ଓ୍ବାଶିଂଟନ, ୧୧।୬:ଆମେରିକାରେ ଦ୍ୱିତୀୟ ସର୍ବାଧିକ ପ୍ରବାସୀ ଭାବେ ଜଣାଶୁଣା ଭାରତୀୟମାନେ ନିୟମିତ ଭାବେ ବୈଷମ୍ୟ ଓ ଧ୍ରୁବୀକରଣର ଶିକାର ହେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। ୟୁଏସ୍ରେ ପ୍ରାୟ ୪୦ ଲକ୍ଷ ଭାରତୀୟ ରହିଛନ୍ତି। ଶିକ୍ଷା, ପେସା ଓ ଆର୍ଥତ୍କ ଦୃଷ୍ଟିରୁ ସେମାନେ ବେଶ୍ ସଫଳ ହୋଇଥିଲେ ମଧ୍ୟ ବୈଷମ୍ୟରୁ ବାଦ୍ ପଡ଼ିନାହାନ୍ତି। ଏପରିକି ସେଠାରେ ଅଧିକାଂଶ ଭାରତୀୟ ଧର୍ମ ଓ ଜାତି ବଦଳାଇବା ସତ୍ତ୍ୱେ ପକ୍ଷପାତରୁ ମୁକ୍ତ ହୋଇପାରି ନାହାନ୍ତି।
ବୁଧବାର ପ୍ରକାଶିତ ୨୦୨୦ ଇଣ୍ଡିଆନ-ଆମେରିକାନ ଆଟିଚ୍ୟୁଡ୍ସ ସର୍ଭେ ଅନୁଯାୟୀ ପ୍ରତି ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରୁ ଜଣେ ଗତ ଏକ ବର୍ଷ ହେଲା ଏଭଳି ବୈଷମ୍ୟର ଶିକାର ହୋଇଛନ୍ତି। ଭେଦଭାବର ମୁଖ୍ୟ କାରଣ ସେମାନଙ୍କର ରଙ୍ଗ ବୋଲି କୁହାଯାଇଛି। ଆଶ୍ଚର୍ଯ୍ୟର କଥା ହେଲା ଆମେରିକାରେ ଜନ୍ମିତ ଭାରତୀୟ ବଂଶୋଦ୍ଭବ ବାହାରେ ଜନ୍ମିତଙ୍କ ଅପେକ୍ଷା ଅଧିକ ପାତରଅନ୍ତରର ସମ୍ମୁଖୀନ ହେଉଛନ୍ତି। ଜନ୍ସ ହପ୍କିନ୍ସ ୟୁନିଭର୍ସିଟି, ୟୁନିଭର୍ସିଟି ଅଫ୍ ପେନ୍ସିଲଭାନିଆ ଏବଂ କାର୍ନେଜି ଏଣ୍ଡାଓମେଣ୍ଟ ମିଳିତ ଭାବେ ଏହି ସର୍ଭେ କରିଥିଲେ। ଗତବର୍ଷ ସେପ୍ଟେମ୍ବରରେ ୧୨୦୦ ଭାରତୀୟ ବଂଶୋଦ୍ଭବଙ୍କଠାରୁ ଅନ୍ଲାଇନରେ ମତାମତ ସଂଗ୍ରହ କରାଯାଇଥିଲା। ରଙ୍ଗକୁ ନେଇ ଭେଦଭାବର ସମ୍ମୁଖୀନ ହେଉଥିବା ୩୦ ପ୍ରତିଶତ ମତ ଦେଇଥିବାବେଳେ ଧର୍ମ ଓ ଲିଙ୍ଗକୁ ନେଇ ବୈଷମ୍ୟର ସାମ୍ନା କରୁଥିବା ୧୮ ପ୍ରତିଶତ ଲେଖାଏ କହିଛନ୍ତି। ଭାରତୀୟ ମୂଳ ବାସିନ୍ଦାଙ୍କ ପ୍ରତି ଏଭଳି ପାତରଅନ୍ତର ଏକ ବଡ଼ ସମସ୍ୟା ବୋଲି ୩୧ ପ୍ରତିଶତ କହିଥିବାବେଳେ ୫୧ ପ୍ରତିଶତ ଏହାକୁ ଛୋଟ ସମସ୍ୟା କହିଛନ୍ତି। ଏପରିକି ଏହା କୌଣସି ସମସ୍ୟା ନୁହେଁ ବୋଲି ୧୭ ପ୍ରତିଶତ କହିଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଆମେରିକାରେ ରହୁଥିବା ଅନ୍ୟ ଏସୀୟ ସମ୍ପ୍ରଦାୟ ଭାରତୀୟଙ୍କ ତୁଳନାରେ ଅଧିକ ବୈଷମ୍ୟର ଶିକାର ହେଉଥିବା ୭୩ ପ୍ରତିଶତଙ୍କ ବିଶ୍ୱାସ ରହିଛି। ଏପରିକି ସେଠାରେ ଥିବା ଦକ୍ଷିଣ ଆମେରିକୀୟ, ଏଲ୍ଜିବିଟିକ୍ୟୁ ଆମେରିକୀୟ ଏବଂ ଆଫ୍ରିକୀୟମାନେ ଅଧିକ ବୈଷମ୍ୟର ଶିକାର ହେଉଥିବା ଅଧିକାଂଶ ମତବ୍ୟକ୍ତ କରିଛନ୍ତି।
Posted inଅନ୍ତର୍ଜାତୀୟ View All
ମାଲାଲାଙ୍କୁ ଧମକ ଦେଇ ପାକ୍ ମୌଲବୀ ଗିରଫ
ପେଶାଓ୍ବର, ୧୧।୬(ପି.ଟି.):ନୋବେଲ ପୁରସ୍କାର ବିଜେତା ମାଲାଲା ୟୁସୁଫ୍ଜାଇଙ୍କୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ଜଣେ ମୌଲବୀଙ୍କୁ ଗିରଫ କରାଯାଇଛି। ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶ ମରଓ୍ବାତ ଜିଲାର...
