ପେଶାଓ୍ବର, ୧୧।୬(ପି.ଟି.):ନୋବେଲ ପୁରସ୍କାର ବିଜେତା ମାଲାଲା ୟୁସୁଫ୍ଜାଇଙ୍କୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ଜଣେ ମୌଲବୀଙ୍କୁ ଗିରଫ କରାଯାଇଛି। ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶ ମରଓ୍ବାତ ଜିଲାର ମୌଲବୀ ମୁଫ୍ତି ସର୍ଦ୍ଦାର ଅଲି ହାକ୍କାନିଙ୍କ ଘର ଉପରେ ବୁଧବାର ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଏତଲା ଦାଏର ହୋଇଛି। ପେଶାଓ୍ବରରେ ଏକାଠି ହୋଇ ମାଲାଲାଙ୍କୁ ଆକ୍ରମଣ କରିବା ପାଇଁ ମୁଫ୍ତି ଏକ ଭିଡିଓ ବାର୍ତ୍ତାରେ ଲୋକମାନଙ୍କୁ ଉସୁକାଉଥିଲେ। ମାଲାଲା ପାକିସ୍ତାନରେ ପହଞ୍ଚତ୍ବା ମାତ୍ରେ ସେ ତାଙ୍କ ଉପରେ ପ୍ରଥମେ ଆତ୍ମଘାତୀ ଆକ୍ରମଣ ଉଦ୍ୟମ କରିବେ ବୋଲି ମୁଫ୍ତି ଉକ୍ତ ଭିଡିଓରେ କହୁଥିବା ଦେଖାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନାରୀ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଚଳାଇଥିବା ୨୩ ବର୍ଷୀୟ ମାଲାଲା ନିକଟରେ ଏକ ପତ୍ରିକାକୁ ସାକ୍ଷାତ୍କାର ଦେବା ଅବସରରେ ବିବାହକୁ ବିରୋଧ କରି ମନ୍ତବ୍ୟ ଦେଇଥିଲେ। ଉକ୍ତ ପ୍ରସଙ୍ଗରେ ତାଙ୍କ ପରିବାର ସ୍ପଷ୍ଟୀକରଣ ଦେବା ଲାଗି ପିପିପି ଏବଂ ମୁତ୍ତାହିଦା ମଜଲିସ୍-ଇ-ଅମଲ ପକ୍ଷରୁ ଆହ୍ବାନ ଦିଆଯାଇଥିଲା।
Posted inଅନ୍ତର୍ଜାତୀୟ View All
ବନ୍ଦ ହେବ ଓ୍ବିଣ୍ଡୋଜ୍ ୧୦
ଜୁନ୍ ୨୪ରେ ଅପରେଟିଂ ସିଷ୍ଟମ୍ ଓ୍ବିଣ୍ଡୋଜ୍ର ନୂଆ ଭର୍ସନ ଆସିଯିବ। ପରେ ୨୦୨୫ ଅକ୍ଟୋବରରେ ମାଇକ୍ରୋସଫ୍ଟ ପକ୍ଷରୁ ଓ୍ବିଣ୍ଡୋଜ୍ ୧୦ ସପୋର୍ଟକୁ ବନ୍ଦ କରିଦିଆଯିବ ବୋଲି...
କୋଭାକ୍ସିନର ଜରୁରିକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେଲା ନାହିଁ ଆମେରିକା
ଓ୍ବାଶିଂଟନ୍,୧୧।୬: ଆମେରିକାରେ ଜରୁରିକାଳୀନ ବ୍ୟବହାର ପାଇଁ ସ୍ବଦେଶୀ ଟିକା କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକକୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। କୋଭାକ୍ସିନର ଜରୁରିକାଳୀନ...
ଆୟକର ଫାଙ୍କିଛନ୍ତି ବେଜୋସ୍, ମସ୍କ
ଓ୍ବାଶିଂଟନ,୧୦ା୬ : ବିଶ୍ୱର ଆର୍ଥିକ ଢାଞ୍ଚା ଏପରି ହୋଇଯାଇଛି ଯେ, ପ୍ରତିବର୍ଷ ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି। ଏହା ଦୀର୍ଘ ବର୍ଷ...
କୋଭିଡ୍ ମୂଳକୁ ଖୋଜ
ଓ୍ବାଶିଂଟନ, ୧ା୬: କୋଭିଡ୍-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ...
କାଳ କୋଠରିରେ ବ୍ୟୁଟି କୁଇନ୍
ମେକ୍ସିକୋ ସିଟି,୧୩ା୬: ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ସତ କି? ତୁମେ ଡ୍ରଗ୍ସ କିଙ୍ଗ୍ଙ୍କୁ ଜେଲରୁ ଫେରାର ହେବାରେ ସାହାଯ୍ୟ କରିଥିଲ କି ବୋଲି ଫେଡେରାଲ...
୩.୫ ଘଣ୍ଟାରେ ନ୍ୟୁୟର୍କରୁ ଲଣ୍ଡନ
ନ୍ୟୁୟର୍କ, ୫।୬: ଆମେରିକାର ନ୍ୟୁୟର୍କରୁ ବ୍ରିଟେନ ରାଜଧାନୀ ଲଣ୍ଡନକୁ ବିମାନରେ ଯାତ୍ରା କରିବାକୁ ହେଲେ ମାତ୍ର ୩.୫ ଘଣ୍ଟା ଲାଗିବ। ଏହି ଅନ୍ତର୍ଜାତୀୟ ଯାତ୍ରାକୁ ସୁଗମ...
ଆମେରିକାରେ ୫୦% ଭାରତୀୟ ବୈଷମ୍ୟର ସମ୍ମୁଖୀନ
ଓ୍ବାଶିଂଟନ, ୧୧।୬:ଆମେରିକାରେ ଦ୍ୱିତୀୟ ସର୍ବାଧିକ ପ୍ରବାସୀ ଭାବେ ଜଣାଶୁଣା ଭାରତୀୟମାନେ ନିୟମିତ ଭାବେ ବୈଷମ୍ୟ ଓ ଧ୍ରୁବୀକରଣର ଶିକାର ହେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। ୟୁଏସ୍ରେ...
ଇରାନ ନୌସେନା ଜାହାଜ ଜଳିଗଲା
ତେହରାନ, ୩ା୬: ଇରାନ ନୌସେନାର ବୃହତ୍ତମ ଯୁଦ୍ଧ ଜାହାଜରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗିଯିବା ସହ ଏହା ଗଲ୍ଫ ଅଫ୍ ଓମାନରେ ବୁଡ଼ିଯାଇଛି। ଏପରି...


