍ପ୍ରାପ୍ତ ଆଲେଜାଣ୍ଡ୍ରୋ ଡାଭିଡୋଭିଚ୍ ଫୋକିନାଙ୍କୁ ହରାଇ ଦେଇଥିଲେ। ଜେଭରେଭ ପ୍ୟାରିସରେ ପ୍ରଥମ ଏବଂ ତୃତୀୟ ଥରପାଇଁ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସିତ୍ସିପାସ ଗ୍ରୀସ୍ର ୨୨ ବର୍ଷୀୟ ହୋଇଥିବାବେଳେ ଜେଭରେଭ ୨୪ ବର୍ଷୀୟ ଜର୍ମାନୀ ଖେଳାଳି। ଉଭୟ ଖେଳାଳି ଚଳିତ ବର୍ଷ ରେଡ୍ କ୍ଲେରେ ମାଷ୍ଟର୍ସ ୧୦୦୦ ଟାଇଟଲ ହାସଲ କରିଛନ୍ତି। ତେଣୁ ଏହି ଦୁଇ ଖେଳାଳି ଏଠାରେ ବିପର୍ଯ୍ୟୟ ଘଟାଇବା ପାଇଁ ବ୍ୟଗ୍ର। ତୃତୀୟ ସିଡ୍ ମାନ୍ୟତା ପାଇଥିବା ନାଡାଲ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ୬-୩, ୪-୬, ୬-୪, ୬-୦ ସେଟ୍ରେ ହରାଇ ସେମିକୁ ଉଠିଛନ୍ତି। ସେମିରେ ସେ ଟପ୍ ସିଡ୍ ସର୍ବିୟାର ନୋଭାକ ଜୋକୋଭିଚ୍ କିମ୍ବା ନବମ ସିଡ୍ ଖେଳାଳି ଇଟାଲୀର ମାଟେଓ ବେରେଟିନିଙ୍କୁ ଭେଟିବେ।
ସାକାରି-କ୍ରେଜିକୋଭା
ମହିଳା ସିଙ୍ଗଲ୍ସରେ ଗ୍ରୀସ୍ର ମାରିଆ ସାକାରି ଓ ଚେକ୍ ରିପବ୍ଲିକର ବାର୍ବରା କ୍ରେଜିକୋଭା ସେମିଫାଇନାଲରେ ପରସ୍ପରକୁ ଭେଟିବେ। ତୃତୀୟ କ୍ୱାର୍ଟର ଫାଇନାଲରେ ସାକାରି ପୋଲାଣ୍ଡର ଇଗା ସ୍ବିଟେକ୍ଙ୍କୁ ସିଧାସଳଖ ୬-୪, ୬-୪ ସେଟ୍ରେ ପରାସ୍ତ କରିଛନ୍ତି। ସେହିପରି କ୍ରେଜିକୋଭା ଆମେରିକାର କୋକୋ ଗଫ୍ଙ୍କୁ ୭-୬(୮/୬), ୬-୩ ସେଟ୍ରେ ହରାଇ ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ପୂର୍ବରୁ ଅନୁଷ୍ଠିତ ୨ଟି ମହିଳା କ୍ୱାର୍ଟର ଫାଇନାଲରେ ୩୧ତମ ସିଡ୍ ରୁଷିଆର ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭା ତାଙ୍କ ଡବଲ୍ସ ପାର୍ଟନର ଏଲିନା ରିବ୍କିନାଙ୍କୁ ୬-୭(୨/୭), ୬-୨, ୯-୭ରେ ଏବଂ ସ୍ଲୋଭାନିଆର ୮୫ତମ ର଼୍ୟାଙ୍କ୍ପ୍ରାପ୍ତ ତାମାରା ଜିଡାନସେକ୍ ୭-୫, ୪-୬, ୮-୬ ସେଟ୍ରେ ପାଉଲା ବଦୋସାଙ୍କୁ ହରାଇ ଦେଇଥିଲେ।
ଭାରତୀୟ ଦଳକୁ ମିଳିଲା ଖୁସି ଖବର
ମୁମ୍ବାଇ,୧।୬: ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି-୨୦୨୧) ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ପାଇଁ ଜୁନ୍...
ଏକଦା ଅଣ୍ଡରଓ୍ବାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ଡ୍ରେସିଂ ରୁମ୍ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..
ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଟିମ୍କୁ ବିଶ୍ୱକପ୍ ଜିତାଇଥିବା ପ୍ରଥମ ଅଧିନାୟକ ହେଲେ କପିଲ ଦେବ। ସେ ଅନୁଶାସନକୁ ବ୍ରତ କରିଥିଲେ। ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନ...
ଅନୁରୋଧ ପରେ ଟିମ୍ ଇଣ୍ଡିଆକୁ ମିଳିଲା ଅଭ୍ୟାସ ମ୍ୟାଚ୍
ମୁମ୍ବାଇ,୨୬।୬: ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ହାତରେ ପ୍ରାୟ ୪୦ ଦିନ ରହିଛି। ଏହି...
ଚାମ୍ପିଅନ୍ ହେବା ପରେ ଭାରତୀୟ ଦଳକୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଦେଲେ ନ୍ୟୁଜିଲାଣ୍ଡ ଅଧିନାୟକ
ସାଉଥାମ୍ପଟନ୍,୨୪।୫: କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ମୁକୁଟ ଜିତିଛି। ଐତିହାସିକ ବିଜୟ ପରେ ୱିଲିୟମସନ ବିରାଟ କୋହଲି ଏବଂ...
ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ହେଲେ ମାଷ୍ଟର ବ୍ଲାଷ୍ଟର…
ନୂଆଦିଲ୍ଲୀ,୨୦।୬: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ...
୫୩ ବଲ୍ରୁ ବିସ୍ଫୋରକ ଶତକ ହାସଲ କଲେ ଏହି ଟେଷ୍ଟ କ୍ରିକେଟର୍
ୟୁଏଇ,୧୮।୬: ପାକିସ୍ତାନ ସୁପର ଲିଗରେ ଚମତ୍କାର ପ୍ରଦର୍ଶନ କରୁଥିବା ଅଷ୍ଟ୍ରେଲୀୟ କ୍ରିକେଟର ଉସମାନ ଖାୱାଜା ଏକ ଶତକ ହାସଲ କରିଛନ୍ତି। ଇସଲାମାବାଦ ୟୁନାଇଟେଡ ପାଇଁ ଖେଳୁଥିବା...
ବେଙ୍ଗାଲୁରୁ ଏଫ୍ସି ପାଇଁ ଆଉ ୨ ବର୍ଷ ଖେଳିବେ ଛେତ୍ରୀ
ବେଙ୍ଗାଲୁରୁ, ୨୨ା୬ (ପି.ଟି.)- ଭାରତୀୟ ଫୁଟ୍ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବେଙ୍ଗାଲୁରୁ ଏଫ୍ସି ସହିତ ତାଙ୍କ ଚୁକ୍ତି ମିଆଦକୁ ଆହୁରି ୨ ବର୍ଷ ବୃଦ୍ଧି...
ଭାରତୀୟ ଖେଳାଳିଙ୍କୁ ୩ ଦିନ ପରସ୍ପର ସହ ମିଶିବା ମନା
ସାଉଥାମ୍ପଟନ, ୫।୬(ପି.ଟି.)- ସମ୍ପ୍ରତି ୟୁନାଇଟେଡ କିଙ୍ଗ୍ଡମ୍ ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳର ୩ ଦିନିଆ କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ...