‘ଚାଇନା, ଦକ୍ଷିଣପୂର୍ବ ଏସିଆ ହଟ୍ସ୍ପଟ୍’
ନ୍ୟୁୟର୍କ, ୩।୬: ନୂଆ କରୋନା ଭୂତାଣୁ ପାଇଁ ଚାଇନା, ଜାପାନ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ହଟ୍ସ୍ପଟ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାଦୁଡିବାହିତ ଏହି...
୨.୭ କୋଟିର ମୋନାଲିସା ପେଣ୍ଟିଂ
ଲିଓନାର୍ଡୋ ଡା ଭିନ୍ସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପେଣ୍ଟିଂର ଅବିକଳ ପ୍ରତିକୃତି ପ୍ୟାରିସ୍ରେ ନିଲାମ ହେଉଥିବାବେଳେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି।...
ଭାରତ ସହ ସମ୍ପର୍କ ମଜଭୁତ ହେବ: ନେଫ୍ଟାଲି
ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍ଟାଲି...
ସାବଧାନ ! ସ୍ମାର୍ଟଫୋନ୍ରୁ ଶୀଘ୍ର ଡିଲିଟ୍ କରନ୍ତୁ ଏସବୁ ଆପ୍…
ଓ୍ବାଶିଂଟନ/ ନୂଆଦିଲ୍ଲୀ,୧୯।୬: ଗୁଗଲକୁ ପୁଣି ଥରେ ଜୋକର ଭାଇରସ୍ ଫେରିଛି। ଏହା ମୁଖ୍ୟତଃ ୮ଟି ଆଣ୍ଡ୍ରଏଡ୍ ଆପ୍କୁ ଟାର୍ଗେଟ୍ କରିଛି। ଏସବୁ ଆପ୍କୁ ଶୀଘ୍ର ନିଜ...
ଅନିରୁଦ୍ଧ ଜଗନ୍ନାଥଙ୍କ ପରଲୋକ, ଭାରତରେ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ,୫ା୬: ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ(୯୧)ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କ ସମ୍ମାନରେ ଭାରତରେ ଶନିବାର ଦିନିକିଆ...
କ୍ୟୁବାରେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ଯୋଜନା କରିଥିଲେ ଚୋକ୍ସି
ନୂଆଦିଲ୍ଲୀ,୯।୬ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଡୋମିନିକା ଦେଇ କ୍ୟୁବା ଖସି ପଳାଇବାକୁ ଯୋଜନା କରିଥିଲେ। ତାଙ୍କ ଗର୍ଲଫ୍ରେଣ୍ଡ ବାରବାରା ଜାବାରିକା ବୁଧବାର...
ମେଘାନ-ହ୍ୟାରିଙ୍କ ଦ୍ୱିତୀୟ ସନ୍ତାନ
ସାନ୍ତା ବାର୍ବରା,୭।୬: ପ୍ରିନ୍ସ ହ୍ୟାରି ଏବଂ ମେଘାନ ମାର୍କେଲ ସେମାନଙ୍କର ଦ୍ୱିତୀୟ ସନ୍ତାନଙ୍କୁ ସ୍ବାଗତ କରିଛନ୍ତି। ସେମାନଙ୍କ କନ୍ୟା ସନ୍ତାନର ନାଁ ରଖାଯାଇଛି ଲିଲିବେଟ୍ ଲିଲି...


